ଓଡିଶା ଖବର

କୋଷାଗୁମୁଡା ବ୍ଲକ ସଦର ମହକୁମା ଠାରେ ଯେ.ଏମ.ଏଫସି ଅଦାଲତ ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଉଧେଶ୍ୟ ରେ ଦାବିପତ୍ର ପ୍ରଦାନ ସହ ବ୍ଲକ ସମ୍ମୁଖରେ ଅନିର୍ଦ୍ଧିଷ୍ଟକାଳ ପାଇଁ ଗଣଧାରଣା ପ୍ରଦର୍ଶନ ।

(AKN NEWS): କୋଷାଗୁମୁଡା /ନବରଙ୍ଗପୁର ୧୪/୦୮/୨୦୨୪ ବିଗତ ୨୦୧୭ ମସିହା ଜୁଲାଇ ମାସ ୨୯ ତାରିଖ ଦିନ ଓଡିଶା ସରକାର ଙ୍କ ପତ୍ର ନମ୍ବର ୭୯୭୩ ଅନୁଯାଇ ଏକ ଚିଠି ଜାରି ହୋଇଥିଲା ଯେଉଁଥିରେ କି ଓଡିଶା ର ବିଭିନ୍ନ ଜିଲ୍ଲା ବ୍ଲକ ସଦର ମହକୁମା ଠାରେ ନୂତନ କୋର୍ଟ ନିର୍ମାଣ କରିବା ପାଇଁ ନିର୍ଦ୍ଧାରିତ ସ୍ଥାନ ଉଲ୍ଲେଖ ରହିଥିବା ଦେଖିବାକୁ ମିଳିଥିଲା। ଉକ୍ତ ଚିଠି ରେ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ପାଇଁ କୋଷାଗୁମୁଡା ସଦର ମହକୁମା ଠାରେ ନୂତନ ଯେ.ଏମ.ଏଫ.ସି କୋର୍ଟ ନିର୍ମାଣ କରିବା ପାଇଁ କୋଷାଗୁମୁଡା ନାମ ଉଲ୍ଲେଖ ରହିଥିଲା। ସରକାରୀ ଚିଠି ପ୍ରକଶ ପାଇବା ପରେ କୋଷାଗୁମୁଡା ଅନ୍ତର୍ଗତ ୨୬ ଗୋଟି ପଂଚାୟତ ରେ ବସବାସ କରୁଥିବା ସମସ୍ତ ଜନସାଧାରଣ ଙ୍କ ମନରେ ଆନନ୍ଦ ଖେଳିଯାଇଥିଲା। କୋଷାଗୁମୁଡା ବ୍ଲକ ବାସି କୋର୍ଟ କାମ ପାଇଁ ପୂର୍ବ ରୁ ନବରଙ୍ଗପୁର ଯିବାକୁ ପଡୁଥିଲା ଯାହାକି ଅଞ୍ଚଳବାସୀଙ୍କ ପାଇଁ କଷ୍ଟ ହେଉଥିଲା କୋଷାଗୁମୁଡା ରେ ନୂତନ କୋର୍ଟ ନିର୍ମାଣ ହେଲେ ଆଉ ଦୂର ନବରଙ୍ଗପୁର ଯିବାକୁ ପଡିବ ନାହିଁ ବୋଲି ଅଂଚଳବାସୀ ସରକାର ଙ୍କ ଏଭଳି ପଦକ୍ଷେପ କୁ ପ୍ରଶଂସା ଓ ସାଧୁବାଦ ଜଣାଇ ଥିଲେ। ବିଜେଡି  ସରକାର କୋଷାଗୁମୁଡା ରେ କୋର୍ଟ ନିର୍ମାଣ କରିବାକୁ ନିର୍ଦେଶ ଦେଇଥିବା ବେଳେ ବର୍ତ୍ତମାନ ନୂତନ ସରକାର ଆସିବା ପରେ କୋଷାଗୁମୁଡା ସଦର ଠାରେ ରେ ନିର୍ମାଣ ହେବାକୁ ଥିବା ଯେ.ଏମ.ଏଫ.ସି କୋର୍ଟ ଏବେ କୋଷାଗୁମୁଡା ସଦରମହକୁମା ଠାରେ ହେବା ପରିବର୍ତ୍ତେ କୋଡ଼ିଙ୍ଗା ଠାରେ ହେବାପାଇଁ ଚିଠି ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି ଯାହାକୁ ନେଇ ଏବେ ସମ୍ପୂର୍ଣ୍ଣ ଦ୍ୱନ୍ଦ୍ୱ ରେ କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ୨୬ ଗୋଟି ପଂଚାୟତବାସି। କେଉଁ କାରଣ ରୁ ସ୍ଥାନ ପରିବର୍ତ୍ତନ କରାଗଲା କୋଷାଗୁମୁଡା ସଦର ଠାରେ ନିର୍ମାଣ ହେବାକୁ ଥିବା ନୂତନ ଯେ.ଏମ.ଏଫ.ସି କୋର୍ଟ କୋଡ଼ିଙ୍ଗା ଠାରେ ନିର୍ମାଣ କରିବା କୁ ସରକାର ଙ୍କ ଆଦେଶ ଆସିବା ଏବେ ଅଞ୍ଚଳ ରେ ବେଶ ଚର୍ଚ୍ଚା ର ବିଷୟ ପାଲଟିଛି। ସାଂସଦ ବିଧାୟକ ଙ୍କୁ ପଚାରିଲେ କିଏ ବି ସ୍ପଷ୍ଟ ଉତ୍ତର ଦେଉନାହାଁନ୍ତି। ଡାବୁଗାଁ ବିଧାୟକ କୋଷାଗୁମୁଡା ରେ ନିର୍ମାଣ କରିବାକୁ ବିଜେଡି ସରକାର ଥିବା ବେଳେ ଆଦେଶ ଜାରି କରିଥିଲା କିନ୍ତୁ ବିଜେପି ସରକାର ଆସିଲା ପରେ ସେ ଆଦେଶ କୁ ପରିବର୍ତ୍ତନ କରି କୋଡ଼ିଙ୍ଗା ଠାରେ କୋର୍ଟ ନିର୍ମାଣ କରିବାକୁ ନୂତନ ଚିଠି କରିଛି କହୁଛନ୍ତି। ଅନ୍ୟପଟେ ନବରଙ୍ଗପୁର ବିଧାୟକ ଙ୍କୁ ସମିତି ବୈଠକ ରେ କୋଷାଗୁମୁଡା ସମିତି ସଭ୍ୟ ଲଖ୍ମଣ ପୂଜାରୀ ପଚାରିବାରୁ ସେ ଏ ବିଷୟରେ ଅଜଣା ବଲି କହିଛନ୍ତି ଏବଂ ନବରଙ୍ଗପୁର ସାଂସଦ ଙ୍କୁ କହିଲେ ସେ ବି ହାତ ଟେକି ହେଇଛନ୍ତି। ହେଲେ କିଛି କ୍ଷମତାଶାଳୀ ନ୍ୟସ୍ତସ୍ୱାର୍ଥ ମାନଙ୍କ ଯୋଗୁଁ ଯେଏମଏଫସି ଅଦାଲତ ସ୍ତିରୀକୃତ ସ୍ଥାନରେ ନହୋଇ କୋଡ଼ିଙ୍ଗା ଠାରେ ସ୍ଥାପନ କରିବା ପାଇଁ ସ୍ଥିର କରାଯାଇଛି |ଯାହାକୁ କୋଷାଗୁମୁଡା ଅଞ୍ଚଳବାସୀ ତୀବ୍ର ବିରୋଧ କରିଛନ୍ତି |ଏନେଇ କୋଷାଗୁମୁଡା ଅଞ୍ଚଳବାସୀ ପୂର୍ବରୁ ରାଜ୍ୟ ସରକାର, ଆଇନ ବିଭାଗ ଓ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଅନୁରୋଧ କରିଥିଲେ, ହେଲେ ପ୍ରଶାସନ କୌଣସି ପଦକ୍ଷେପ ନେଇନଥିଲା |ଏପରିକି ପତ୍ରର ଉତ୍ତର ମଧ୍ୟ ରଖିନଥିଲା |ତେଣୁ ଅଞ୍ଚଳବାସୀ ଅସନ୍ତୋଷ ହେବା ସହ ଆଜି ବ୍ଲକ କାର୍ଯ୍ୟାଳୟରେ ପହଂଚି ବିଡ଼ିଓଙ୍କୁ ସାକ୍ଷାତ କରି ତାଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ କୋଷାଗୁମୁଡା ବ୍ଲକ ସଦର ମହକୁମାରେ ଯେ.ଏମ.ଏଫସି ଅଦାଲତ ସ୍ଥାପନ କରିବା ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି |ଅଞ୍ଚଳବାସୀଙ୍କ କହିବା ପ୍ରକାରେ କୋଷାଗୁମୁଡା ବ୍ଲକଟି ୨୬ଟି ପଂଚାୟତକୁ ନେଇ ଗଠିତ ହୋଇଥିବା ବେଲେ ଏଥିରେ ୧୨ଗୋଟି ରାଜସ୍ବ ଗ୍ରାମ ରହିଛି |ବ୍ଲକ ର ଜନସଂଖ୍ୟା ୨୮୫୦୦୦ ରହିଥିବା ବେଳେ ଘରସଂଖ୍ୟା ୫୦,୦୦୦ ରହିଛି |ଏବଂ ବ୍ଲକ ସଦର ମହକୁମାରେ ସମସ୍ତ ସରକାରୀ ଓ ଵେସରକାରୀ କାର୍ଯ୍ୟାଳୟ, ସରକାରୀ ଓ ଵେସରକାରୀ ବିଦ୍ୟାଳୟ,ସରକାରୀ ଓ ଵେସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର,ପୋଲିସ ଷ୍ଟେସନ,ବିଭିନ୍ନ ବ୍ୟାଙ୍କ ତଥା ସମସ୍ତ ସମସ୍ତ ସୁବିଧା ରହିଛି | ଅଞ୍ଚଳବାସୀ ସବୁ ପ୍ରକାର କାର୍ଯ୍ୟ ପାଇଁ କୋଷାଗୁମୁଡା ଉପରେ ନିର୍ଭର କରି ଆସୁଛନ୍ତି | ତେଣୁ ଯେ.ଏମ.ଏଫସି ଅଦାଲତ ମଧ୍ୟ କୋଷାଗୁମୁଡା ବ୍ଲକ ସଦର ମହକୁମାରେ ହିଁ ହେଲେ ଅଞ୍ଚଳବାସୀ ଉପକୃତ ହେବେ ବୋଲି ଉକ୍ତ ଦାବିପତ୍ରରେ ଉଲ୍ଲେଖ ରହିଛି। ଯେ ପର୍ଯ୍ୟନ୍ତ ସରକାର ଅଞ୍ଚଳବାସୀଙ୍କ ଦାବୀ ପୂରଣ କରିନାହାନ୍ତି, ସେତେଦିନ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଅଞ୍ଚଳବାସୀ ପ୍ରତିକ୍ରିୟାରେ ରଖିଛନ୍ତି | ଏବେ ଦେଖିବାକୁ ବାକି ରହିଲା କୋଷାଗୁମୁଡା ବ୍ଲକ ସଦର ମହକୁମା ରେ କୋର୍ଟ ସ୍ଥାପନ ପାଇଁ ପ୍ରଶାସନ ତରଫରୁ  ପଦକ୍ଷେପ ଗ୍ରହଣ କରାଯିବା ନା ଏ ଅନ୍ଦୋଳନ ଆହୁରି ତୀବ୍ରତର ହେବ? ଦେଖିବାକୁ ବାକି ରହିଲା।

ନବରଙ୍ଗପୁର ରୁ ଘାସିରାମ ହରିଜନ ଙ୍କ ରିପୋର୍ଟ ଏକେଏନ୍ ନ୍ୟୁଜ୍

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!