କୁଚିଣ୍ଡାର ଖ୍ରୀଷ୍ଟିଆନ ସମାଜ ଶ୍ମାଶନ ଘାଟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

କୁଚିଣ୍ଡା 21/7(AKN NEWS): କୁଚିଣ୍ଡା ସ୍ଥିତ ଖ୍ରୀଷ୍ଟିଆନ ସାମ୍ପ୍ରଦାୟଙ୍କ ପାଇଁ ଉଦ୍ଧିଷ୍ଟ ଶ୍ମଶାନ ଘାଟ ପଡିଆରେ ଆଜି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ଅବସର ପ୍ରାପ୍ତ ପୋଷ୍ଟାଲ ଅଧିକାରୀ ସାଉଲ ଲାକ୍ରା ଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ଅଧ୍ୟକ୍ଷ,ପ୍ରକୃତି ବନ୍ଧୁ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ସାହାଜବାହାଲ ହାଇ ସ୍କୁଲ ପ୍ରଧାନ ଶିକ୍ଷକ ସୁଦର୍ଶନ ପାଣି, ଅବସର ପ୍ରାପ୍ତ ରେଭେନ୍ୟୁ ଅଧିକାରୀ ଜଗନ୍ନାଥ ପାଣିଗ୍ରାହୀ, ସାମ୍ବାଦିକ ଗଗନ ଶର୍ମା, ସାମାଜିକ କର୍ମୀ ବିଜୁ ସାହୁ,ଶିକ୍ଷକ ସୁରୁ ମଣି ସୁନାନୀ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଖ୍ରୀଷ୍ଟିଆନ ସମାଜ ର ଅର୍ଦ୍ଧ ଶତାଧିକ ମହିଳା ଓ ପୁରୁଷ ଅଂଶ ଗ୍ରହଣ କରିଥିଲେ।ପ୍ରତ୍ୟେକେ ଏକାଧିକ ଲେଖାଏଁ ଚାରା ରୋପଣ କରିଥିବା ବେଳେ ଚାରା ଗୁଡି଼କ ର ଯତ୍ନ ନେବାକୁ ମଧ୍ୟ ଦାୟିତ୍ୱ ଗ୍ରହଣ କରିଥିଲେ ।
ଅତିଥି ମାନ ଙ୍କ ପକ୍ଷରୁ ମୁଖ୍ୟ ଅତିଥି ଶ୍ରୀ ନାୟକ ଏହି ଚାରା ଆଗାମୀ ଦିନରେ ଅମ୍ଳଜାନ ଦେବାରେ ସହଯୋଗ କରିବ, ଏଣୁ ଏହି ଅଂଚଳ କୁ ସବୁଜ ସୁନ୍ଦର କରିବା ପାଇଁ ଖ୍ରୀଷ୍ଟିଆନ ସମାଜ ର ସହଯୋଗ କାମନା କରିଥିଲେ ।ଶେଷରେ ଅବସର ପ୍ରାପ୍ତ ଅଧିକାରୀ ଜନ ଲାକ୍ରା ଧନ୍ୟବାଦ ଅର୍ପଣ କରିଥିଲେ।
ବ୍ୟୁରୋ ରିପୋର୍ଟ AKN NEWS


