ଓଡିଶା ଖବର

ଫଳସାଚୁଆଁ ରେ ବାପୁଜୀ ଯୁବକ ସଂଘ ପକ୍ଷରୁ ଲାଗିଲା ଶହେ ପଂଚାସୀ ଚାରା 

କୁଚିଣ୍ଡା :16/8(AKN NEWS): କୁଚିଣ୍ଡା ବ୍ଲକ ଅନ୍ତର୍ଗତ ବାଙ୍କେ ଗ୍ରାମ ପଂଚାୟତ ର ଫଳସା ଚୁଆଁ ସ୍ଥିତ ଫୁଟ ବଳ ଖେଳ ପଡିଆରେ ସ୍ଥାନୀୟ ବାପୁଜୀ ଯୁବକ ସଂଘ ପକ୍ଷରୁ ଗତ କାଲି ସ୍ୱାଧୀନତା ଦିବସ ପାଳନ ଅବସରରେ ଅପରାହ୍ନ ରେ ଏକ ଶତ ପଂଚାୟସୀ ଟି ଚାରା ଲଗା ଯାଇଛି ।ବିଶିଷ୍ଟ ପରିବେଶବିତ ତଥା ପ୍ରକୃତି ବନ୍ଧୁ ସୁବାସ ଚନ୍ଦ୍ର ନାୟକ, ସାମ୍ବାଦିକ ଗଗନ ଶର୍ମା ଓ ସଭ୍ୟା ଇ. ଜଗନ୍ନାଥ ପୃସେଠ ଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାଙ୍କେ ସରପଞ୍ଚ ଶ୍ରୀମତୀ ପିଙ୍କି ନାଏକ, ସମିତି ସଭ୍ୟ ସମୀର କଉଡ଼ି ଅତିଥି ଭାବରେ ଯୋଗ ଦେଇ ଚାରା ରୋପଣ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବାପୁଜୀ ଯୁବକ ସଂଘର ସଭାପତି ଆଲୋକ କିସାନ, ସମ୍ପାଦକ ଗଜେନ୍ଦ୍ର କିସାନ, ୱାର୍ଡ ସଭ୍ୟ ଶଶୀ କିସାନ, ପ୍ରମୋଦ କୁମାର ନାଏକ, ସ୍ଵପ୍ନେଶ୍ଵର କିସାନ,ରାଜ କୁମାରୀ ସାହୁ, ଅମୁଲ୍ୟ କିସାନ, ଭରତ କିସାନ, ଗଜିନ୍ଦ୍ର କିସାନ, ମିତ୍ର କିସାନ, ତୁଲେସ୍ବ ର ମାଝୀ, ଖିରୋଦ କିସାନ, ଧରଣୀ କିସାନ, ସୁରେନ୍ଦ୍ର ଶଣ୍ଢ, ଅମିତ ଷଣ୍ଢ, ଅଜିତ ଷଣ୍ଢ, ଅତୁଲ୍ୟ ଷଣ୍ଡ, ଲୁକେଶ୍ୱର ଷଣ୍ଡ, କେଦାର ଲୁହାର, ଟଙ୍କଧର ଲୁହାର, ସୁଗ୍ରୀ କିସାନ ପ୍ରମୁଖ ଚାରା ରୋପଣ କରିବା ସହ ଏହା ସବୁ ବଞ୍ଚାଇ ରଖିବାଜୁ ଶପଥ ନେଇଥିଲେ. ପ୍ରକାଶ ଥାଉ କି ପୂର୍ବ ବର୍ଷାରେ ଲଗାଇଥିବା ଚାରା ଭିତରୁ ପଚାଶ ରୁ ଅଧିକ ବୃକ୍ଷ ବଞ୍ଚି ଥିବା ଦେଖା ଯାଇଛି ।

ବ୍ୟୁରୋ ରିପୋର୍ଟ, AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!