ଓଡିଶା ଖବର

ନବରଙ୍ଗପୁର ଜିଲ୍ଲାରେ କେହିବି ଶିକ୍ଷା ରୁ ବଞ୍ଚିତ ହେବେ ନାହିଁ 

(AKN NEWS): ଡାଇଏଟ୍ ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ଅଭିମୁଖୀକରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜିଲ୍ଲାରେ ଦୀର୍ଘ ଦିନ ଅନୁପସ୍ଥିତ ଛାତ୍ର ଛାତ୍ରୀ, ବିଦ୍ୟାଳୟରେ ନାମ ଲେଖାଇ ନଥିବା ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ମାଧ୍ୟମିକ ବିଦ୍ୟାଳୟରେ ନାମ ନ ଲେଖାଇ ଥିବା ଛାତ୍ର ଛାତ୍ରୀ ମାନଙ୍କୁ ଚିହ୍ନଟ କରିବା ଓ ସେମାନଙ୍କୁ ପୁନଃ ବିଦ୍ୟାଳୟ ଆସିବାକୁ ଉତ୍ସାହିତ କରିବା। ଏହି ଅଭିମୁଖୀକରଣ କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରରେ ସମସ୍ତ ଏଆରସିସି ଏବଂ ପ୍ରଖଣ୍ଡ ଶିକ୍ଷା ଅଧିକାରୀ ଅଂଶଗ୍ରହଣ କରିଥିଲେ। ଏହା ମଧ୍ୟମରେ ସେମାନଙ୍କୁ ପ୍ରଧାନ ଶିକ୍ଷକ (HM) ଓ ଶିକ୍ଷୟିତ୍ରୀମାନଙ୍କୁ ପ୍ରଶିକ୍ଷଣ ଦେବା ଓ ସମସ୍ତ ତଥ୍ୟ ଏକତ୍ର କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି। ଏହି ତଥ୍ୟଗୁଡ଼ିକ ଶିକ୍ଷକ, ପ୍ରଧାନ ଶିକ୍ଷକ, ଅଙ୍ଗନବାଡ଼ି କର୍ମୀ (AWW) ମାନଙ୍କ ଦ୍ୱାରା ସଂଗ୍ରହ କରାଯିବ ଓ ଜିଲ୍ଲାରେ ସେଗୁଡ଼ିକ ବିଶ୍ଳେଷଣ ହୋଇଥିବା ପରେ ସମ୍ପୂର୍ଣ୍ଣ ତଥ୍ୟ ଏକତ୍ରିତ ହେବ।

ଏହା ପରେ, ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ସେହି ଛାତ୍ର ଛାତ୍ରୀ ମାନଙ୍କ ଘରକୁ ଘର ଯାଇ ତାଙ୍କର ମାତାପିତାଙ୍କୁ ସରପଞ୍ଚ ଓ ଅଙ୍ଗନବାଡ଼ି କର୍ମୀଙ୍କ ସହଯୋଗରେ ପରାମର୍ଶ ଦେବେ ଓ ସେମାନଙ୍କୁ ବିଦ୍ୟାଳୟରେ ଭର୍ତ୍ତି କରିବା ପାଇଁ ଉତ୍ସାହିତ କରିବେ। ବିଦ୍ୟାଳୟରେ ଅବସ୍ଥାନ କରିବାରେ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ପ୍ରି ମାଟ୍ରିକ୍ ଛାତ୍ରବୃତ୍ତି ଯୋଜନାର ସୁବିଧା ମଧ୍ୟ ଯୋଗାଇ ଦିଆଯିବ। ଏହି ପ୍ରୟାସ କୁ ‘ଉଦୟମ’ UDAYAM ନାମ ଦିଆଯାଇଛି ଓ ଏହା ଜିଲ୍ଲା ଶିକ୍ଷା ବିଭାଗ ଓ ପିରାମଲ୍ ଫାଉଣ୍ଡେସନ୍‌ର ସମ୍ମିଳିତ ପ୍ରୟାସରେ ହେଉଛି।

ଏହି ଅଭିମୁଖୀକରଣ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷାଧିକାରୀ, ନବରଙ୍ଗପୁର ଛତ୍ରପତି ସାହୁ, ଡାଇଏଟ୍ ପ୍ରାଧାନ ଶ୍ରୀ ଅରବିନ୍ଦ, ପିରାମଲ୍ ଫାଉଣ୍ଡେସନ୍‌ର ପ୍ରୋଗ୍ରାମ୍ ମ୍ୟାନେଜର୍ ବିକ୍ରମ କିଶୋର ରଣା, ଓ ସମସ୍ତ ବିଇଓ ଓ ଏସିଆରସିସି ମାନେ ଅଂଶଗ୍ରହଣ କରିଥିଲେ।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲାର ସମସ୍ତ ବିଦ୍ୟାଳୟ ମାନେ ଏକ ସୁସଂଘଟିତ ରୂପେ ତଥ୍ୟ ସଂଗ୍ରହ କରିବାକୁ ସମର୍ଥ ହେବା ଓ ଯାହା ଦ୍ୱାରା ଦୀର୍ଘ ଅନୁପସ୍ଥିତ ଛାତ୍ର ଛାତ୍ରୀ, ବିଦ୍ୟାଳୟରେ ନାମ ଲେଖାଇ ନଥିବା, ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ମାଧ୍ୟମିକ ବିଦ୍ୟାଳୟରେ ନାମ ନଲେଖା ଥିବା ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନଙ୍କର ମାନସିକତାରେ ପରିବର୍ତ୍ତନ ଆଣିବାରେ ସାହାଯ୍ୟ ମିଳିବ ଆଶା ରଖାଯାଉଛି।

ଏହା ଛାତ୍ରଛାତ୍ରୀମାନଙ୍କ ମାନସିକତାରେ ପରିବର୍ତ୍ତନ ଆଣିବା ଏବଂ ସେମାନଙ୍କୁ ବିଦ୍ୟାଳୟ ଅଧିକ ଶିକ୍ଷା ପାଇଁ ପ୍ରସ୍ତୁତ କରିବାରେ ସହାୟକ ହେବ। ସେମାନଙ୍କୁ ଏକ ଶିକ୍ଷା ମୂଲ୍ୟବାନ ମହାସମୁଦ୍ରରେ ପ୍ରବେଶ କରାଇ ଜୀବନରେ ସଫଳ ହେବା ପାଇଁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିବାହ କରିବ ବୋଲି ମତ ପ୍ରକାଶ ପାଇଥିଲା।

ନବରଙ୍ଗପୁର ରୁ ଘାସିରାମ ହରିଜନ ଙ୍କ ରିପୋର୍ଟ ଏକେଏନ୍ ନ୍ୟୁଜ୍

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!