ବର୍ଷାରେ ଭୁଶୁଡି ପଡିଲା ବ୍ରିଜ, ଅସୁବିଧାରେ ତାଳପଦର ଗ୍ରାମବାସୀ |

(AKN NEWS): ରାଇଘର -ତାଳ ପଦର ଓ କୁରୁମଦରା ଗ୍ରାମ ମଝିରେ ଥିବା ବ୍ରିଜ ଭୁଶୁଡି ପଡିବା ଫଳରେ ଯାତାୟାତ କୁନେଇ ବହୁ ଅସୁବିଧା ଭୋଗୁଛନ୍ତି ତାଳପଦର ଗ୍ରାମବାସୀ |ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ମୁଣ୍ଡିବେଡା ପଂଚାୟତ ଅଧୀନରେ ଥିବା ତାଳପଦର ଓ କୁରୁମଦରା ଗ୍ରାମ ମଝିରେ ଥିବା ଅତି ପୁରୁଣା ବ୍ରିଜଟି ଗତକାଲିର ଲଗାଣ ବର୍ଷାରେ ଭୁଶୁଡି ପଡ଼ିବା ପରେ ତାଳପଦର ଗ୍ରାମବାସୀଙ୍କ ପାଇଁ ବଡ଼ ସମସ୍ୟା ଦେଖାଦେଇଛି |ବ୍ରିଜର ଆରପଟେ ତାଳପଦର ଗ୍ରାମ ରହିଥିବା ବେଲେ ଗ୍ରାମର ଘରସଂଖ୍ୟା ୧୦୦ରୁ ଉର୍ଦ୍ଧ |ଗ୍ରାମରେ ଅଙ୍ଗନବାଡି କେନ୍ଦ୍ର ଓ ପ୍ରାଥମିକ ବିଦ୍ୟାଳୟ ମଧ୍ୟ ରହିଛି |
ତାଳପଦର ଗ୍ରାମର ପିଲାମାନଙ୍କୁ ଛାଡିଦେଲେ କୁରୁମଦରା ଓ ଆଖପାଖ ଗ୍ରାମର ପିଲାମାନେ ମଧ୍ୟ ଉକ୍ତ ବିଦ୍ୟାଳୟକୁ ପଢିବାକୁ ଯାଆନ୍ତି |ହେଲେ ଉକ୍ତ ବ୍ରିଜଟି ଭୁଶୁଡି ପଡିବାରୁ ପିଲାଙ୍କ ପାଠପଢା ଠପ ହୋଇଯାଇଛି |ତାଛଡା ବ୍ରିଜର ଏପାରିରେ ପଂଚାୟତ ସଦର ମହକୁମା ଓ ଅନ୍ୟାନ୍ୟ ଗ୍ରାମ ରହିଥିବାରୁ ପଂଚାୟତ କାର୍ଯ୍ୟ ସାଙ୍ଗକୁ ଅନ୍ୟାନ୍ୟ କାର୍ଯ୍ୟପାଇଁ ତାଳ ପଦର ଗ୍ରାମବାସୀ ବ୍ରିଜର ଏକୂଳ ଆସିଥାନ୍ତି |ବ୍ରିଜ ଭୁଶୁଡି ଯିବା ପରେ ଏବେ ଗ୍ରାମବାସୀ ବଡ଼ ହଟହଟା ହେଉଥିବା ପ୍ରକାଶ କରିଛନ୍ତି |
ନବରଙ୍ଗପୁର ରୁ ଘାସିରାମ ହରିଜନ ଙ୍କ ରିପୋର୍ଟ ଏକେଏନ୍ ନ୍ୟୁଜ୍


