ଅନନ୍ୟ

ନବରଙ୍ଗପୁର ଜିଲ୍ଲା ଓକିଲ ସଂଘ ର ଜିଲ୍ଲାପାଳ ଙ୍କ ସହ ସୌଜନ୍ୟ ମୂଳକ ସାକ୍ଷାତ

(AKN NEWS): ନବରଙ୍ଗପୁର ଜିଲ୍ଲା ଓକିଲ ସଂଘ ସଭାପତି ଶ୍ରୀ ନରସିଂହ ତ୍ରିପାଠୀ ଙ୍କ ନେତୃତ୍ୱ ରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ଶ୍ରୀ ଡ଼ଃ ଶୁଭଙ୍କର ମହାପାତ୍ର ଙ୍କୁ ଭେଟି ସ୍ୱାଗତ ଜଣାଇଛନ୍ତି । ଏଥିସହ ନବରଙ୍ଗପୁର ଜିଲ୍ଲାର ସାମଗ୍ରିକ ବିକାଶ ଧାରା କୁ ଆଗେଇ ନେବା ସହ ଜିଲ୍ଲାର ବିଭିନ୍ନ ସମସ୍ୟା ଓ ତାହାର ସମାଧାନ କରିବା ପାଇଁ ଅନୁରୋଧ କରିଛନ୍ତି l ଜିଲ୍ଲାରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ତଥା ପର୍ଯ୍ୟଟନସ୍ଥଳୀ ର ବିକାଶ ପାଇଁ ଜିଲ୍ଲା ଓକିଲ ସଙ୍ଘ ତରଫରୁ ଅନୁରୋଧ କରାଯାଇଛି l ଜିଲ୍ଲାପାଳ ଶ୍ରୀ ଡ଼ଃ ଶୁଭଙ୍କର ମହାପାତ୍ର ଘଟଣା କୁ ଗମ୍ଭୀରତା ର ସହ ନେବା ଓ ଆଗାମୀ ଦିନରେ ଏହାର ସମାଧାନ କରାଯିବାକୁ ନେଇ ପ୍ରତିଶୃତି ଦେଇଛନ୍ତି l ଏହି ପ୍ରତିନିଧି ଦଳରେ ଜିଲ୍ଲା ଓକିଲ ସଂଘ ସଭାପତି ଶ୍ରୀ ନରସିଂହ ତ୍ରିପାଠୀ ଙ୍କ ସହ ଉପସଭାପତି ଶ୍ରୀ ହରିନାରାୟଣ ବେହେରା, ସମ୍ପାଦକ ଶ୍ରୀ ତପନ ସିଂ, ଯୁଗ୍ମ ସମ୍ପାଦକ ଶ୍ରୀ ସନ୍ଦୀପ ମିଶ୍ର, କୋଷାଧ୍ୟକ୍ଷ୍ୟ ଶ୍ରୀ ଅନିଲ ଦୀନବନ୍ଧୁ, ଶ୍ରୀ ଶ୍ରୀକାନ୍ତ କୁମାର ପଣ୍ଡା, ଶ୍ରୀମତୀ ଶର୍ମିଷ୍ଠା ରଥ ପ୍ରମୁଖ ଉପସ୍ଥିତ ଥିଲେ* l

ନବରଙ୍ଗପୁର ରୁ ଘାସିରାମ ହରିଜନ ଙ୍କ ରିପୋର୍ଟ ଏକେଏନ୍ ନ୍ୟୁଜ୍

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!