ଓଡିଶା ଖବର

କେନ୍ଦ୍ରାପଡା ରେ ପାଲିତ ହେଲା ସମ୍ବଲପୁରୀ ଦିନ୍‌

(AKN NEWS): ଆଜି ଅଗଷ୍ଟ ୧,ସମ୍ବଲପୁରୀ ଅସ୍ମିତା ର ଦିନ ଏହିଦିନ ସମ୍ବଲପୁରୀ ସାହିତ୍ୟ ର ଜନକ ଗୁରୁ ଶ୍ରୀ ସତ୍ୟ ନାରାୟଣ ବହିଦାରଙ୍କ ଜନ୍ମ ଦିନ |ଯେହେତୁ ସେ ସମ୍ବଲପୁରୀ ସାହିତ୍ୟ ଭାଷା ପାଇଁ ଉତ୍ସର୍ଗୀକୃତ ଥିଲେ ତାଙ୍କ ପ୍ରଚେଷ୍ଟାରେ ସମ୍ବଲପୁରୀ ଭାଷା ସାହିତ୍ୟ ରୂପ ପାଇଛି ତେଣୁ ପଶ୍ଚିମ୍ ଓଡ଼ିଶା ବାସୀ ଯେଉଁଠାରେ ଥିଲେ ମଧ୍ୟ ଏହି ଦିନକୁ ସମ୍ବଲପୁରୀ ଦିନ୍‌ ଭାବରେ ପାଳନ କରିଥାନ୍ତି | କେନ୍ଦ୍ରାପଡ଼ା ଜିଲ୍ଲା ରେ ବିଭିନ୍ନ ସ୍କୁଲ ଓ ଅଫିସ କାର୍ଯ୍ୟରତ ଥିବା ପଶ୍ଚିମ ଓଡିଶା ର କର୍ମଚାରୀ ମାନଙ୍କ ଦ୍ୱାରା ପାଳନ ହେଲା ସମ୍ବଲପୁରୀ ଦିବସ…. ଗାଁ ଛାଡ଼ି ଯେତେ ଦୂରରେ ରହିଲେ ବି ମନଟା ସବୁବେଳେ ନିଜ ସମ୍ବଲପୁରି ପଶ୍ଚିମ୍ ଓଡ଼ିଶା ମାଟି କୁ ଖୋଜୁଥାଏ…| ସେମାନେ ନିଜର କାର୍ଯ୍ୟ ସାରି ଆଜି ସମସ୍ତେ ଏକତ୍ରିତ ହୋଇ ସମ୍ବଲପୁରି ଗୀତ ନାଚ କରି ଏହି ଦିନ କୁ ଉତ୍ସାହର ସହ ପାଳନ କରିଛନ୍ତି |

ସମ୍ବଲପୁର ରୁ ପ୍ରଦ୍ୟୁମ୍ନ ବିଶି ଙ୍କ ରିପୋର୍ଟ ଏ.କେ.ଏନ ନିୟୁଜ

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!