ଓଡିଶା ଖବର

୭୮ତମ ସ୍ୱାଧୀନତା ଦିବସ ପାଳନ ପଂଚାୟତ ଉଚ୍ଚ ବିଦ୍ୟାଳୟ ଆମ୍ବପାଲି

(AKN NEWS): ସଇଁତଲା ବ୍ଲକ ଅନ୍ତର୍ଗତ ପଂଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ୭୮ ତମ ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି l ଏହି ଅବସରରେ ପ୍ରଧାନଶିକ୍ଷକ ଶ୍ରୀ ବିଜୟ କୁମାର ବାଗ ପତାକା ଉତ୍ତୋଳନ କରିଥିବାବେଳେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶ୍ରୀ ସୁଶୀଲ କୁମାର, ଭୋଇ,ଶ୍ରୀ ଛନ୍ଦା ଚରଣ ସୁନା,ଶ୍ରୀ ଚକ୍ରଧର ବାଗ, ଶ୍ରୀ ଅନିଲ କୁମାର ନନ୍ଦ, ଶ୍ରୀ ରାଜକିଶୋର କୁଅର,ଶ୍ରୀ କ୍ଷେତ୍ର ମେହେର,ଶ୍ରୀ ରlଜବିହାରି ବଞ୍ଛୋର୍,ଶ୍ରୀ ପର୍ଶୁରାମ ପୁଟେଲ,ଶ୍ରୀ ବୈଚନ୍ଦ୍ର ମହାନନ୍ଦ ଓ ଶ୍ରୀ ଦେବରାଜ ଭୋଇ ଓ ପରିଚାଳନା କମିଟି ସଦସ୍ୟl ଶ୍ରୀମତୀ ରୀନା ଭରlସାଗର୍ ତଥା ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ରାମା ଛତ୍ରିଆ, ସମାଜସେବୀ ଶ୍ରୀ ସୁବlସିଂ ଛତ୍ରିଆ,ନାଇବ ସରପଞ୍ଚ,ସମସ୍ତ ୱାର୍ଡ୍ ମେମ୍ବର, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ, ସମସ୍ତେ ଉପସ୍ଥିତ ରହି ସହଯୋଗ କରି ଥିଲେ। ଘର ଘର୍ ତ୍ରିରଙ୍ଗା ଜାତୀୟ ପତାକା କୁ ସମସ୍ତେ ସମ୍ମାନ ଜଣାଇ ନଗର ପରିକ୍ରମା କରାଯାଇଥିଲା l ଛାତ୍ର ଛାତ୍ରୀମାନେ ଗ୍ରାମପଞ୍ଚାୟତ କୁ ଯାଇ ସେଠାରେ ମଧ୍ୟ ପତାକା ଉତ୍ତୋଳନ ରେ ସହଯୋଗ କରିଥିଲେ l ଗ୍ରାମ ପଞ୍ଚାୟତ ଠାରେ ସରପଞ୍ଚ ଶ୍ରୀମତୀ ରାମା ଛତ୍ରିଆ ପତାକା ଉତ୍ତୋଳନ କରିଥିଲେ ଓ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ବିଜୟ କୁମାର ବାଗ ଉପସ୍ଥିତ ରହି ନିଜ ବକ୍ତବ୍ୟ ରଖିଥିଲେ ଓ ଶ୍ରୀ ସୁଶୀଲ କୁମାର ଭୋଇ ସହକାରୀ ଶିକ୍ଷକ ଧନ୍ୟବାଦ୍ ଅର୍ପଣ କରିଥିଲେ । ଶେଷରେ ଛାତ୍ରଛାତ୍ରୀ ମାନଙ୍କୁ ମିଷ୍ଟାନ୍ନ ଖାଇବାକୁ ଦିଆଯାଇ ଥିଲା ଓ ବିଭିନ୍ନ କାର୍ଯ୍ୟ କ୍ରମ ସ୍ବାଧିନତା ଦିବସ ଉପଲକ୍ଷେ ଅନୁଷ୍ଠିତ କରାଯାଇଥିଲା।

ବଲାଙ୍ଗିର ଜିଲ୍ଲା ସଇଁତଲା ରୁ ଅଶ୍ୱିନୀ ସାହୁ ଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!