ବନ୍ୟ ପ୍ରାଣୀଙ୍କ ବାସସ୍ଥାନ ଫେରାଇ ଦେବାକୁ ଆହ୍ୱାନ : ବିଶ୍ୱ ହସ୍ତୀ ଦିବସରେ ଲାଗିଲା ଅଢେଇ ଶହ ଚାରା

କୁଚିଣ୍ଡା :12/8(AKN NEWS): ସମ୍ବାଦ ସାହିତ୍ୟ ଘର, କୁଚିଣ୍ଡା ପକ୍ଷରୁ ଅବସର ପ୍ରାପ୍ତ ହିନ୍ଦୀ ଶିକ୍ଷକ ସୌଭାଗ୍ୟ କୁମାର ପଟେଲ ଙ୍କ ସଭାପତିତ୍ବ ରେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ର, କୁଟୁରା ଚୁଆଁ ର ଗଛ ଲତା ପୂର୍ଣ୍ଣ ପ୍ରାଙ୍ଗଣରେ ଆୟୋଜିତ ବିଶ୍ୱ ହସ୍ତୀ ଦିବସ ପାଳନ ଅବସରରେ ଅନୁଷ୍ଠାନ ର ସଭାପତି ପ୍ରକୃତିବନ୍ଧୁ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି, ସଂଯୋଜକ ବରିଷ୍ଠ ସାମ୍ବାଦିକ ଗଗନ ଶର୍ମା ମୁଖ୍ୟବକ୍ତା, ସଭ୍ୟ ତଥା ସାମାଜିକ କର୍ମୀ ବିଜୁ ସାହୁ ଓ କେନ୍ଦ୍ର ଅଧ୍ୟକ୍ଷ ତେଜରାଜ ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।
ଅତିଥି ଗଣ ତାଙ୍କ ଭାଷଣରେ ଉଷାକୋଠି ଅଭୟରଣ୍ୟରେ ଏବେ ଶହେରୁ କମ ହାତୀ ଥିବା ବେଳେ ବନ୍ୟ ପ୍ରାଣୀ ମାନଙ୍କ ବାସସ୍ଥାନ ଜଙ୍ଗଲ ର ସୁରକ୍ଷା ମାଧ୍ୟମରେ ଫେରାଇ ଦେବାକୁ ଆହ୍ୱାନ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ନାୟକ ଉପସ୍ଥିତ ସମସ୍ତଙ୍କୁ ଏଥି ପାଇଁ ଶପଥ କରାଇବା ଶହ ନିଜ ଜନ୍ମଦିନ ଓ ବିବାହ ବାର୍ଷିକୀରେ ମଧ୍ୟ ଚାରା ରୋପଣ କରି ତାକୁ ବଞ୍ଚାଇ ରଖିବାକୁ ଆହ୍ୱାନ ଦେଇଥିଲେ।ପ୍ରାରମ୍ଭରେ ଛାତ୍ରୀ ଗଣ ସ୍ୱାଗତ ସଂଗୀତ ଗାନ କରିଥିବା ବେଳେ ନବୀନ କୁମାର ସାହୁ ସ୍ୱାଗତ ଭାଷଣ ଶହ ଅତିଥି ପରିଚୟ ପ୍ରଦାନ କରିଥିଲେ ।ଅତିଥି ଗଣ ପୂର୍ବରୁ ଆୟୋଜିତ ପରିବେଶ ସମ୍ପର୍କିତ ବିବିଧ ପ୍ରତି ଯୋଗିତା ର କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରିଥିଲେ।
ଏହା ପରେ ଲିନା ପଟେଲ, ସୁସ୍ମିତା ହୋତା, ଦୀପକ ପଟେଲ,ମନବୋଧ ବାଘ, ନୌକେସି ରାୟ, କ୍ଷୀରୋଦିନୀ ରାଉତ, ସସ୍ମିତା ପୁରୋହିତ, ମାମୀ ନନ୍ଦ, କଳିକା ମଞ୍ଜରୀ ଦାସ, tarulata ବାଘ, ଶୁଭ ସାଗର ଜୟପୁରିଆ ଙ୍କ ନେତୃତ୍ୱରେ ପ୍ରାୟ ଅଢେଇ ଶହ ବିଭିନ୍ନ ପ୍ରଜାତିର ଚାରା ରୋପଣ କରାଯାଇଥିଲା। ଶେଷରେ ବରିଷ୍ଠ ସଭ୍ୟ ଲକ୍ଷ୍ମଣ କିସାନ ଧନ୍ୟବାଦ ଅର୍ପଣ କରିଥିଲେ।
ବ୍ୟୁରୋ ରିପୋର୍ଟ AKN NEWS


