ଓଡିଶା ଖବର

ସାମ୍ବାଦିକ ସଂଘ ପକ୍ଷରୁ ଡେଙ୍ଗୁ ଓ ମ୍ୟାଲେରିଆ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

(AKN NEWS): କଳାହାଣ୍ଡି ଜିଲ୍ଲା କୋକସରl ବ୍ଳକ ସାମ୍ବାଦିକ ସଂଘ ପକ୍ଷରୁ ଯୁବ ରେଡ଼କ୍ରସ ଲଡୁଗାଁ କଲେଜ, କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଲଡୁଗାଁ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ସହଯୋଗ କ୍ରମେ ଗୁରୁବାର ଲଡୁଗାଁ ଠାରେ ଡେଙ୍ଗୁ ଓ ମ୍ୟାଲେରିଆ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବ୍ଳକ ସାମ୍ବାଦିକ ସଂଘର ସଭାପତି ଚକ୍ରଧର ବେଶ୍ରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଲଡୁଗାଁ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଶିବାନନ୍ଦ ନାଏକ ମୁଖ୍ୟବକ୍ତା ଭାବେ ଯୋଗଦେଇ ଡେଙ୍ଗୁ ଓ ମ୍ୟାଲେରିଆର ଲକ୍ଷଣ ଓ ନିରାକରଣ ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋକପାତ କରିଥିଲେ। କଳାହାଣ୍ଡି ଜର୍ଣ୍ଣାଲିଷ୍ଟ ୟୁନିୟନର ସଭାପତି ମହମ୍ମଦ ଅଲ୍ଲୀ, ଜିଲ୍ଲା ସାଧାରଣ ସମ୍ପାଦକ ଜଗମୋହନ ପଟ୍ଟନାୟକ, ପୁରୁଷ ସ୍ବାସ୍ଥ୍ୟ ପରିଦର୍ଶକ କେତନ ପାତ୍ର, କଲେଜ ଅଧ୍ୟକ୍ଷ ଡ଼ଃ ନିହାର କାନ୍ତ ପଣ୍ଡା, ଅଧ୍ୟାପକ ପ୍ରେମାନନ୍ଦ ସାହା, ଭିବିଡିଟିଏସ୍ ଦୁଷ୍ମନ୍ତ ରାଉତ ପ୍ରମୁଖ ଯୋଗଦେଇ ଡେଙ୍ଗୁ ଓ ମ୍ୟାଲେରିଆରୁ ମୁକ୍ତି ପାଇବାକୁ ହେଲେ ସଚେତନତାର ଆବଶ୍ୟକ ରହିଛି ବୋଲି ମତବ୍ୟକ୍ତ କରିଥିଲେ। ଏହି କ୍ରମରେ କଲେଜ ପରିସରରୁ ଏକ ସଚେତନତା ଶୋଭାଯାତ୍ରା ବାହାରିଥିଲା। କାର୍ଯ୍ୟକ୍ରମକୁ ଅଧ୍ୟାପକ ସଞ୍ଜୟ ପୁରୋହିତ ସଂଯୋଜନା କରିଥିଲାବେଳେ ସାମ୍ବାଦିକ ଜଗଦୀଶ ନାଏକ, ବସନ୍ତ ସରାବୁ, ହିରଣ୍ୟ ବେହେରା, ତୁଲାରାମ ବେହେରା, ଗଣେଶ ଭାଟି, ଦେବେନ୍ଦ୍ର ସାଗର, ପରେଶ୍ ପଟ୍ଟନାୟକ, ରଘୁମଣୀ ପୁଝାରୀ , ନିରଞ୍ଜନ ଛତ୍ରୀଆ,ପ୍ରମୁଖ ସହଯୋଗ କରିଥିଲେ। ସାମ୍ବାଦିକ ଗଜିନ୍ଦ୍ର ନାଗ ଧନ୍ୟବାଦ୍ ଅର୍ପଣ କରିଥିଲେ।

କଳାହାଣ୍ଡି ରୁ ଟଙ୍କଧର ବିହାରୀ ଙ୍କ ରିପୋଟ akn news

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!