ବୈପାରିଗୁଡ଼ା ବ୍ଲକ କାର୍ଯ୍ୟାଳୟ ଠାରେ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି

ବୈପାରିଗୁଡ଼ା ୨୯/୭ (AKN NEWS): ବୈପାରିଗୁଡ଼ା ବ୍ଲକ ପରିସର ସଭାଗୃହ ଠାରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ଜିଲ୍ଲାପାଳ ଭି.କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ଆୟଜିତ ଅଭିଯୋଗ ଶୁଣାଣିରେ ମୋଟ ୧୫୬ ଟି ଅଭିଯୋଗ ଶୁଣାଣି ହୋଇଥିଲା। ଏଥି ମଧ୍ୟରୁ ୧୬ ଟି ଗୋଷ୍ଠୀଗତ ଅଭିଯୋଗ ଶୁଣାଣୀ ହୋଇଥିବା ବେଳେ ବ୍ୟକ୍ତି ଗତ ଭାବେ ୧୪୦ ଟି ଅଭିଯୋଗ ଶୁଣାଣୀ ହୋଇଥିଲା। ଜିଲ୍ଲା ପରିଷଦ ସଭ୍ୟ ବୈପାରୀଗୁଡା ପୁରାତନ ବିଦ୍ୟାଳୟ ନୋଡାଲ ବିଦ୍ୟାଳୟର ସମ୍ଭନ୍ଧରେ ଅଭିଯୋଗ କରିଥିଲେ ଏଥିରେ ଜିଲ୍ଲାପାଳ ଅଭିଯୋଗ ଶୁଣିବା ସହ ନୂତନ ଜମି ଚିହ୍ନଟ କରିଥିଲେ ଏବଂ ତୁରନ୍ତ କୋଠା ପାଇଁ ଟେଣ୍ଡର କରିବାକୁ ବିଭୀଗୀୟ ଅଧିକାରୀ ଙ୍କୁ ନିର୍ଦେଶ ଦେଇଥିଲେ । ଏହା ସହ ଜିଲ୍ଲାପରିଷଦ ଶ୍ରୀ ମହୁରିଆ ବୈପାରୀଗୁଡା ମେଡିକାଲ, କଲେଜ, ଅଗ୍ନିଶମ କାର୍ଯ୍ୟାଳୟ ଥିବା ଅନୁଷ୍ଠାନ ମାନଙ୍କରେ ୩ଫେଜ ଲାଇନ ନଥିବା ନେଇ ଅଭିଯୋଗ କରିଥିଲେ ଜିଲ୍ଲାପାଳ ଟାଟା ପାୱାର ଅଧିକାରୀଙ୍କୁ ଡାକି ତୁରନ୍ତ ଏହାର ସମାଧାନ ପାଇଁ ନିର୍ଦେଶ ଦେଇଥିଲେ। ଏହା ସହ ବୈପାରିଗୁଡ଼ା ଲ୍ୟାମ୍ପସରେ ସାର ଯୋଗାଉ ନଥିବା ନେଇ ଅଭିଯୋଗ କରିଥିଲେ ଏଥିରେ ଜିଲ୍ଲା ପାଳ ତୁରନ୍ତ ଚାଷୀଙ୍କୁ ସାର ବାଣ୍ଟିବା ପାଇଁ ଲ୍ୟାମ୍ପ କତୃପକ୍ଷଙ୍କୁ ନିର୍ଦେଶ ଦେଇଥିଲେ। ଏହା ସହ ଗୁପ୍ତେଶ୍ୱର ମନ୍ଦିର ଠାରେ ଠାକୁର ଦର୍ଶନ ପାଇଁ ନିଆଯାଉଥିବା ୧୦ ଟଙ୍କା ଚାନ୍ଦା ଆଦାୟକୁ ବନ୍ଦ କରିବା , ବୈପାରିଗୁଡ଼ା ଠାରେ ଟ୍ରାଫିକ ପୋଷ୍ଟ କରିବା , ବିଭିନ୍ନ ଗ୍ରାମାଞ୍ଚଳରେ ପାନୀୟ ଜଳ ସମସ୍ୟା ସମାଧାନ , ଗ୍ରାମାଞ୍ଚଳ ଗୁଡ଼ିକର ରାସ୍ତା ଘାଟ ବ୍ରିଜ କରିବା ନେଇ ବୈପାରିଗୁଡ଼ା ବ୍ଲକର ଲୋକେ ଅଭିଯୋଗ ପ୍ରଦାନ କରିଥିଲେ। ଜିଲ୍ଲା ପାଳ ସମସ୍ତ ଅଭିଯୋଗ ଶୁଣିବା ସହ ତୁରନ୍ତ ସମାଧାନ ପାଇଁ ବିଭୀଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। ଏହି ପରିପ୍ରେକ୍ଷୀରେ କାକଲ ପଡ଼ା ପାଟ ଦେବତା ସୟଂସହାୟକ ଗୋଷ୍ଠୀ , ଦିସାରିଗୁଡ଼ା ମଦୂର୍ଗା ସୟଂସହାୟକ ଗୋଷ୍ଠୀ , ଗିର୍ଲିପୁଟ ମା ତାରିଣୀ ସୟଂସହାୟକ ଗୋଷ୍ଠୀ , ଲଡକା ଗୁଡ଼ା ମା ତାରିଣୀ ସୟଂସହାୟକ ଗୋଷ୍ଠୀ , ବେନ୍ଦ୍ରାଗୁଡ଼ା ସମେଲେଶ୍ୱରି ସୟଂସହାୟକ ଗୋଷ୍ଠୀ ଗୀର୍ଲିପୁଟ ଗାଇତ୍ରି ସୟଂସହାୟକ ଗୋଷ୍ଠୀ, ଗାଡ଼ପୁଟ ବୈଷ୍ଣବୀ ସୟଂସହାୟକ ଗୋଷ୍ଠୀ , ବୈପାରିଗୁଡ଼ା ଶ୍ରୀ ଗଣେଶ ସୟଂସହାୟକ ଗୋଷ୍ଠୀ , ଶୁଖୁଆ ପଦର ମାଠକୁରାଣି ସୟଂସହାୟକ ଗୋଷ୍ଠୀ , ପଡ଼ା ପଦର ଗ୍ରାମର ମଧୁଝରା ସୟଂସହାୟକ ଗୋଷ୍ଠୀଙ୍କୁ ଆଇ ଓ ବି ବ୍ୟାଙ୍କ ଶାଖା ପକ୍ଷରୁ ଜିଲ୍ଲାପାଳ ପାଞ୍ଚ ପାଞ୍ଚ ଲକ୍ଷଟଙ୍କା ଋଣ ପ୍ରଦାନ କରିଥିଲେ। ଆଜିର ଏହି ଅଭିଯୋଗ ଶୁଣାଣି କାର୍ଯ୍ୟ କ୍ରମରେ କୋରାପୁଟ ଜିଲ୍ଲା ଆରକ୍ଷୀ ଅଧିକାରୀ ଅଭିନାବ ଶଙ୍କର , ଉପଜିଲ୍ଲାପାଳ ପ୍ରଭାତ ପରିଡ଼ା , ବୈପାରିଗୁଡ଼ା ଗୋଷ୍ଟୀ ଉନ୍ନୟନ ଅଧିକାରୀ ଭାସ୍କର ଚନ୍ଦ୍ର ସାହୁ , ସିଡିଓ ଦେବାଶିଷ ପଟ୍ଟନାୟକ , ବୈପାରିଗୁଡ଼ା ତହସିଲଦାର ଶ୍ନିଗ୍ଧାରାଣି ଚୌଧୁରୀଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଓ ବ୍ଲକ ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ।
ବୈପାରିଗୁଡ଼ା ରୁ ବିଜୟ ପାଙ୍ଗି ଙ୍କ ରିପୋର୍ଟ AKN NEWS


