ଓଡିଶା ଖବର

ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲରେ 78ତମ ସ୍ୱାଧୀନତା ଦିବସ ପାଳିତ

 AKN NEWS-ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲରେ 78ତମ ସ୍ୱାଧୀନତା ଦିବସ ପାଳିତ :

ତା 15/08/2024 ରିଖ ଭବାନୀପାଟଣା ସ୍ଥିତ ତାରିଣୀମନ୍ଦିର ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲରେ 78ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି | ଆଜି ହେଉଛି ଅଗଷ୍ଟ 15 ଅର୍ଥାତ ଆମ ଦେଶର 78ତମ ସ୍ୱାଧୀନତା ଦିବସ | ଏହି ଦିବସଟି ସମସ୍ତ ଭାରତୀୟ ମାନଙ୍କ ପାଇଁ ଏକ ଗର୍ବ ଆଉ ଗୌରବର ଦିବସ | ଏହି ଦିନ ଇଂରେଜ ମାନଙ୍କର ଏକଛତ୍ରବାଦ ଶାସନ ରୁ ମୁକ୍ତ ହୋଇ ସ୍ୱାଧୀନତା ହାସଲ କରିଥିଲେ | କଥାରେ ଅଛି ଯାହା ନାହିଁ ଭାରତେ, ତାହା ନାହିଁ ଜଗତେ ଭାରତ ଭୂମି ଏକ ପବିତ୍ର, ସମୃଦ୍ଧ, ରତ୍ନଗର୍ଭା, ଉଚ୍ଚ ସଂସ୍କୃତି ସମ୍ପନ୍ନ ଦେଶ, ଏହା କୁ ସୁନାର ଭାରତ ବୋଲି କୁହାଯାଏ | ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ବୀର ଯବାନ ଓ ମହାପୁରୁଷ ମାନଙ୍କୁ ମନେ ପକାଇ ଅମୃତସମ ସ୍ୱାଧୀନତାକୁ ବଜାୟ ରଖିବା ପାଇଁ ସଦା ସର୍ବଦା ଚେଷ୍ଟିତ ରହିବା କୁ ସ୍କୁଲ ର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ଙ୍କୁ ଉଦବୋଧନ ଦେଇଥିଲେ | ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ରାଷ୍ଟ୍ରୀୟ ସଂଗୀତ ସହ ସଭା ସାଙ୍ଗ ହୋଇଥିଲା |

ବ୍ୟୁରୋ ରିପୋର୍ଟ ଏକେଏନ୍ ନ୍ଯୁଜ। 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!