କେରଳ ଭୂସ୍ଖଳନ ରେ ପ୍ରାଣ ହରେଇଥିବା ଲୋକଙ୍କୁ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ତରଫରୁ ଶ୍ରଦ୍ଧାଞ୍ଜଳି

(AKN NEWS): ଭବାନୀପାଟଣା ସ୍ଥାନୀୟ ତାରିଣୀ ମନ୍ଦିର ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ପରିସର ରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ କେରଳ ଭୂସ୍ଖଳନ ରେ ପ୍ରାଣ ହରେଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି | ୱାୟନାଡ଼ ଭୂସ୍ଖଳନ ରେ 150 ରୁ ଉର୍ଦ୍ଧ ଲୋକ ପ୍ରାଣ ହରାଇଥିବା ବେଳେ ଶତାଧିକ ନିଖୋଜ ଥିବା ଖବର ଆସୁଛି, ପ୍ରାଣ ହରେଇଥିବା ଲୋକଙ୍କ ଅମର ଆତ୍ମା ର ସଦଗତି ନିମନ୍ତେ ମହମ ବତୀ ଜାଳି ୨ମିନଟ ନିରବ ପ୍ରାର୍ଥନା କରାଯାଇଥିଲା |
ଏହି ପ୍ରାକୃତିକ ବିପର୍ଯୟ ରେ ଓଡିଶାରୁ ଦୁଇଜଣ ଡାକ୍ତର ଜଣେ ମୃତ ଆଉଜଣେ ନିଖୋଜ ଥିବା ସୂଚନା ଆସୁଛି | ପରିବେଶ ପ୍ରଦୂଷିତ ହେଲେ ପ୍ରକୃତି ନାନା ଭାବେ ତାର କ୍ରୋଧ ପ୍ରକାଶ କରେ ଏବଂ ଏ ସୃଷ୍ଟି ର ସ୍ଥାନେ ସ୍ଥାନେ ଦେଖାଦିଏ ପ୍ରାକୃତିକ ବିପଦ ଏହା ଜ୍ୱଳନ୍ତ ଉଦାହରଣ ବୋଲି ସ୍କୁଲ ର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ଼. ଶିବରାମ ନାୟକ ଶ୍ରଦ୍ଧାଞ୍ଜଳି ବକ୍ତବ୍ୟ ରେ କହିଥିଲେ |
ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିବା ବେଳେ ଶିକ୍ଷୟିତ୍ରୀ ଚଞ୍ଚଳା ଶର୍ମା, ଚନ୍ଦ୍ରପ୍ରଭା ମିଶ୍ର, ସାଧନା ପ୍ରଧାନ, ସୁରଶ୍ମିତା ତ୍ରିପାଠୀ, ସରିତା ବାଗେଲ, କଲ୍ୟାଣୀ ବାଗ ଓ ବୃଷବ ଦାଶ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ଓ ଶିକ୍ଷକ ସମ୍ପଦ ମୁଣ୍ଡ ସଭା ପରିଚାଳନା କରିଥିଲେ |
ବ୍ୟୁରୋ ରିପୋର୍ଟ AKN NEWS


