ଓଡିଶା ଖବର

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପୌରପାଳିକାରେ ଅନାସ୍ଥା ଭୋଟ ଗ୍ରହଣ ହୋଇଛି

ଭବାନୀପାଟଣା(AKN NEWS): ଆଜି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପୌରପାଳିକାରେ ଅନାସ୍ଥା ଭୋଟ ଗ୍ରହଣ ହୋଇଛି । ପୂର୍ବାହ୍ନ ୧୧ଟାରେ ଏହି ଭୋଟ ଗ୍ରହଣ ପ୍ରକିୟା ଆରମ୍ଭ ହୋଇଥିବା ବେଳେ ସମସ୍ତ କାଉନସିଲରମାନଙ୍କ ଉପସ୍ଥିତିରେ ଅନାସ୍ଥା ଭୋଟିଂ ହୋଇଛି । ୨୦ଟି ୱାର୍ଡ ବିଶିଷ୍ଟ ଭବାନୀପାଟଣା ପୌରପାଳିକାରେ ବିଜେଡିର ୧୮ ଜଣ କାଉନସିଲରଙ୍କ ସମେତ ବିଜେପି ଓ କଂଗ୍ରେସର ଜଣେ ଲେଖାଏଁ କାଉନସିଲର ରହିଛନ୍ତି । ବିଜେଡିର ପୌରଧ୍ୟକ୍ଷା ଥିବା ସଂଯୁକ୍ତା ବେହେରାଙ୍କ ବିରୋଧରେ ୧୭ ଜଣ କାଉନସିଲର ଓ ଉପାଧ୍ୟକ୍ଷ ଅନାସ୍ଥା ପ୍ରସ୍ତାବ ଆଗତ କରି ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ଦେଇଥିଲେ । ଆଜି ପୌର ପରିଷଦ ସଭାଗୃହ ଠାରେ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଦିଲୀପ ମହାରଣାଙ୍କ ଉପସ୍ଥିତିରେ ସମସ୍ତ ୨୦ ଜଣ କାଉନସିଲର ଅନାସ୍ତା ଭୋଟିଂରେ ଅଂଶଗ୍ରହଣ କରି ଅଧ୍ୟକ୍ଷା ସଂଯୁକ୍ତା ବେହେରାଙ୍କ ବିରୋଧରେ ଭୋଟଦାନ କରିଛନ୍ତି । ନିର୍ବାଚିତ ହେବା ପରେ ପରେ ପୌର ଅଧ୍ୟକ୍ଷା ସଂଯୁକ୍ତା ବେହେରା କାର୍ଯ୍ୟାଳୟରେ ନିଜର ମନମାନି କରିବା ସହ କାଉନସିଲରମାନଙ୍କୁ ଗୁରୁତ୍ବ ନ ଦେଇ ଏକ ଛତ୍ରବାଦ ଶାସନ କରୁଥିବା ନେଇ କାଉନସିଲରମାନେ ଅଭିଯୋଗ ଆଣିଥିଲେ

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!