ଓଡିଶା ଖବର

ବାଞ୍ଜିଝାଲ – କେରବେଡା ପଞ୍ଚାୟତ ରାସ୍ତାର ଦୂରାବସ୍ଥା: କଲବଳ କରୁଛି ଖାଲଖମା କାଦୁଅ ପଚପଚ ରାସ୍ତା ।ଆପେ ବଞ୍ଚିଲେ ବାପର ନାଁ ନୀତିକୁ ଆପଣେଇଛନ୍ତି ସ୍ଥାନୀୟ ନିର୍ବାଚିତ ଜନପ୍ରତିନିଧି । 

ପାଟଣାଗଡ଼(AKN NEWS): ପାଟଣାଗଡ଼ ବ୍ଳକ କେରବେଡା ପଞ୍ଚାୟତ ବାଞ୍ଜିଝାଲ ଗାଁ ରୁ କେରବେଡା କୁ ସଂଯୋଗ କରୁଥିବା ରାସ୍ତାର ର ଅବସ୍ଥା ପୁରା ଦୂରାବସ୍ଥା ହୋଇପଡ଼ିଛି । ସାମାନ୍ୟ ବର୍ଷାରେ କାଦୁଅ ରେ ପଚପଚ ରାସ୍ତା ଯୋଗୁଁ ଲୋକେ ଯାତାୟାତ ରେ ନାହଁ ନ ଅସୁବିଧା ର ସମୁଖୀନ ହେଉଥିବା ଅଭିଯୋଗ ହେଉଛି। ରାସ୍ତା ର ସ୍ଥାନେ ସ୍ଥାନେ ସାମାନ୍ୟ ମାଟି ପକାଇ ରାସ୍ତା ମରାମତି କରାଯାଇଥିବାରୁ ଏବେ ବର୍ଷା ରେ ଅବସ୍ଥା ବେହାଲ ହୋଇ ଯାଇଛି। ରାସ୍ତା ସାରା ଖାଲଖାମା ସାଙ୍ଗକୁ କାଦୁଅ ପଚପଚ ହୋଇପଡି। ଫଳରେ ବାଞ୍ଜିଝାଲ ଗ୍ରାମବାସୀ ନାହଁ ନ ଥିବା ଅସୁବିଧା ସମୁଖୀନ ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି। ବାଞ୍ଜିଝାଲ ଗାଁ ରୁ କେରବେଡା ପଞ୍ଚାୟତ କାର୍ଯ୍ୟାଳୟ କୁ ଯିବା ହେଲେ ୨ କିମି ଏହି ଆଣ୍ଠୁଏ କାଦୁଅ ପଚପଚ ରାସ୍ତା ଦେଇ ହିତାଧିକାରୀ ମାନେ ଚାଉଳ ଓ ବୃଦ୍ଧ ବୃଦ୍ଧା ମାନେ ଭତ୍ତା ଆଣିବା ପାଇଁ ଯାଉଥିବା ବେଳେ ସାଇକେଲ ବାଇକ୍ ଯାଇ ପାରୁନଥିବା ବେଳେ ଚାଳି ଚାଳି ଯିବା ମଧ୍ୟ କଷ୍ଟସାଧ୍ୟ ହୋଇପଡ଼ି ବୋଲି ଆନନ୍ଦ ବରିହା ଙ୍କ ସହ ଶତାଧିକ ହିତାଧିକାରୀ ଅଭିଯୋଗ କରିଛନ୍ତି।ଏନେଇ ସ୍ଥାନୀୟ ସରପଞ୍ଚ ଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଏଥି ପ୍ରତି ବିଡ଼ିଓ ଦୃଷ୍ଟି ଦେଇ ଏହି ରାସ୍ତାର ମରାମତି କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି।

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!