ଓଡିଶା ଖବର

ବିଜୁ ଯୁବ ଓ ଛାତ୍ର ଜନତା ଦଳର ସାଂଗଠନିକ ବୈଠକ

ବିଜୁ ଯୁବ ଓ ଛାତ୍ର ଜନତା ଦଳର ସାଂଗଠନିକ ବୈଠକ

ଛାତ୍ର ସଂସଦ ନିର୍ବାଚନ ନିମନ୍ତେ ପ୍ରସ୍ତୁତ ରହିବାକୁ ଆହ୍ବାନ

ଭବାନୀପାଟଣା,(AKN NEWS) : ସାଧାରଣ ନିର୍ବାଚନ ପରେ ପ୍ରଥମ ଥର ପାଇଁ କଳାହାଣ୍ଡି ଜିଲ୍ଲାର ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଏକ ସାଂଗଠନିକ ବୈଠକ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁରଙ୍କ ପରିଚାଳନାରେ ହୋଇଥିବା ଏହି ବୈଠକରେ ରାଜ୍ୟ ଯୁବ ବିଜେଡି ସଭାପତି ତଥା ଚାନ୍ଦବାଲି ବିଧାୟକ ଡଃ ବ୍ୟୋମକେଶ ରାୟ ଏବଂ ରାଜ୍ୟ ଛାତ୍ର ବିଜେଡି ସଭାପତି ତଥା ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଯୋଗଦେଇ ଆଗାମୀ ଦିନରେ ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନ ନିମନ୍ତେ ପ୍ରସ୍ତୁତ ରହିବା ସହ ସାମାଜିକ କାର୍ଯ୍ୟକ୍ରମକୁ ହାତକୁ ନେବାପାଇଁ ଆହ୍ବାନ ଦେଇଥିଲେ। ସମସ୍ତ କଲେଜ ଗୁଡିକରେ ଛାତ୍ର ବିଜେଡି କିଭଳି ଭଲ ପ୍ରଦର୍ଶନ କରିବ ସେଥିପାଇଁ ଯୁବ-ଛାତ୍ର ବିଜେଡି କର୍ମକର୍ତ୍ତା ପରିଶ୍ରମ କରିବା ଆବଶ୍ୟକ ବୋଲି କହିଥିଲେ। ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ଥିବା ସମୟରେ ତାଙ୍କର ଜନହିତକର ଯୋଜନା ଓ ସରକାର ପରିଚାଳନାକୁ ରାଜ୍ୟବାସୀ ଏବେବି ଭୁଲି ପାରି ନାହାଁନ୍ତି। ଏଣୁ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିବା ସହ ଏକ ଉନ୍ନତ ଓଡ଼ିଶା ଗଠନ ପାଇଁ ଛାତ୍ର ମାନଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ ବୋଲି ଶ୍ରୀ ତ୍ରିପାଠୀ ଆଲୋଚନା କରିଥିଲେ। ସେହିପରି ଚଳିତ ସାଧାରଣ ନିର୍ବାଚନରେ ବିଜେପିର ରାଜ୍ୟରେ ୪୦.୦୭ ଶତକଡା ଭୋଟ ହାର ରହିଥିବା ବେଳେ ବିଜେଡିର ଭୋଟ ହାର ୪୦.୨୨ ଶତକଡା ରହିଥିବା ନେଇ ଚାନ୍ଦବାଲି ବିଧାୟକ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ନର୍ଲା ବିଧାୟକ ମନୋରମା ମହାନ୍ତି, ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ, ପୂର୍ବତନ ବିଧାୟକ ଗୋବର୍ଦ୍ଧନ ଦାଶ, ରାଜ୍ୟ ଯୁବ ବରିଷ୍ଠ ଉପ ସଭାପତି ମଣ୍ଟୁ ନାଏକ, ରାଜ୍ୟ ଯୁବ ବିଜେଡି ଉପ ସଭାପତି ରାକେଶ ରାମ, ରାଜ୍ୟ ଛାତ୍ର ବିଜେଡି ଅନ୍ୟତମ କାର୍ଯ୍ୟକାରୀ ସଭାପତି ମିକୁ ପ୍ରଧାନ, ଜିଲ୍ଲା ଛାତ୍ର ବିଜେଡି ସଭାପତି ଅଜିତ ସାହୁ, ନର୍ଲା ବ୍ଳକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, କେସିଙ୍ଗା ଏନଏସି ଅଧ୍ୟକ୍ଷ ନୃପରାଜ ଯାଦବ, ଜିଲ୍ଲା ମହିଳା ସଭାନେତ୍ରୀ ଲଳିତା ନାଏକ, ଏସସି ସେଲ ସଭାପତି ପ୍ରଶାନ୍ତ ନାଏକ, ପ୍ରଦୀପ ମୁଣ୍ଡ, ରାଜ୍ୟ ଛାତ୍ର ବିଜେଡି ନେତା ପ୍ରଦୋଷ ପରିଡ଼ା, ସୁଜିତ ପାଲଟା ସିଂ, ସନ୍ତୋଷ ମହାପାତ୍ର, ସମ୍ବିତ ବେହେରା, ଚିତ୍ତରଞ୍ଜନ ବେହୁରିଆ, ରଞ୍ଜିତ ଦାସ, ଆସିଫ ଅମିନ, ଯୁବନେତା ସେନାପତି ନାଏକ, ହରିଶଙ୍କର ମାଝୀ ପ୍ରମୁଖ ମଞ୍ଚାସିନ ଥିଲେ। ଶେଷରେ କଲମପୁର ବ୍ଳକ ଯୁବ ବିଜେଡି ସଭାପତି ମନୋଜ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

ବ୍ୟୁରୋ ରିପୋର୍ଟ ଏକେଏନ ନ୍ୟୁଜ୍। 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!