ଓଡିଶା ଖବର

କୁଇକୁଳ ସମିତି ଏବଂ ଆଦିବାସୀ ମହା ସଂଘ ମିଳିତରେ ଦାରିଙ୍ଗବାଡ଼ିରେ ବିଶ୍ଵ ଆଦିବାସୀ ଦିବସ ପାଳିତ । ପାରମ୍ପରିକ ବାଦ୍ୟ ଯନ୍ତ୍ର ନାଚ ଗୀତରେ ଶୋଭା ଯାତ୍ରାରେ ବାହାରି ବଜାର ପରିକ୍ରମା କଲେ

ଦାରିଙ୍ଗବାଡି, ୯/୮, (AKN News): ଦାରିଙ୍ଗବାଡି ବ୍ଲକ ସାରିଙ୍ଗିଇର୍ପି ସ୍ଥିତ ପାଷ୍ଟରାଲ ସଭାଗୃହ ଠାରେ ଆଦିବାସୀ ମହା ସଂଘ ଏବଂ କୁଇକୁଳ ସମିତି ଆହ୍ୱାନ କ୍ରମେ ପାଳନ କରାଯାଇଛି। କୁଇକୁଳ ସମିତି ସଭାପତି କରୁଣାକର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଡ଼ିଓ ଗଦାଧର ପାତ୍ର, ମୁଖ୍ୟ ବକ୍ତା ଭାବେ ତହସିଲଦାର ଶରତ ଶବର , ସମ୍ମାନୀତ ଅତିଥି ଭାବେ କୁଇକୁଳ ସମିତି ର ପୂର୍ବତନ ସଭାପତି ଘେନେଶ୍ୱର ପ୍ରଧାନ, ଆଦିବାସୀ ମହାସଂଘ ସମ୍ପାଦକ ସନ୍ତୋଷ ପ୍ରଧାନ, ସମିତି ସଭ୍ୟ ଶ୍ୟାମଘନ ପ୍ରଧାନ , ପାଷ୍ଟର ସଂଘ ସଭାପତି ସୁନିଲ କୁମାର ପ୍ରଧାନ, ପୂର୍ବତନ ସରପଞ୍ଚ ରାଧାକାନ୍ତ ପ୍ରଧାନ, ଲେଙ୍କା ପ୍ରଧାନ ଏବଂ ଜ୍ୟୋତିରାଜ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଟିକୁ ଆଦିବାସୀ ମହା ସଂଘର ସଭାପତି ଏଲିଆସ୍ ପ୍ରଧାନ ପରିଚାଳନା କରିବା ସହିତ କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ପାରମ୍ପରିକ ବାଦ୍ୟ ଯନ୍ତ୍ର ସହିତ ନାଚ ଗୀତ କରି ସହର ପରିକ୍ରମା କରିଥିବା ଦେଖାଯାଇଥିଲା ।

ଦାରିଙ୍ଗବାଡ଼ିରୁ ଅଶ୍ୱିନ ମନ୍ତ୍ରୀଙ୍କ ରିପୋର୍ଟ AKN News ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!