ଓଡିଶା ଖବର

କୁଚିଣ୍ଡା ମହିଳା କନିଷ୍ଠ ମହାବିଦ୍ୟାଳୟ ରେ ସମ୍ବଲପୁରୀ ଦିନ ଓ ବୃକ୍ଷ ରୋପଣ

କୁଚିଣ୍ଡା :1/8(AKN NEWS): କୁଚିଣ୍ଡା ସ୍ଥିତ ମହିଳା କନିଷ୍ଠ ମହା ବିଦ୍ୟାଳୟରେ ଆଜି ବରିଷ୍ଠ ଅଧ୍ୟାପିକା ସୁଶ୍ରୀ ସୁଚେତା ନାଏକ ଙ୍କ ସଭାପତିତ୍ୱରେ ସମ୍ବଲପୁରୀ ଦିନ ତଥା ଆଧୁନିକ ସମ୍ବଲପୁରୀ ସାହିତ୍ୟ ର ଜନକ କୁହା ଯାଉଥିବା ଗୁରୁ ସତ୍ୟ ନାରାୟଣ ବହିଦାର ଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇ ଯାଇଛି । ଏଥିରେ ସାହିତ୍ୟିକ ତଥା ପରିବେଶ ବିତ୍ତ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଆଧୁନିକ ସମ୍ବଲପୁରୀ ଭାଷା ଓ ସାହିତ୍ୟ ପ୍ରତି ସତ୍ୟ ନାରାୟଣ ବହିଦାର ଙ୍କ ଅବଦାନ ଉପରେ ଆଲୋଚନା କରିଥିକେ । ସେ ତାଙ୍କ ବକ୍ତବ୍ୟରେ ତାଙ୍କ ଜୟନ୍ତୀ ଅବସରରେ ବୃକ୍ଷ ରୋପଣ ଏକ ସାହାସିକତା ପଦକ୍ଷେଓ ବୋଲି ବର୍ଣ୍ଣନା କରିଥିଲେ । ସମ୍ମାନିତ ଅତିଥି ଭାବରେ ସାମ୍ବାଦିକ ଗଗନ ଶର୍ମା ଯୋଗ ଦେଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ଶହ ବୃକ୍ଷ ହିଁ ଜୀବନ ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସାମାଜିକ କର୍ମୀ ରାଜ କୁମାର ରକ୍ସା, ବିଜୁ ସାହୁ ଓ ଜଗଦୀଶ ପରୁଆ ମଂଚାସୀନ ଥିଲେ। ପ୍ରାରମ୍ଭରେ ଅତିଥି ଓ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ର, ଛାତ୍ରୀ ଗାନ ମା ସମଲେଇ ଓ ଗୁରୁ ସତ୍ୟ ନାରାୟଣ ଙ୍କ ତୈଳ ଚିତ୍ରରେ ପୁଷ୍ପ ଓ ଦୀପ ଦାନ କରି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ । ସମ୍ବଲପୁରୀ କବିତା ପାଠ ମଧ୍ୟ କରାଯାଇଥିଲା ।ଏହାପରେ ଅତିଥି ଗଣଙ୍କ ସହ ଅଧ୍ୟାପିକା ସୁସ୍ମିତା ନାୟକ, ସୋନମ ଖଣ୍ଡେନୱାଲ, ସଂଯୁକ୍ତା ଦୀପ ପ୍ରମୁଖ ଙ୍କ ନେତୃତ୍ୱରେ ପ୍ରାୟ କୋଡିଏ ଟି ଚାରା ରୋପଣ କରିଥିଲେ। କାର୍ଯ୍ୟକ୍ରମର ସଫଳତା ପାଇଁ ଅଧ୍ୟକ୍ଷ ଅଧିକାରୀ ସାହୁ କୃତଜ୍ଞତା ପ୍ରକାଶ କରିଥିଲେ।

ବ୍ୟୁରୋ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!