ଓଡିଶା ଖବର

ଆଜି ଡ଼ଃ ଶୁଭଙ୍କର ମହାପାତ୍ର ,ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ନବରଙ୍ଗପୁର ଜିଲ୍ଲାପାଳ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି

ନବରଙ୍ଗପୁର ୯.୦୮.୨୦୨୪(AKN NEWS): ଆଜି ଡ଼ଃ ଶୁଭଙ୍କର ମହାପାତ୍ର ,ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ନବରଙ୍ଗପୁର ଜିଲ୍ଲାପାଳ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଡ଼ଃ ମହାପାତ୍ର ନବରଙ୍ଗପୁର ରେ ପହଞ୍ଚିବା ପରେ ନବରଙ୍ଗପୁର ର ଅଧିଷ୍ଠାତ୍ରୀ ଦେବୀ ମାଆ ଭଣ୍ଡାର ଘରଣୀ ଙ୍କ ଦର୍ଶନ ଆଶୀର୍ବାଦ ଭିକ୍ଷା କରିଥିଲେ।

ଡ଼ଃ ମହାପାତ୍ର ଜିଲ୍ଲା କାର୍ଯ୍ୟାଳୟ ରେ ପହଞ୍ଚିବା ପରେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ମହେଶ୍ଵର ଚନ୍ଦ୍ର ନାୟକ ଏବଂ ଅତିରିକ୍ତ ଜିଲ୍ଲାପାଳ ରାଜସ୍ଵ ନବୀନ ଚନ୍ଦ୍ର ନାୟକ, ବିରଞ୍ଚି ନାରାୟଣ ଦରବାନ, ନିର୍ବାହୀ ଅଧିକାରୀ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ, ଉପ ଜିଲ୍ଲାପାଳ ପ୍ରକାଶ ଚନ୍ଦ୍ର ମିଶ୍ର, ଓଡିଶା ରାଜସ୍ୱ ଅମଲା ସଂଘର ରାଜ୍ୟ ସଭାପତି, ତ୍ରିପତି ବାଲାଜୀ ସାହୁ, ନବରଙ୍ଗପୁର ଜିଲ୍ଲା ସଭାପତି, ଆଶୁତୋଷ ମହାନ୍ତି, ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ନୂତନ ଜିଲ୍ଲାପାଳ ଡଃ ମହାପାତ୍ର ଜିଲ୍ଲାର ସାମୁହିକ ବିକାଶ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଡେପୁଟି ଜିଲ୍ଲାପାଳ ପି ମନସ୍ମିତା , ମନୋଜ କୁମାର ମହାନ୍ତି, ମଧୁମିତା ପାମିଲା କର, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଗୀତାଞ୍ଜଳି ବେହେରା,ଜରୁରୀକାଳୀନ ବିଭାଗ ର ଜିଲ୍ଲା ପ୍ରକଳ୍ପ ଅଧିକାରୀ ହିମାଂଶୁ ଶେଖର ପଟନାୟକ, ସହାୟକ ଜିଲ୍ଲାପାଳ, ଅଶ୍ଵିନି କୁମାର ମାଝୀ, ହେମନ୍ତ କୁମାର ଶୌରା, ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ, ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ ଜିଲ୍ଲା ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଅଧିକାରୀ,ବିଶ୍ୱ ରଞ୍ଜନ ଭୁକ୍ତା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ସୁଧାଂଶୁ ଶେଖର ପାତ୍ର, ବିଭାଗୀୟ ଅଧିକାରୀ ରାମଚନ୍ଦ୍ର ରଘୁ ମଣ୍ଡଳ, ଜଗନ୍ନାଥ ମହାପାତ୍ର, ଉଲମ୍ଫl ଭତ୍ରା, ଜିତେନ୍ଦ୍ର ଚୌଧୁରୀ, ଜୋଛନା ଚୌଧୁରୀ, ସୁରେଶ ପଟନାୟକ, ସତ୍ୟ ନାରାୟଣ ସାହୁ, କବିତା ବ୍ରହ୍ମା, ସୀତାରାମ ବେହେରା, ନରେନ୍ଦ୍ର ସାହୁ, ରୀନା ରାଣୀ ପାତ୍ର,ବିଜୟ କୁମାର ସାହୁ, ମୀରା ପଣ୍ଡା, ଗୋବିନ୍ଦା ରାଓ, ସୁବାଷ ସାହୁ, ସହିତ ଜିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀ, ସମସ୍ତ ତହସିଲଦାର, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ସହ ଜିଲ୍ଲା କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ

ନବରଙ୍ଗପୁର ରୁ ଘାସିରାମ ହରିଜନ ଙ୍କ ରିପୋର୍ଟ ଏକେଏନ୍ ନ୍ୟୁଜ୍

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!