ଓଡିଶା ଖବର

ମୁଇଁ କଲାହାଣ୍ଡିଆ ଫର୍ କଳାହାଣ୍ଡି ସଂଗଠନର ରାଜସ୍ୱ ମନ୍ତ୍ରୀଙ୍କୁ ଦାବି ପତ୍ର

AKN NEWS-ମୁଇଁ କଲାହାଣ୍ଡିଆ ଫର୍ କଳାହାଣ୍ଡି ସଂଗଠନର ରାଜସ୍ୱ ମନ୍ତ୍ରୀଙ୍କୁ ଦାବି ପତ୍ର

ଗତ ବୁଧବାର ରାତ୍ର ସମୟରେ ଭବାନିପାଟଣା ସ୍ଥିତ ସର୍କିଟ୍ ହାଉସ୍ ଠାରେ ମୁଇଁ କଲାହାଣ୍ଡିଆ ଫର୍ କଳାହାଣ୍ଡି ସଂଗଠନର ନେତୃତ୍ବରେ ଭବାନିପାଟଣା ସହରର କିଛି ବସ୍ତିବାସିନ୍ଦା ରାଜସ୍ବ ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ ପୂଜାରୀଙ୍କୁ ସାକ୍ଷାତ କରିବା ସହ ଏକ ୪ଦଫା ଦାବି ପତ୍ର ପ୍ରଦାନ କରିଥିଲେ। ଏହି ଦାବି ପତ୍ରରେ କଳାହାଣ୍ଡି ଜିଲ୍ଲାରେ ଥିବା ସମସ୍ତ ଭୂମିହୀନ ପରିବାରମାନଙ୍କୁ ଚିହ୍ନଟ କରି ରାଜସ୍ବ ମନ୍ତ୍ରୀ ଘୋଷଣା କରିଥିବା ୪ଡେସିମିଲ ଜାଗାର ସ୍ଥାୟୀ ଜମିପଟ୍ଟା ପ୍ରଦାନ କରି ଆବାସ ଯୋଜନାରେ ସାମିଲ କରିବା , ଭବାନିପାଟଣା ସହରକୁ ତୁରନ୍ତ ବନ୍ଦୋବସ୍ତ କରିବା ସହିତ ସରକାରୀ/ଦେବୋତ୍ତର/ଅନ୍ୟ କିସମର ଜମିରେ ଦୀର୍ଘ ବର୍ଷ ଧରି ଯିଏ ଯେଉଁଠି ରହିଆସୁଛନ୍ତି ସମସ୍ତଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରିବା ଏବଂ ସରକାରୀ ଜମି ଜବରଦଖଲ ଉଚ୍ଚେଦ ଚିଠି ପରେ ଭବାନିପାଟଣା ପ୍ରଶାସନ ଯେଉଁଭଳି ଗରିବ ଖଟିଖିଆ ପରିବାରଙ୍କୁ ହଇରାଣ ଓ ଉଚ୍ଛେଦ୍ ଧମକ ଦେଉଛନ୍ତି ତାହା ପ୍ରଥମେ ବନ୍ଦ କରାଯାଉ ବୋଲି ଉଲ୍ଲେଖ ଥିବା ସହ ଦାବି ଉପସ୍ଥାପନ କରିଥିଲେ।

 

 

 

 

ସମସ୍ତ ଦାବିକୁ ଭଲଭାବରେ ଶୁଣିଲା ପରେ କୌଣସି ଗରିବର ଘରକୁ ଉଚ୍ଛେଦ୍ କରାଯିବ ନାହିଁ ଏବଂ ଭୟଭୀତ ନ ହେବା ପାଇଁ କହିବା ସହ ଉଚ୍ଚେଦ କେବଳ ବଡବଡିଆ ପାଇଁ ବୋଲି ମନ୍ତ୍ରୀ ମହୋଦୟ କହିବା ସହ ଆଗାମୀ ଗସ୍ତରେ ବାହାଦୂର ବଗିଚା ପଡାରେ ଥିବା ବସ୍ତି ବୁଲି ଦେଖିବି ବୋଲି ପ୍ରତିଶୃତି ଦେଇଥିଲେ। ସାକ୍ଷାତ୍ ସମୟରେ ସଂଗଠକ ଲକ୍ଷ୍ମୀନାରାୟଣ ପଣ୍ଡା, ନାରୀନେତ୍ରୀ କବିତା ରାଉତ, ନିରୋଦ କୁମାର ରାଉତ, ସୁଶାନ୍ତ ପଟ୍ଟନାୟକ, ଚାଷୀନେତା ଲିଙ୍ଗରାଜ ପ୍ରଧାନ, ସଂଜୟ ମେହେର, ଏଡଭୋକେଟ୍ କ୍ଷୀରୋଦ ନାଗ, ତ୍ରିଲୋଚନ ରାଉତ, ଶିବାନୀ ଶଙ୍କର ଭୋଇ, ନାରୀନେତ୍ରୀ ଫୁଲମେ ମାଝୀ, ସସ୍ମିତା ସିଂ, ପୁଷ୍ପାଞ୍ଜଳି ବାଗ, ରାଖି ଶର୍ମା, ସରୋଜିନୀ ଗଉଡ, ପୁଷ୍ପା ବାଗ ପ୍ରମୁଖ ସାମିଲ ଥିଲେ।

ବ୍ଯୁରୋ ରିପୋର୍ଟ ଏକେଏନ୍ ନ୍ଯୁଜ। 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!