୩ ଅନାଥ ପିଲାଙ୍କୁ ଭେଟିଲେ ସିଡ଼ିପିଓ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ

ବୈପାରିଗୁଡ଼ା ୨୨/୭(AKN NEWS): ବୈପାରିଗୁଡ଼ା ବ୍ଲକ ପାରାଲ ଗ୍ରାମର ଦୁଃଖଦ ଖବରକୁ ନେଇ ୩ ଅନାଥ ପିଲାଙ୍କୁ ଭେଟିଲେ କୋରାପୁଟ ସିଡ଼ିପିଓ ରାଜଶ୍ରୀ ଦାସ , ବୈପାରିଗୁଡ଼ା ସିଡ଼ିପିଓ ମିନତୀ ନାୟକ ଓ ମହୁଲି ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ଗଣେଶ ବିଶ୍ୱାସରାୟ। ୩ ଅନାଥ ପିଲାଙ୍କୁ ଭେଟି ହରିଶ୍ଚନ୍ଦ୍ର ଯୋଜନାର ୬୦୦୦ ଟଙ୍କା ସହାୟତା ପ୍ରଦାନ କରିଥିଲେ। ସୂଚନା ମୁତାବକ ଗତ କିଛିଦିନ ତଳେ ବୈପାରିଗୁଡ଼ା ବ୍ଲକ ଅଧିନସ୍ଥ ମହୁଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପାରାଲ ଗ୍ରାମର ରବି ମୁଦୁଲି ଓ ପତ୍ନୀ ବତି ମୁଦୁଲି ନିଜ ଡଙ୍ଗର ଜମିରେ ମାଣ୍ଡିଆ ବୁଣିବାକୁ ଯାଇଥିଲେ। ନିଜ ଡଙ୍ଗର ଜମିରେ ମାଣ୍ଡିଆ ବୁଣୁଥିବା ବେଳେ ଅପରାହ୍ନ ୪ ସମୟରେ ବଜ୍ରାଘାତରେ ମୃତ୍ୟୁ ବରଣ କରିଥିଲେ। ଫଳରେ ବାପା ରବି ମୁଦୁଲି ଓ ମାଆ ବତି ମୁଦୁଲିଙ୍କୁ ହରାଇ ୩ ଛୁଆ ଅନାଥ ହୋଇଗଲେ। ଏହି ପରି ଦୁଃଖଦ ଖବର ପାଇ କୋରାପୁଟ ସିଡ଼ିପିଓ ରାଜଶ୍ରୀ ଦାସ , ବୈପାରିଗୁଡ଼ା ସିଡ଼ିପିଓ ମିନତୀ ନାୟକ , ଓ ମହୁଲି ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ଗଣେଶ ବିଶ୍ୱାସରାୟ ପାରାଲ ଗ୍ରାମରେ ପହଞ୍ଚି ୩ ଅନାଥ ପିଲାଙ୍କୁ ଭେଟି ହରିଶ୍ଚନ୍ଦ୍ର ଯୋଜନାର ୬୦୦୦ ଟଙ୍କା ସହାୟତା ପ୍ରଦାନ କରିବା ସହ ତିନି ଭାଇ ଭଉଣୀଙ୍କୁ ସାନ୍ତ୍ତନା ଦେଇଥିଲେ।
ବ୍ୟୁରୋ ରିପୋର୍ଟ AKN NEWS


