ଓଡିଶା ଖବର

ଆଧାର କାର୍ଡ ଅପଡେସନ ସମସ୍ତଙ୍କ ପାଇଁ ଜରୁରୀ।

ପୁରୀ ୨/୮(AKN NEWS): ଆଧାର କାର୍ଡ଼ର ଅଦ୍ୟତନ ବା ଅପଡେସନ ଅତ୍ୟନ୍ତ ଜରୁରୀ।ପ୍ରତ୍ୟେକ ୧୦ ବର୍ଷ ଅନ୍ତରରେ ଆଧାର ଅପଡେସନ ହେବା ଆବଶ୍ୟକ।ତେବେ ୫ ରୁ ୭ ବର୍ଷ ଏବଂ ୧୫ ରୁ ୧୭ ବର୍ଷ ପର୍ଯ୍ୟନ୍ତ ଅପଡେସନ ବିନା ମୂଲ୍ୟ ରେ ହେଉଥିବା ବେଳେ ଅନ୍ୟ ମାନଙ୍କ କ୍ଷେତ୍ରରେ ୧୦୦ ଟଙ୍କା ଦେୟ ଦେବାକୁ ପଡିବ।

ତେଣୁ ପୁରୀ ଜିଲ୍ଲାରେ ବ୍ୟାପକ ସଚେତନତା ମାଧ୍ୟମରେ ଏହାକୁ ସଫଳ କରିବାକୁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ପରାମର୍ଶ ଦେଇଛନ୍ତି।ଆଜି ପୂର୍ବାହ୍ନରେ ରେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଆଧାର କାର୍ଡ ଅପଡେସନ ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ଯେହେତୁ ବ୍ୟାଙ୍କ ଆକାଉଣ୍ଟ ଖୋଲିବା, ରାସନ ସାମଗ୍ରୀ ନେବା,ଉଚ୍ଚ ଶିକ୍ଷା, ଛାତ୍ର ବୃତ୍ତି ପାଇବା ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ରେ ଆଧାର କାର୍ଡ ର ବ୍ୟାପକ ବ୍ୟବହାର ହେଉଛି ଓ ଜନ ସାଧାରଣ ଙ୍କ ସୁରକ୍ଷା ପାଇଁ ଏହାକୁ ଗୁରୁତ୍ୱ ଦିଆ ଯାଉଛି,ତେଣୁ ବ୍ୟାପକ ଜାଗରଣ ମାଧ୍ୟମରେ ଲୋକଙ୍କୁ ଅବଗତ କରାଇବାକୁ ସେ ମତ ଦେଇଥିଲେ।ବିସ୍ତୃତ ସୂଚନା ଦେଇ ୟୁଆଇଡିଏଆଇ ର ସହକାରୀ ମ୍ୟାନେଜର ତଥା ରାଜ୍ୟ ପ୍ରତିନିଧି ସୌମ୍ୟ ରଞ୍ଜନ ସିଂ ପ୍ରାୟ ସମସ୍ତ ସରକାରୀ ଯୋଜନା ର ଲାଭ,ଗୋଟିଏ ରାଷ୍ଟ୍ର ଗୋଟିଏ ରାସନ କାର୍ଡ ର ସୁବିଧା, ଋଣ ଆବେଦନ ବ୍ୟାଙ୍କ ଦ୍ଵାରା ଶିଘ୍ର ପ୍ରକ୍ରିୟା କରଣ,ଇନକମ ଟ୍ୟାକ୍ସ ରିଟର୍ଣ୍ଣିଂ ସହାୟତା ପାଇଁ ଆଧାର ଅପଡେସନ ସହ ମୋବାଇଲ ସଂଯୋଗର ଆବଶ୍ୟକତା ରହିଛି ବୋଲି ସୂଚନା ଦେଇଥିଲେ।ନିୟମ ଅନୁସାରେ ପ୍ରତି ୧୦ ବର୍ଷ ରେ ଓ ପିଲା ମାନଙ୍କ କ୍ଷେତ୍ରରେ ୫ ରୁ ୭ ଓ ୧୫ ରୁ ୧୭ ବର୍ଷ ମଧ୍ୟରେ ଏହା ଅପଡେସନ ହେବା ଜରୁରୀ। ଅନଲାଇନ myaadhar.uidai.gov.in ରେ ଅପଡେସନ କରାଯାଇପାରିବ।ଅଫଲାଇନ ରେ ପୋଷ୍ଟ ଅଫିସ, ବ୍ଲକ, ଅଙ୍ଗନବାଡି କେନ୍ଦ୍ର ମାଧ୍ୟମରେ ମଧ ଏହା କରାଯାଉଛି ବୋଲି ଜିଲ୍ଲା ଇ ଗଭର୍ଣ୍ଣାନ୍ସ ମ୍ୟାନେଜର ପିୟୁଷ ଚକ୍ରବର୍ତ୍ତୀ ସୂଚନା ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ, ପୋଲିସ ଡିଏସପି ତପନ କୁମାର ଦାଶ, ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ,ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶର୍ମିଷ୍ଠା ହୋତା,ଜିଲ୍ଲା ଯୋଗାଣ ଅଧିକାରୀ ସୁବୋଧ ହୋତା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମମତା ମିଶ୍ର ଓ ଡାକ ବିଭାଗ ଅଧିକାରୀ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ପୁରୀ ରୁ ରଞ୍ଜନ ଦାସଙ୍କ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!