ଓଡିଶା ଖବର
ସଇଁତଲା ବ୍ଲକ ସ୍ତରୀୟ ଦଳିତ ଆଦିବାସୀ ସଙ୍ଘ ତରଫରୁ ସ୍ୱାଧୀନତା ଦିବସ ପାଳନ

(AKN NEWS): ବଲାଙ୍ଗୀର ଜିଲ୍ଲାର ସଇଁତଲା ବ୍ଲକ ସ୍ଥରିଅ ଡାକ ବଙ୍ଗଳା ଠାରେ ୭୮ ତମ ସ୍ୱାଧୀନତା ଦିବସ ପାଳନ ହେଇଯାଇଛି ! ମୁଖ୍ୟ ଅଥିତି ଭାବରେ ଦଳିତ ଆଦିବାସୀ ସଭାପତି ପ୍ରେମ ଭୋଇ, ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିଭାସଣ ଗ୍ରହଣ କରିଥିଲେ ! ଦେଶ ଗଠନ କରିବା ପାଇଁ ଏକତା, ଭାଇଚାରା ର ଆବଶ୍ୟକ ନିହାତି ବୋଲି କହିବା ସହ ଦେଶ ସ୍ୱାଧୀନତା ରେ ବଳିଦାନ ଦେଇ ଥିବା ସ୍ୱାଧୀନତା ସଂଗ୍ରାମୀ କାର୍ଯ୍ୟ କୁ ମନେ ପକାଇ ଥିଲେ ! ସଙ୍ଘ ର ଉପସଭାପତି ତପୀଧର କୁମ୍ଭାର, ସମ୍ପାଦକ ପ୍ରୀତିସାଗର ମହାନନ୍ଦ, କୋଷାଦକ୍ଷ ବୈକୁଣ୍ଠ ଭୋଇ, ରୋହିତ ଯାନୀ, ସମ୍ମାନିତ ଅଥିତି ଭାବରେ ଯୋଗ ଦେଇଥିଲେ l ରମାକାନ୍ତ ମାଝୀ ସଭା ପରିଚାଲନା କରିଥିବା ବେଳେ ସଙ୍ଘ ର ସିମରନସିଂ ଭୋଇ, ଦେବେନ୍ଦ୍ର ଭୋଇ, ରଞ୍ଜନ ବାଗ, ସମେତ ଶତାଧିକ ଦଳିତ ଆଦିବାସୀ ଉପସ୍ଥିତ ଥିଲେ |
ବଲାଙ୍ଗିର ଜିଲ୍ଲା ସଇଁତଲା ରୁ ଅଶ୍ୱିନୀ ସାହୁ ଙ୍କ ରିପୋର୍ଟ AKN NEWS


