ଆଦିତ୍ରୀ ଇନ୍ଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ ସୁଦପଡା ନସିଂ ସ୍କୁଲ ଶପଥ ଗ୍ରହଣ ସମାରୋହ, ୫୨ ଜଣ ଛାତ୍ର ଛାତ୍ରୀ ଶପଥ ନେଲେ

ବଲାଙ୍ଗୀର,୩୧/୭(AKN NEWS): ବଲାଙ୍ଗିର ସହର ସ୍ଥିତ ଆଦିତ୍ରୀ ଇନ୍ଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ ସୁଦପଡା ନସିଂ ସ୍କୁଲ ଶପଥ ଗ୍ରହଣ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଆଦିତ୍ରୀ ନସିଂ ଅନୁଷ୍ଠାନର ସହ ନିର୍ଦ୍ଦେଶିକା ମୋନାଲିସା ଯୋଷୀ ଙ୍କ ସଭାପତିତ୍ୱ ଓ ସଂଯୋଜନାରେ ଅନୁଷ୍ଠିତ ସଭାରେ ସରକାରୀ ଏ.ଏନ୍.ଏମ୍ ସ୍କୁଲ ବଲାଙ୍ଗିର ଅଧ୍ୟକ୍ଷା ବିନୋଦିନୀ ଦାଶ ଯୋଗ ଦେଇ ତ୍ୟାଗପୁତ ସେବା ପାଇଁ ଆହ୍ୱାନ ଦେଇଥିଲେ । ସୁପ୍ରିମଟାକ୍ସ ଉପଦେଷ୍ଟା ଡା. ସିଦ୍ଧେଶ୍ୱର ମିଶ୍ର, ଏଏନ୍ଏମ୍ ସ୍କୁଲ ଟ୍ୟୁଟର ସନ୍ତୋଷିନୀ ସ୍ୱାଇଁ ଓ ଅଞ୍ଜଳି ବାରକ, ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରଦ୍ୟୁମ୍ନ ମିଶ୍ର, ଅଧ୍ୟକ୍ଷା ଆର.ଝାନସି ମଂଚାସିନ ଥିଲେ । ଅତିଥିଗଣ ଆଦର୍ଶ ସେବିକା ଓ ନିଷ୍ଠାପର ଭାବେ ସେବା କରିବାକୁ ପରାମର୍ଶମାନ ଦେଇଥିଲେ । ଏହି ଶପଥ ଗ୍ରହଣ ଉତ୍ସବ ରେ ୫୨ ଜଣ ଛାତ୍ରୀ ଛାତ୍ର ଉତ୍ତମ ସେବିକା ହେବାକୁ ଶପଥ ନେଇଥିଲେ । ଅଧ୍ୟାପିକା ବିଶ୍ୱରୁପା ମିଶ୍ର, ଅନ୍ୱେଷା ମିଶ୍ର ଓ ସୁଜାତା ମିର୍ଦ୍ଧା କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ । ପରିଶେଷରେ ନସିଂ ସ୍କୁଲ ଅଧ୍ୟକ୍ଷା ଆର.ଝାନସି ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ର ଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
ବ୍ୟୁରୋ ରିପୋର୍ଟ AKN NEWS


