ବାସୁମତି ବିଜ୍ଞାନ ମହା ବିଦ୍ୟାଳୟରେ ବନ ମହୋତ୍ସବ ଓ ବୃକ୍ଷ ରୋପଣ

ଝାରସୁଗୁଡା :24/8(AKN NEWS): କୋଲାବିରା ବ୍ଲକ ସମାସିଂହା ସ୍ଥିତ ବସୁମତୀ ବିଜ୍ଞାନ କନିଷ୍ଠ ମହାବିଦ୍ୟାଳୟ ପରିସରରେ ଆଜି ଅଧ୍ୟକ୍ଷ ବିଭୁତି ଭୂଷଣ ଦାସଙ୍କ ସଭାପତିତ୍ୱରେ ବନ ମହୋତ୍ସବ ସବେତନତା ସଭା ସହ ବୃକ୍ଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ବିଶିଷ୍ଟ ପରିବେଶବିତ ତଥା ପ୍ରକୃତି ବନ୍ଧୁ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଜିଲ୍ଲାକୁ ସବୁଜ ସୁନ୍ଦର କରିବା ସହିତ ଏହାର ପୂର୍ବ ପରିବେଶ କୁ ଫେରାଇ ଆଣିବାକୁ ଯୁବ ସମାଜ ଉଭୟ ରଚନାତ୍ମକ ଓ ଆନ୍ଦୋଳନତ୍ମକ କାର୍ଯ୍ୟପାଇଁ ଆହ୍ୱାନ ଦେଇଥଲେ। ସମଲେଶ୍ୱରୀ ସେବା ସଂଘ ପକ୍ଷରୁ ଆୟୋଜିତ ଏହି ସଚେତନତା ସଭାରେ ସଂଘର ସଭାପତି ଅବସର ପ୍ରାପ୍ତ ଅଧ୍ୟାପକ କେଦାର ନାଥ ପଟେଲ, ସାମ୍ବାଦିକ ସୁମନ୍ତ ଶେଖର ବହିଦାର,ଅବସର ପ୍ରାପ୍ତ ବନ କର୍ମଚାରୀ ଦାମୋଦର ପାରେକ,, ଅବସର ପ୍ରାପ୍ତ ଅତିରିକ୍ତ ତହସିଲଦାର ସିରଜୁ ଖମାରି,ଛାତ୍ର ସାମୁଖ୍ୟ ର ସଂଯୋଜକ ଜିତେନ୍ଦ୍ର ଧୂରୁଆ ପ୍ରମୁଖ ଭାଷଣ ଦେଇ ପରିବେଶ ପ୍ରଦ୍ୟୁସିତ ଝାରସୁଗୁଡା ଜିଲ୍ଲାକୁ ସବୁଜ ସୁନ୍ଦର କରିବାକୁ ହେବ ବୋଲି ମତ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମକୁ ଅନ୍ୟ ମାନଙ୍କ ମଧ୍ୟରେ ସଂଘର ସଭ୍ୟା କୁମୁଦିନୀ କୁଆ ଓ ସଭ୍ୟ ମଦନ ମୋହନ ପଟେଲ ସ୍ୱରଚିତା କବିତା ପାଠ ମାଧ୍ୟମରେ ପ୍ରକୃତିର ସୁରକ୍ଷା ପାଇଁ ଆହ୍ୱାନ ଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀ ନାୟକ ଉପସ୍ଥିତ ଛାତ୍ର, ଛାତ୍ରୀ, ଅଧ୍ୟପକ, ଅଧ୍ୟାପିକା ଙ୍କ ସହ ସଂଘର ସଦସ୍ୟ ମାନଙ୍କୁ ସବୁଜ ସୁନ୍ଦର କୋଲାବିରା ବ୍ଲକ ଗଠନ ପାଇଁ ଶପଥ ପାଠ କରାଇଥିଲେ
।ଶେଷରେ ସଂଘର ସଭ୍ୟ ପ୍ରକୃତି ବନ୍ଧୁ ଲାଳରାମ ଛତ୍ରିଆ ଧନ୍ୟବାଦ ଅର୍ପଣ କରିଥିଲେ । ଏହା ପରେ ଅତିଥି ଓ ଛାତ୍ର, ଛାତ୍ରୀ ମିଲିତ ଭାବରେ ବୃକ୍ଷ ରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ଆୟୋଜନ କରିବାରେ କିଶୋର କଂସରାଲୀ, ସୂର୍ଯ୍ୟ କାନ୍ତି ଚାନ୍ଦ, ଦୀପିକା ସିଂ ଓ ଟଙ୍କଧର କାଉ ସକ୍ରିୟ ଭୂମିକା ନିର୍ବାହ କରିଥିଲେ।
ବ୍ୟୁରୋ ରିପୋର୍ଟ AKN NEWS


