ଓଡିଶା ଖବର

ଜାତୀୟ ଜୀବିକା ମିଶନ ଅନ୍ତର୍ଗତ ମହିଳା ମାନଙ୍କୁ ବିଶେଷ କରି ଲକ୍ଷ୍ୟ ପତି ଦିଦି ମାନଙ୍କୁ ପ୍ରଧାନ ମନ୍ତ୍ରୀ ସମ୍ବର୍ଦ୍ଧିତ

(AKN NEWS): ଆଜି ୨୫ ଅଗଷ୍ଟ ୨୦୨୪ ରିଖ ରବିବାର ଦିନ ମାନ୍ୟବର ପ୍ରଧାନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମହାରାଷ୍ଟ୍ରର ଜଳଗାଁଓ ଠାରେ ଜାତୀୟ ଜୀବିକା ମିଶନ ଅନ୍ତର୍ଗତ ମହିଳା ମାନଙ୍କୁ ବିଶେଷ କରି ଲକ୍ଷ୍ୟ ପତି ଦିଦି ମାନଙ୍କୁ ପ୍ରଧାନ ମନ୍ତ୍ରୀ ସମ୍ବର୍ଦ୍ଧିତ କରିବା ସହିତ ଲକ୍ଷ୍ୟ ପତି ଦିଦି ମାନଙ୍କୁ ସ୍ବାବଲମ୍ବୀ ଓ ରୋଜଗାରୀ କରିବା ପାଇଁ ସ୍ବତନ୍ତ୍ର ବରାଦ ବ୍ୟବସ୍ଥା ଉପରେ ଘୋଷଣା କରିଥିଲେ । ସାରା ଦେଶର ମହିଳା ମାନଙ୍କୁ ଏହି କାର୍ଯ୍ୟ କ୍ରମରେ ଡିଜିଟାଲି ଯୋଡ଼ା ଯାଇଥିଲା । ଏହି ପରୀପ୍ରେକ୍ଷୀରେ ଗୋଲାମୁଣ୍ଡା ବ୍ଲକ୍ ଠାରେ ମଧ୍ୟ ଜୀବିକା ମିଶନ ତରଫରୁ ବ୍ଲକ୍ ସମ୍ମିଳନୀ କକ୍ଷରେ ଲକ୍ଷପତି ଦିଦି , CRP, MBK ମାନଙ୍କୁ ନେଇ ଏକତ୍ରିତ କରାଇ ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଇ ଥିଲା । ମୋଟ୍ ୧୪୦ ଜଣ ଲକ୍ଷପତି ଦିଦି, ୩୦ ଜଣ CRP-MBK ଯୋଗଦେଇ ଏହାକୁ ସଫଳ କରିଥିଲେ । ଏହିଭଳି କେନ୍ଦ୍ର ସରକାରଙ୍କ ଦ୍ଵାରା କରାଯାଇଥିବା ମହିଳାମାନଙ୍କ ପାଇଁ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଯୋଗୁ ମହିଳା ମାନେ ସ୍ବାବଲମ୍ବୀ ହୋଇ ପାରିଛନ୍ତି ।ଗୋଲାମୁଣ୍ଡା ବିଡ଼ିଓ ଶ୍ରୀଧର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ଶ୍ୟାମସୁନ୍ଦର ଅଗ୍ରୱାଲ, BLF ନେତ୍ରୀ ପ୍ରିୟଙ୍କା ସାହୁ, BPM ସୁଧାଂଶୁ ବିଶ୍ଵାଳ, BLC ଅଜୟ ମାଝୀ ଓ ଯଦୁନନ୍ଦନ ମେହେର ,GPEO ରଞ୍ଜିତ ପ୍ରଧାନ ପ୍ରମୁଖ ଯୋଗ ଦେଇଥିବା ବେଳେ BPM ସୁଧାଂଶୁ ବିଶ୍ଵାଳ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ

dhramgarh upa khanda ru shyam sundar agrawal akn news

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!