ଏସବିଆଇ ଏଟିଏମ ଠପ ଲୋକ ହନ୍ତସନ୍ତ ଶୀଘ୍ର ସଜାଡି ବାକୁ ଦାବୀ କଲା ବିବେକ ସେନା

(AKN NEWS): ଏମ.ରାମପୁର ତା 20/07/2024 ରିଖ ସ୍ଥାନୀୟ ଏସବିଆଇ ବ୍ୟାଙ୍କ ଶାଖା ଏଟିଏମ, ବସଷ୍ଟାଣ୍ଡ ଏଟିଏମ ପ୍ରାୟ ଏକ ମାସ ହେଲା ଅକାମି ହୋଇଯିବା ଯୋଗୁଁ ସର୍ବସାଧାରଣ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି, କଳାହାଣ୍ଡି ଜିଲ୍ଲା ର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ବିବେକ ସେନା ର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା

ଡ଼. ଶିବରାମ ନାୟକ ଏସବିଆଇ ଶାଖା ପରିଚାଳକ ମନିଷ ମିଶ୍ର ଙ୍କୁ ସାକ୍ଷାତ କରି ଶୀଘ୍ର ଏଟିଏମ ସଜାଡି ବାକୁ ଏକ ଦାବୀ ପତ୍ର ପ୍ରଧାନ କରିଥିଲେ, ଆଧୁନିକ ଯୁଗ ତଥା ଡିଜିଟାଲ ଇଣ୍ଡିଆ ଯୁଗରେ ବିଳମ୍ବ ହେବା ଓ ଏମ.ରାମପୁର ଏସବିଆଇ ବ୍ୟାଙ୍କ କର୍ମଚାରୀ ଙ୍କ ମନମାନୀ ଓ ନୀତି ବିରୁଦ୍ଧ କାର୍ଯ୍ୟ ଏକ ଦୁର୍ଭାଗ୍ୟର ବିଷୟ |
ବ୍ୟାଙ୍କ ଶାଖା ପରିଚାଳକ ପ୍ରସଙ୍ଗକୁ ଗରୁତ୍ବ ସହ ନେଇ ପ୍ରତିଶୃତି ଦେଲେ ଶୀଘ୍ର ଏଟିଏମ କାର୍ଯ୍ୟକ୍ଷମ ହେବ ଓ ଦାବୀ ପୂରଣ ନହେଲେ ଏକ ଜନଆନ୍ଦୋଳନ ରୂପ ନେବ ଓ ଏଥି ପାଇଁ ବ୍ୟାଙ୍କ କତୃପକ୍ଷ ସମ୍ପୂର୍ଣ ଦାୟୀ ହେବେ ବୋଲି ଡ଼. ନାୟକ ବ୍ୟାଙ୍କ କତୃପକ୍ଷ ଙ୍କୁ ସୂଚାଇ ଦେଇଥିବା ବେଳେ ଏହି ଦାବୀ ପତ୍ର ପ୍ରଧାନ ବେଳେ ବିବେକସେନା ର ବହୁ ବରିଷ୍ଠ ସଦସ୍ୟ ଗଣ ଉପସ୍ଥିତ ଥିଲେ |
ବ୍ୟୁରୋ ରିପୋର୍ଟ AKN NEWS


