ଓଡିଶା ଖବର

ବାଂଲାଦେଶରେ ହିନ୍ଦୁଙ୍କ ସୁରକ୍ଷା ଦାବି କଲା ବ୍ରାହ୍ମଣ ସମାଜ

ଭବାନୀପାଟଣା,୧୨.୦୮(AKN NEWS): ବାଂଲାଦେଶରେ ରାଜନୈତିକ ଅସ୍ଥିରତା , ପ୍ରଧାନ ମନ୍ତ୍ରୀ ଶେଖ୍ ହସିନାଙ୍କ ଇସ୍ତଫା ପରେ ମୌଳବାଦୀ ମୁସଲମାନ ମାନେ ବାଂଲାଦେଶ ରେ ବସବାସ କରୁଥିବା ନିରୀହ ହିନ୍ଦୁ ମାନଙ୍କ ଉପରେ ଅକଥନିୟ ଅତ୍ୟାଚାର, ହତ୍ୟା, ଧର୍ଷଣ, ଲୁଟ ସାଙ୍ଗକୁ ହିନ୍ଦୁ ମଠ ମନ୍ଦିର ଭାଙ୍ଗି ଦେଉଛନ୍ତି। ମୌଳବାଦୀ ମୁସଲମାନ ମାନଙ୍କ ଏହି ବର୍ବର କାଣ୍ଡକୁ ଦୃଢ଼ ନିନ୍ଦା କରିବା ସହ ବାଂଲାଦେଶରେ ହିନ୍ଦୁଙ୍କ ଧନ ଜୀବନ ଓ ହିନ୍ଦୁ ମଠ ମନ୍ଦିରର ସୁରକ୍ଷା ଦାବି କରିଛି ବ୍ରାହ୍ମଣ ସମାଜ କଳାହାଣ୍ଡି। ସୋମବାର ବ୍ରାହ୍ମଣ ସମାଜ କଳାହାଣ୍ଡିର ଜିଲ୍ଲା ସଭାପତି ଜଗନ୍ନାଥ ମୁଣ୍ଡଙ୍କ ନେତୃତ୍ୱରେ ଜିଲ୍ଲା ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ମହାପାତ୍ର, ସଂଗଠନ ସମ୍ପାଦକ ଭବେନ୍ଦ୍ର ପଣ୍ଡା, ସମ୍ପଦକ ଉମେଶ ପଣ୍ଡା, ଉପସଭାପତି ବିନୋଦ ଶର୍ମା, ପ୍ରଜ୍ଞା ବାହିନୀର ଜିଲ୍ଲା ସଂଜୋଜିକା ସ୍ନେହଲତା ଷଡ଼ଙ୍ଗୀ , ଭବାନୀପାଟଣା ନଗର କମିଟି ସଭାପତି ସୁରେନ୍ଦ୍ର ପ୍ରସାଦ ନେଗୀ ସମେତ ବ୍ରାହ୍ମଣ ସମାଜର ସଦସ୍ୟ ସଦସ୍ୟା ମାନେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଭାରତର ପ୍ରଧାନ ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ବାଂଲାଦେଶରେ ବସବାସ କରୁଥିବା ଦେଢ଼ କୋଟି ହିନ୍ଦୁଙ୍କ ଧନ ଜୀବନ ସୁରକ୍ଷା ସହ ହିନ୍ଦୁ ମଠ ଓ ମନ୍ଦିରର ସୁରକ୍ଷା ନିମନ୍ତେ ତୁରନ୍ତ ବିହୀତ ପଦକ୍ଷେପ ନେବାକୁ ଦାବି ପତ୍ର ଜିଲ୍ଲା ପ୍ରଶାସନକୁ ପ୍ରଦାନ କରିଛନ୍ତି। ଜିଲ୍ଲାପାଳ କାର୍ଯ୍ୟାଳୟର ଆସିଷ୍ଟାଣ୍ଟ କଲେକ୍ଟର ମମତା ଦାଶ ଏହି ଦାବି ପତ୍ର ବ୍ରାହ୍ମଣ ସମାଜ କଳାହାଣ୍ଡି ଠାରୁ ଗ୍ରହଣ କରି ପ୍ରଧାନ ମନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ପ୍ରେରଣ କରାଯିବ ବୋଲି କହିଛନ୍ତି। ଭାରତ ସରକାର ତୁରନ୍ତ ବାଂଲାଦେଶରେ ଥିବା ହିନ୍ଦୁ ମାନଙ୍କ ଧନ ଜୀବନର ସୁରକ୍ଷା ନିମନ୍ତେ ଦୃଢ଼ ପଦକ୍ଷେପ ନନେଲେ ବ୍ରାହ୍ମଣ ସମାଜ ରାଜ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବ ବୋଲି ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ବ୍ରାହ୍ମଣ ସମାଜର ସଦସ୍ୟ ମଳୟ ମୁଣ୍ଡ, କୃଷ୍ଣ ମୋହନ ଯୋଷୀ, ଆଦିତ୍ୟ ମିଶ୍ର, ବାଞ୍ଛାନିଧି ମିଶ୍ର, ଜନ୍ମେଜୟ ମହାପାତ୍ର, ସନ୍ତୋଷ ଦାଶ, ଶଶାଙ୍କ ଦାଶ, ଅଜୟ ପଣ୍ଡା, ଜୟଶ୍ରୀ ଦାଶ, ସମୀତା ମହାପାତ୍ର , ସସ୍ମିତା ରଥ ପ୍ରମୁଖ ଯୋଗ ଦେଇ ହିନ୍ଦୁ ମାନଙ୍କ ଉପରେ ବାଂଲାଦେଶୀଙ୍କଏହି ବର୍ବର , ଅମାନବୀୟ ଅତ୍ୟାଚାର ବିରୁଦ୍ଧରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ତୁରନ୍ତ ଦୃଢ଼ ପଦକ୍ଷେପ ନେବାକୁ ଦାବି କରିଛନ୍ତି।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!