ଭବାନୀପାଟଣା ଠାରେ “ଘରେ ଘରେ ତ୍ରିରଙ୍ଗା” ଅଭିଯାନ ମହା ଉଲ୍ଲାସ ରେ ପାଳିତ

ଭବାନୀପାଟଣା (AKN NEWS): ଆଜି ଜିଲ୍ଲା ସଦର ମହକୁମା ଭବାନପାଟଣା ଠାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ” ଘରେ ଘରେ ତ୍ରିରଙ୍ଗା “ମହା ଉଲ୍ଲାସ ରେ ପାଳିତ ହୋଇଯାଇଛି।ଏହି ଅବସରରେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଏକ ତ୍ରିରଙ୍ଗା ଯାତ୍ରା ଆରମ୍ଭ ହୋଇ ଟାଉନ ହଲ ଠାରେ ସମାପ୍ତ ହୋଇଥିଲା।ଏହି ଶୋଭାଯାତ୍ରାରେ ବିଭିନ୍ନ କଲେଜ ର ଛାତ୍ର ଛାତ୍ରୀ,ଏସ ଏଚ ଜି,ମିଶନଶକ୍ତି ଓ ଅଙ୍ଗନବାଡି କର୍ମୀ,ବିଭାଗୀୟ ଅଧିକାରୀ,ବିଭିନ୍ନ ଅନୁଷ୍ଠାନ ର କର୍ମକର୍ତ୍ତା,ସି ଆର ପି ଏଫ୍ ଯବାନ , ଗଣ ମାଧ୍ୟମ ପ୍ରତିନିଧି ହାତରେ ଜାତୀୟ ପତାକା ଧରି ସାମିଲ ହୋଇ ଦେଶାତ୍ମବୋଧକ ନାରା ଦେଇ ଘୁମୁରା ବାଦ୍ୟ ସହ ଏବଂ ଏକ ତ୍ରିରଙ୍ଗା ରଥ ସହ ପ୍ରାୟ ୨ କିମି ଯାତ୍ରା କରିଥିଲେ।
ସି ଆର୍ ପି ଏଫ୍ ଯବାନ ମାନଙ୍କ ଦ୍ବାରା ମୋଟର ସାଇକେଲ ରାଲି ଚିତ୍ତାକର୍ଷକ ହୋଇଥିଲା।ଟାଉନ ହଲ ଠାରେ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ଜିଲ୍ଲାପାଳ ସଚିନ ପାୱାର, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ , ସି ଡି ଓ ଜିଲ୍ଲାପରିଷଦ ଦୟାମୟ ପାଢ଼ୀ , ଡି ପି ଏଚ୍ ଓ ଡ ନିହାରେନ୍ଦ୍ର ପଣ୍ଡା, ଅତିରିକ୍ତ ସି ଡି ଓ ଦିଲ୍ଲୀପ ମହାରଣା,ବିଶିଷ୍ଟ ଚିତ୍ରକର ପ୍ରଭାସ ମିଶ୍ର , ଶିକ୍ଷାବିତ୍ ଅଜୟ ମିଶ୍ର ଓ ଡି ଆଇ ପି ଆର୍ ଓ ମନୋଜ ବେହେରା, ତହସିଲଦାର ସୁଭସ୍ମିତା ମିଶ୍ର,ବି ଡି ଓ ଚନ୍ଦନ ଭୋଇ ପ୍ରମୁଖ ମଞ୍ଚାସିନ ଥିଲେ। ବକ୍ତା ମାନେ ହର ଘର ତିରଙ୍ଗା ବା ଘରେ ଘରେ ତ୍ରିରଙ୍ଗା ଅଭିଯାନ ରେ ସମସ୍ତେ ସାମିଲ ହୋଇ ନିଜ ଗୃହ,ଅନୁଷ୍ଠାନ ରେ ଜାତୀୟ ପତାକା ଉଡ଼ାଇବା, ତ୍ରିରଙ୍ଗା ସେଲଫି ନେଇ # harghartiranga.com ରେ ଅପଲୋଡ୍ କରିବା ଓ ସାର୍ଟିଫିକେଟ ପ୍ରାପ୍ତ କରିବା,କାନଭାସ ରେ ଦସ୍ତଖତ ଦେଇ ନିଜକୁ ଜାତୀୟ ଏକତା ଧାରା ରେ ଉଜ୍ଜୀବିତ କରିବାକୁ ଆହ୍ବାନ ଦେଇଥିଲେ।ସଭା ପ୍ରାରମ୍ୱ ରେ ପ୍ରଦୀପ ପ୍ରଜ୍ବଳନ ପରେ ଡି ଆଇ ପି ଆର୍ ଓ ସ୍ବାଗତ ଭାଷଣ ଦେଇଥିବା ବେଳେ ସଭା ଶେଷରେ ଅତିରିକ୍ତ ସି ଡି ଓ ଦିଲ୍ଲୀପ ମହାରଣା ଧନ୍ୟବାଦ ଦେଇଥିଲେ।ସଭା ପରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର କଳାକାର ମାନଙ୍କ ଦ୍ବାରା ଦେଶତ୍ମାବୋଧକ ତ୍ରିରଙ୍ଗା ସଙ୍ଗୀତ ପରିବେଷଣ କରାଯାଇଥିଲା।
ସଭା ପୂର୍ବରୁ ସରସ୍ୱତୀ ବିଦ୍ୟାମନ୍ଦିର ବ୍ରଜବିହାର ଛାତ୍ରୀ ମାନେ ଜାତୀୟ ସଙ୍ଗୀତ “ଜନ ଗଣ ମନ” ଏବଂ ରାଷ୍ଟ୍ରୀୟ ସଂଗୀତ “ବନ୍ଦେ ଉତ୍କଳ” ଗାନ କରିଥିଲେ।ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଶ୍ରୀସତ୍ୟ ନାରାୟଣ ମହାପାତ୍ର ସଞ୍ଚାଳନ କରିଥିଲେ।ଏହି ଅଭିଯାନ ସଫଳ କରିବାରେ ଡି ପି ସି ମିଶନ ଶକ୍ତି ଅମ୍ରୀତ ପାଢ଼ୀ, ଏ ପୀ ଡି ବିମ୍ବାଧର ସାହୁ, ଏ ପି ଡି ଅମୂଲ୍ୟ ବାଉଲ୍, ଡି ଏସ ଡବ୍ଲୁ ଓ,ବିରେନ୍ଦ୍ର ଆଚାର୍ଯ୍ୟ,ଅଂଶୁମାନ ବାବୁ ପ୍ରମୁଖ ସହଯୋଗ କରିଥିଲେ।
ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ AKN NEWS


