ଓଡିଶା ଖବର

ପରମାଣପୁର ଅରବିନ୍ଦ ଶିକ୍ଷାକେନ୍ଦ୍ର ରେ ପାଲିତ ହେଲା ସମ୍ବଲପୁରୀ ଦିନ୍‌

(AKN NEWS): ଆଜି ଅଗଷ୍ଟ ୧ତାରିଖରେ ଗୁରୁ ଶ୍ରୀ ସତ୍ୟ ନାରାୟଣ ବହିଦାରଙ୍କ ସ୍ମୃତିରେ ପରମାନପୁର ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ସମ୍ବଲପୁରୀ ଦିନ ‘ ମହା ଆଡ଼ମ୍ବରରେ ପାଳିତ ହୋଇଅଛି । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା

ବକ୍ତୃତା, ପ୍ରବନ୍ଧ ଲିଖନ, ସମ୍ବଲ ପୁରୀ ବସ୍ତ୍ର ଓ ଖାଦ୍ୟ ପ୍ରଦର୍ଶନ, କବିତା ପାଠୋତ୍ସବ, ନୃତ୍ୟ,ଗୀତ, ଅଭିନୟ ଆଦି ପରିବେଷିତ ହୋଇଥିଲା। ଛାତ୍ର ଛାତ୍ରୀ ମାନେ ବହୁତ ଉତ୍ସାହର ସହିତ ସମସ୍ତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷା ରାଜଲକ୍ଷ୍ମୀ ମିଶ୍ର ଅଧ୍ୟକ୍ଷତା କରିଥିଲେ। ପ୍ରଥମ ପର୍ଯ୍ୟାୟରେ ପରିଚାଳନା କମିଟର ସଭ୍ୟ ମାନେ ଯୋଗଦାନ କରି ଉତ୍ସାହିତ କରିଥିଲେ।

ଦ୍ଵିତୀୟ ପର୍ଯ୍ୟାୟରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ବାରିକ ଓ ଶ୍ରୀଯୁକ୍ତ ପଦ୍ମଲୋଚନ ନାଥ ଯୋଗଦାନ କରି ଛାତ୍ର ଛାତ୍ରୀ ମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। କାର୍ଯକ୍ରମକୁ ଅନୁଷ୍ଠାନର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନା କରି ସାଫଲ୍ୟ ମଣ୍ଡିତ କରିଥିଲେ।

ସମ୍ବଲପୁରରୁ ପ୍ରଦ୍ୟୁମ୍ନ ବିଶି ଏକେଏନ୍‌ ନ୍ୟୁଜ୍

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!