ଓଡିଶା ଖବର

ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲରେ ପାଳିତ ହେଲା କାର୍ଗିଲ ବିଜୟ ଦିବସ

ଭବାନୀପାଟଣା (AKN NEWS): ସ୍ଥାନୀୟ ତାରିଣୀ ମନ୍ଦିର ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲରେ କାର୍ଗିଲ ବିଜୟ ଦିବସ ପାଳିତ ହୋଇଯାଇଛି | 1999 ମସିହା ଜୁଲାଇ 26 ଆଜିର ଦିନ ରେ ବଳିଦାନ ଦେଇଥିବା ଭାରତ ମାତାଙ୍କ ବୀର ଯବାନ ଙ୍କୁ ସ୍ମୃତି ତଥା ସମ୍ନାନ ଦେବା ପାଇଁ କାର୍ଗିଲ ବିଜୟ ଦିବସ ପାଳନ କରାଯାଉଛି ବୋଲି ସ୍କୁଲର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ଼. ଶିବରାମ ନାୟକ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ସହ ମା ମାଟି ମାତୃଭାଷା ସ୍ୱର୍ଗ ଠାରୁ ବଡ ଓ ପ୍ରତେକ ଛାତ୍ରଛାତ୍ରୀ ଦେଶଭକ୍ତି ଓ ରାଷ୍ଟ୍ର ଗଠନ ରେ ଯୋଗଦାନ ନିତାନ୍ତ ଜରୁରୀ ବୋଲି ଡ଼ ନାୟକ ବକ୍ତବ୍ୟ ରଖିଥିଲେ | ଭାରତ ମାଟିର ସହୀଦ ବୀର ଯବାନଙ୍କୁ ମନେପକାଇ 2ମିନଟ ନିରବ ପ୍ରାର୍ଥନା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ ପରେ ସଭା ଆରମ୍ଭ ହୋଇଥିଲା |

ସ୍କୁଲର ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ରହି ନିଜ ନିଜ ମନ୍ତବ୍ୟ ରଖିଥିବା ବେଳେ ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ସାମନ୍ତରାୟ, ଚଞ୍ଚଳା ଶର୍ମା, ଚନ୍ଦ୍ରପ୍ରଭା ମିଶ୍ର, ସାଧନା ପ୍ରଧାନ, ସୁରଶ୍ମିତା ତ୍ରିପାଠୀ, ସରିତା ବାଗେଲ ଓ ବୃଷବ ଦାଶ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ଓ ଶିକ୍ଷକ ସମ୍ପଦ ମୁଣ୍ଡ ଧନ୍ୟବାଦ ଦେଇଥିଲେ| ରାଷ୍ଟ୍ରୀୟ ଗାନ ସହ ସଭା ସାଙ୍ଗ ହୋଇଥିଲା |

ବ୍ୟୁରୋ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!