ସରକାରୀ ସ୍ନାତକ ମହାବିଦ୍ୟାଳୟ କୋଷାଗୁମୁଡ଼ା ର ଶୁଭ ଉଦଘାଟନ

ନବରଙ୍ଗପୁର (AKN NEWS): ଓଡ଼ିଶା ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ତରଫରୁ ଆଜି ଲୋକସେବା ଭବନରୁ ଆଭାସୀ କାର୍ଯକ୍ରମ ମାଧ୍ୟମରେ ରାଜ୍ୟର ବିଭିନ୍ନ ଉପାନ୍ତ ଅଞ୍ଚଳରେ ଥିବା ଚଉଦ ଟି ସ୍ନାତକ ମହାବିଦ୍ୟାଳୟର ଶୁଭ ଉଦଘାଟନ ମାନ୍ୟବର ଉଚ୍ଚଶିକ୍ଷା,କ୍ରୀଡ଼ା ଓ ଯୁବ ବ୍ୟାପାର, ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ୍ ଙ୍କ କରକମଳରେ ହୋଇଛି।ଏହି ଅବସରରେ ଉଚ୍ଚ ଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ ଉପସ୍ଥିତ ରହିଥିଲେ। କୋଷାଗୁମୁଡ଼ା ଠାରେ ହୋଇଥିବା ଉଦ୍ଘାଟନୀ ସମାରୋହ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ଓସ୍ୱାନ କକ୍ଷ ଠାରେ ଆଭସୀ ମାଧ୍ୟମରେ ହୋଇ ଥିଲା।ଏଥିରେ ମୁଖ୍ୟ ଅତିଥି ଭାବରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଆଶିଷ ତ୍ରିପାଠୀ ଯୋଗଦେଇଥିଲେ। ନବରଙ୍ଗପୁର ସାଂସଦ ଙ୍କ ପ୍ରତିନିଧି ସୋମନାଥ ପୂଜାରୀ ଓ କ୍ଷେତ୍ରମୋହନ ପାତ୍ର ସମ୍ମାନୀତ ଅତିଥି ଭାବେ ଉପସ୍ଥିତ ଥିଲେ। ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ରାଜୀବ ଜାଲ ଓ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଓ ଛାତ୍ର ଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଅଧିକ ଶିକ୍ଷା ପାଇଁ ଦୂରସ୍ଥାନକୁ ଯିବାକୁ ପଡ଼ୁଥିବାରୁ ବହୁ ଛାତ୍ର ଛାତ୍ରୀ ଅତୀତରେ ଉଚ୍ଚ ଶିକ୍ଷା ରୁ ବଞ୍ଚିତ ହେଉଥିଲେ।ନିଜ ଅଞ୍ଚଳରେ ସ୍ନାତକ ମହାବିଦ୍ୟାଳୟ ଖୋଲିବା ପରେ ବୁଦ୍ଧିଜୀବୀ ଓ ଅବିଭାବକ ମହଲରେ ଆନନ୍ଦର ଲହରୀ ଖେଳି ଯାଇଛି।
ନବରଙ୍ଗପୁର ରୁ ଘାସିରାମ ହରିଜନ ଙ୍କ ରିପୋର୍ଟ ଏକେଏନ୍ ନ୍ୟୁଜ୍


