ଭବାନୀପାଟଣା ବିଇଓ କାର୍ଯ୍ୟାଳୟ ପକ୍ଷରୁ ଅବସରକାଳୀନ ସମ୍ବର୍ଦ୍ଧନା

ଭବାନୀପାଟଣା,୧/୮(AKN NEWS): ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଚଳିତ ମାସରେ ଅବସର ଗ୍ରହଣ କରିଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀ ଆଚାରୀ ଶବରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଶିକ୍ଷକ ପ୍ରଦୋଷ ମିଶ୍ର, ଅନୟତୁଲ୍ଲା ଖାଁ, ଶିକ୍ଷୟିତ୍ରୀ ମିନତୀ ରଥ, ସବିତା ପାଢ଼ୀ, ଶୈଳବାଳା ମିଶ୍ର, କବିତା ବିଶ୍ଵାଳ, ସୁନିତି ମଞ୍ଜରୀ ମିଶ୍ର ପ୍ରମୁଖଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା। ସଦର ବିଇଓ ଶ୍ରୀ ଆଚାରୀଙ୍କ ଉଦ୍ୟମରେ ପ୍ରଥମ ଥର ପାଇଁ ଅବସର ଗ୍ରହଣ କରିଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅଫିସ୍ ତରଫରୁ ସମ୍ବର୍ଦ୍ଧିତ କରିଥିବା ବେଳେ ପେନସନ କାଗଜପତ୍ର ତତ୍କାଳ ପ୍ରଦାନ କରାଯାଇଥିଲା। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗଦିଶ୍ୱର ମୁଣ୍ଡ, ଜୟ କୁମାର ମାଝୀ, ହୃଷୀକେଶ ନାଏକ ଉପସ୍ଥିତ ଥିଲେ। ସେକ୍ସନ ଅଫିସର ଶିଶିର ଦାସ, କନିଷ୍ଠ କିରାଣି ହେମନ୍ତ ପରିଚ୍ଛା, ସିଆରସିସି ପ୍ରଫୁଲ୍ଲ କୁମାର ଠାକୁର, ବିଶ୍ୱଜିତ୍ ରାଏ, ସୂର୍ଯ୍ୟନାରାୟଣ ମହାନ୍ତି, ଅଫିସ୍ କର୍ମଚାରୀ ଅରୁଣ ମିଶ୍ର, ଶୁଭ୍ରାଂଶୁ ଆଚାର୍ଯ୍ୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ବ୍ୟୁରୋ ରିପୋର୍ଟ AKN NEWS


