ଓଡିଶା ଖବର

କାଉଡୋଲା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ୭୮ତମ ସ୍ଵାଧୀନତା ଦିବସ ପାଳିତ 

(AKN NEWS): ସାରା ଭାରତର କୋଣ ଅନୁ କୋଣରେ ଦିଲ୍ଲୀ ରୁ ପୁର ପଲ୍ଲୀ ଯାଏଁ ଅଗଷ୍ଟ ୧୫ତାରିଖ କୁ ସ୍ୱାଧୀନତା ଦିବସ ଭାବରେ ପ୍ରତିବର୍ଷ ବେଶ୍ ଆନନ୍ଦ ଓ ଉତ୍ସାହର ସହିତ ପାଳନ କରିଆସୁଛନ୍ତି । ଠିକ୍ ସେହିପରି କୋକସରା ବ୍ଲକ କାଉଡୋଲା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ଏହି ୭୮ତମ ସ୍ଵାଧୀନତା ଦିବସ କୁ ବେଶ୍ ଆନନ୍ଦ ଓ ଉତ୍ସାହର ସହିତ ପାଳନ କରିଥିବା ଦେଖିବାକୁ ମିଳିଛି। ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଶ୍ରୀ ଚକ୍ରଧର ବେଶ୍ରା ଜାତୀୟ ପତାକା ଉତ୍ତୋଳନ କରି ସମସ୍ତଙ୍କୁ ସ୍ଵାଧୀନତା ଦିବସର ଶୁଭେଚ୍ଛା ଜଣାଇବା ସହ ଛାତ୍ରଛାତ୍ରୀ ମାନଙ୍କୁ ଆଗକୁ ଭଳ ପାଠ ପଢିବା ସହିତ ଭଳ କାମ କରି ବାପା ମାଁ,ଗୁରୁଜନ ତଥା ଗାଁ ମାଟି ଏବଂ ଦେଶ ପାଇଁ

ଗର୍ବ ଗୈାରବ ଓ ସମ୍ମାନ ରଖିବା ପାଇଁ ନିବେଦନ କରିଥିଲେ । ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଜୟଶଙ୍କର ପାଠୀ ଆଜି ଆମେ ଏହି ଦିବସ କୁ କାହିଁକି ଏତେ ଆନନ୍ଦ ଉଲ୍ଲାସର ସହିତ ପାଳନ କରୁଛୁ ଏବଂ ଏଥିପାଇଁ କେଉଁ କେଉଁ ମାନେ କେମିତି ନିଜ ଜୀବନ କୁ ଜଳାଞ୍ଜଳି ଦେଇ ଆମକୁ ସ୍ଵାଧୀନତା ର ସ୍ଵାଦ ଚଖେଇ ଛନ୍ତି ସେନେଇ ବକ୍ତବ୍ୟ ରଖିଥିଲେ। ଏଥିରେ ଶିକ୍ଷକ ତୁଲାରାମ ମାଝି, ନିତ୍ୟାନନ୍ଦ ମାଝୀ, ଯଶୋଦା ବାଗ, ହିରଣ ମୟୀ ପଣ୍ଡା ଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ସଦସ୍ୟା ଏବଂ ଅବିଭାବକ ମାନେ ଉପସ୍ଥିତ ଥିଲେ

କଳାହାଣ୍ଡି ରୁ ଟଙ୍କଧରବିହାରୀ ଙ୍କ ରିପୋର୍ଟ ଏକେନ ନିୟୁଜ

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!