ଶତାୟୁ ମହିଳା ଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ

(AKN NEWS): ସମଗ୍ର ଦେଶ ଆଜି ସ୍ବାଧୀନତା ଦିବସ ପାଳନ କରିଛି,ଏହି ଅବସରରେ ବିଭିନ୍ନ ସ୍ଥାନରେ ବିଶିଷ୍ଟ ବ୍ୟକ୍ତି ଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯାଇଛି,ଏହି ଅବସରରେ କଳାହାଣ୍ଡି ବରିଷ୍ଠ ନାଗରିକ ସଂଘ,ଭବାନୀପାଟଣା ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ନିକଟରେ କଳାହାଣ୍ଡି ର ଜଣେ ଶତାୟୁ ମହିଳା ଶ୍ରୀମତୀ ଆଶାଲତା ବେହେରା (୧୦୨ ବର୍ଷ) ଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଇଥିଲେ, ଦେଖି ପାରୁନଥିଲେ ମଧ୍ୟ ତାଙ୍କ ପୁତ୍ର ଆର୍ତ୍ତତ୍ରାଣ ବେହେରା,ଦାମୋଦର ବେହେରା, 
ପୁତ୍ରବଧୁ ମମତା ବେହେରା ଏବଂସସ୍ମିତା ବେହେରା ଙ୍କ ସହାୟତା ରେ ଉତ୍ତୋଳନ ସ୍ଥଳ କୁ ଆସି ଜାତୀୟ ପତାକା ଉତ୍ତୋଳନ କରିଥିଲେ, ଏହିପରି ଏକ ଭିନ୍ନ ନିଆରା ପଦକ୍ଷେପ କୁ ସମାଜର ସବୁ କ୍ଷେତ୍ର ସାଧୁବାଦ ଜଣାଇଛନ୍ତି, ଏହି ଅବସରରେ ସ୍ଥାନୀୟ ଲକ୍ଷ୍ମୀପୁର ଗ୍ରାମରେ
ଆସୋସିଏସନ ତରଫରୁ ବୃକ୍ଷ ରୋପଣ କରାଯାଇଥିଲା ତତ ସହିତ ସେହି ଗ୍ରାମର ସ୍କୁଲ ପିଲାମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ଦ୍ୱାରା ଏହି ବରିଷ୍ଠ ନାଗରିକ ଙ୍କ ମନ ମୋହି ନେଇଥିଲେ, ଶେଷରେ ଏହି ଆସୋସିଏସନ ର ମହିଳା ସଦସ୍ୟା ମାନେ ସେହି ଗ୍ରାମର ମହିଳା ମାନଙ୍କ ସହିତ ତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଉପରେ ଆଲୋଚନା କରିଥିଲେ, ଏହି ସବୁ କାର୍ଯ୍ୟକ୍ରମ ରେ ଆସୋସିଏସନ ର ବହୁ ସଦସ୍ୟ ସଦସ୍ୟା ଯୋଗଦାନ କରିଥିଲେ
ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ AKN NEWS


