ଓଡିଶା ଖବର

ଉତ୍କଳ ବାଳାଶ୍ରମର ଅନ୍ତେବାସୀ ଙ୍କ ପାଇଁ ନୂତନ ଆବାସିକ ଗୃହ ଉଦଘାଟିତ।

ପୁରୀ ୯/୮(AKN NEWS): ଆଜି ପୂର୍ବାହ୍ନରେ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଦ୍ଵାରା ପୁରୀ ନରେନ୍ଦ୍ର କୋଣସ୍ଥିତ ଉତ୍କଳ ବାଳାଶ୍ରମର ଅନ୍ତେବାସୀ ଙ୍କ ନିମନ୍ତେ ବହୁତଳ ଆବାସିକ ଗୃହର ଉଦଘାଟନ ହୋଇଯାଇଛି।ଏହି ବହୁତଳ ବିଶିଷ୍ଟ ଆବାସିକ ଗୃହ ଟି ଅନ୍ତେବାସୀ ମାନଙ୍କୁ ସୁରକ୍ଷା ଓ ଆନନ୍ଦ ଦେବା ସହ ସେମାନଙ୍କୁ ଶିକ୍ଷା ପାଇଁ ମନୋନିବେଶ ରେ ସହାୟକ ହେବ ବୋଲି ଉପମୁଖ୍ୟ ମନ୍ତ୍ରୀ ଶ୍ରୀମତୀ ପରିଡା ଆଶା ବ୍ୟକ୍ତ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ମହିଳା ଶିଶୁ ବିକାଶ ବିଭାଗ ନିର୍ଦ୍ଦେଶିକା ମନୀଷା ବାନାର୍ଜୀ, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା,ଉପ ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ବିଶ୍ୱ ରଞ୍ଜନ ରଥ ,ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ରଶ୍ମି ରଞ୍ଜନ ସାହୁ ଯୋଗ ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସମାଜ କଲ୍ଯାଣ ଅଧିକାରୀ ଶର୍ମିଷ୍ଠା ହୋତା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ଆନୁଷ୍ଠାନିକ ଯତ୍ନ ସୁରକ୍ଷା ଅଧିକାରୀ ଶୁଭ ନାରାୟଣ ଶତପଥୀ, ଉତ୍କଳ ବାଳାଶ୍ରମର ଅଧିକ୍ଷକ ସାରଙ୍ଗ ମହାପାତ୍ର, ଶିଶୁ କଲ୍ୟାଣ କମିଟିର ସଦସ୍ୟ ରୁଧୀ ସୁନ୍ଦର ମିଶ୍ର, ଉପେନ୍ଦ୍ର ବିଶ୍ୱାଳ, ଦେବଜାନୀ ହିମାଂଶୁ, ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହିତ ଶିଶୁ ସୁରକ୍ଷା ୟୁନିଟ ର କର୍ମକର୍ତ୍ତା ଓ ବାଳାଶ୍ରମର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।ଜି +3ର ଏହି ବିଲ୍ଡିଂ ରେ ୧୦୦ ପିଲା ରହିବାର ବ୍ୟବସ୍ଥା ରହିଛି।ବିଲ୍ଡିଂ ନିର୍ମାଣ ରେ ୩ କୋଟି ୮୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ଥିବା ବେଳେ ପାରିପାର୍ଶ୍ବିକ ବିକାଶ ପାଇଁ ୩୭ ଲକ୍ଷ ଏହି ଭଳି ମୋଟ ୪ କୋଟି ୨୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ଅଧୀକ୍ଷଣ ଯନ୍ତ୍ରୀ ସୂଚନା ଦେଇଛନ୍ତି।

ପୁରୀ ରୁ ରଞ୍ଜନ ଦାସଙ୍କ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!