ଓଡିଶା ଖବର

ନିଜ କୁ ସରକାରୀ କର୍ମଚାରୀ କହି ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ ଥାନାର ଦ୍ୱାରସ୍ଥ ପାଇଁ ଗାଁ ଲୋକଙ୍କ ବୈଠକ 

(AKN NEWS): ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ଧୂମାଭଟା ଅଂଚଳ ରେ ଲେବର କାର୍ଡ ନାଁ ରେ ଠକେଇ ହୋଇଥିବା ଅଭିଯୋଗ ହେଉଛି |ଦାଦନ ପ୍ରବଣ ଉକ୍ତ ଅଂଚଳ ରେ ଗରିବ ହିତାଧିକାରୀ ମାନଙ୍କ ଲେବର କାର୍ଡ କରିଦେଇ ବିଭିନ୍ନ ସରକାରୀ ଯୋଜନା ରେ ସାମିଲ କରିବାକୁ ନାନା ପ୍ରକାର ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ ହେଉଛି |ଏମିତି କି ଦଲାଲ ମାନେ ଘର କୁ ଘର ବୁଲି ଲୋକଙ୍କ ଠାରୁ ମୁଣ୍ଡପିଛା 300ଟଙ୍କା ଆଦାୟ କରି ଲେବର କାର୍ଡ କରି ଦେବା ନାଁରେ ହଜାର ହଜାର ଟଙ୍କା ଲୁଟ କରିଥିବା ଅଭିଯୋଗ ହେଉଛି |ଠକାମୀ ର ଶିକାର ହୋଇଥିବା ସାଧୁ ବରିହା ଙ୍କ ଅଭିଯୋଗ ଅନୁସାରେ କିଛି ମାସ ତଳେ ଶେଷଦେବ ନାମକ ଜଣେ ବ୍ୟକ୍ତି ଗାଁ କୁ ଆସିଥିଲେ |ମୁ ଲେବର ଅଫିସ ଆସିଛି କହି ସମସ୍ତେ ଙ୍କ ଲେବର କାର୍ଡ କରିଦେଵା ପାଇଁ କହିଥିଲେ |ଏନେଇ 50 ରୁ ଉର୍ଦ୍ଧ ଲୋକଙ୍କୁ ଠାରୁ 300 ଟଙ୍କା ସହ ଆବଶ୍ୟକ କାଗଜପତ୍ର ନେଇଥିଲେ |କିନ୍ତୁ ଏତେ ମାସ ପରେ ବି କୌଣସି ହିତାଧିକାରୀ ଙ୍କ ଲେବର କାର୍ଡ ହୋଇପାରିନାହିଁ |ଏନେଇ ଗାଁ ଲୋକ ଶେଷଦେବ କୁ ବାରମ୍ବାର ପଚାରିଛନ୍ତି ହେଲେ ବାବୁ ଜଣକ ଧରାଛୁଆଁ ଦେଉନାହାନ୍ତି |ଯାହାଳ ନେଇ ଗାଁ ଲୋକ ଏକ ବୈଠକ କରି ଥାନାର ଦ୍ୱାରସ୍ଥ ପାଇଁ ନିଷ୍ପତ୍ତି ନେଇଛନ୍ତି |ଅନ୍ୟପଟେ ବ୍ୟକ୍ତି ଜଣକ ବିଭିନ୍ନ ସରକାରୀ କର୍ମଚାରୀ ସହ ଦଲାଲ ମାନଙ୍କ ସହ ବୁଲାବୁଲି କରିଥାନ୍ତି ନିରୀହ ଅସହାୟ ମାନଙ୍କ ଠାରୁ ଧମକ ଚମକ ଦେଇ ଟଙ୍କା ଆଦାୟ କରୁଥିବା ମଧ୍ୟ୍ୟ ଅଭିଯୋଗ ହେଉଛି ବାବୁ ଜଣକ ଗାଁ ଗାଁ କୁ ଯାଇ ଏମିତି ଟଙ୍କା ଆଦାୟ ଆଦାୟ କରୁଥିବା ଅଭିଯୋଗ ହେଉଛି |ତେବେ ଏନେଇ ପାଟଣାଗଡ଼ ଦାୟିତ୍ୱ ରେ ଥିବା ଶ୍ରମ ନିରୀକ୍ଷକ କୁ ଯୋଗାଯୋଗ କରିବାରୁ ଫୋନ ଗ୍ରହଣ କାରନଥିଲେ କି ଅଫିସ କୁ ବହୁ ଦିନ ହେବ ଅଫିସ କୁ ଆସି ନାହାନ୍ତି |ଯା ଫଳରେ ମତାମତ ମିଳିପାରିନାହିଁ,ଥାନା ଅଧିକାରୀ ଙ୍କ ସହ ଯୋଗାଯୋଗ କରିବାରୁ ଥାନାରେ ଲିଖିତ ଅଭିଯୋଗ କଲେ ଶୀଘ୍ର ଏହା ବିରୁଦ୍ଧରେ ତଦନ୍ତ କରି ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି |ଉକ୍ତ ବୈଠକ ରେ ଗାଁ ସିପୁନ ଖମାରି, ସାଧୁ ବରିହା, ମେମ୍ବର ମଳିକ, ଦୟାସଗାର ମଳିକ, ସଂଜୀବ ବୁଡ଼େକ, ସାବଧାନ ବିନ୍ଧାଣି ସହ ଅନ୍ୟମାନେ ଉପସ୍ଥିତ ଥିଲେ

ବଲାଙ୍ଗୀର ଜିଲ୍ଲା କଞ୍ଜର ମୁନ ଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!