ଓଡିଶା ଖବର

ଧର୍ମଗଡ଼ ବେହେରା ସ୍ଥିତ ଭାରତୀୟ ବିଦ୍ୟା ଶ୍ରିନିକେତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଆମର୍ ଭେଟଘାଟ୍ କାର୍ଯକ୍ରମ ଉଦଯାପିତ ହୋଇ ଯାଇଛି

(AKN NEWS): ଧର୍ମଗଡ଼ ବେହେରା ସ୍ଥିତ ଭାରତୀୟ ବିଦ୍ୟା ଶ୍ରିନିକେତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଆମର୍ ଭେଟଘାଟ୍ କାର୍ଯକ୍ରମ ଉଦଯାପିତ ହୋଇ ଯାଇଛି। ବିଦ୍ୟାଳୟ ର ପରିଚାଳନା ନିର୍ଦ୍ଦେଶକ କିଶୋର ଚନ୍ଦ୍ର ଶତପଥୀ ଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବରେ ପଞ୍ଚାୟତ ଡିଗ୍ରୀ ମହାବିଦ୍ୟାଳୟର ଇଂରାଜୀ ବିଭାଗ ଅଧ୍ୟାପକ ମାନସ ରଞ୍ଜନ ପଣ୍ଡା ଯୋଗଦେଇଥିବାବେଲେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ଲଖିରାମ ଅଗ୍ରୱାଲ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଇଂରାଜି ଅଧ୍ୟାପକ ଅକ୍ଷୟ କୁମାର ପଟ୍ଟନାୟକ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଶିକ୍ଷାବିତ ତଥା ଅବସର ପ୍ରାପ୍ତ ଇଂରାଜୀ ଶିକ୍ଷକ ଭକ୍ତଚରଣ ଭୋଇ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଜୀବନ ଗଠନର ସୂତ୍ର, ଶିକ୍ଷାର ମହତ୍ତ୍ଵ, ଶିକ୍ଷାର ଉପକାରିତା ଓ ଉପଯୋଗୀତା ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇବା ସହିତ ଉଜ୍ଜଳ ଭବିଷ୍ୟତ ନିର୍ମାତା ପାଇଁ ଦିଗ ଦର୍ଶନ ଦେଇଥିଲେ।

ଅହି ଅବସରରେ ଦ୍ୱିତୀୟ ବର୍ଷର ଛାତ୍ର ଛାତ୍ରୀ ପାୟଲ, ପାଦୁକା, ଜନୁନା, ରେଖା, କୁନ୍ତୀ, ମାଧବ, ଚନ୍ଦ୍ର ପ୍ରଭା, ଲକ୍ଷ୍ମଣ, ଭାରତୀ, ତପନ, ସ୍ବାଗତ ସଙ୍ଗୀତ ଗାନ କରିବା ସହିତ ନୃତ୍ୟ ପରିବେଷଣ କରିଥିଲେ। ଏହି କାର୍ଯ୍ୟ କ୍ରମରେ ମଞ୍ଚ ପରିଚାଳନ ଦାୟିତ୍ଵ ବିଦ୍ୟାଳୟର ଅଧ୍ୟକ୍ଷା ସୁରେନ୍ଦ୍ର ନାୟକ କରିଥିବା ବେଲେ ଅତିଥିଙ୍କୁ ପରିଚୟ ପ୍ରଦାନ କରିଥିଲେ ଭାଗ୍ୟବାନ ଦାସ ଓ ଭୁଜବଲ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଦେବରାଜ ସତନାମୀ, ପୁସ୍ତମ ବଣିଆ, ଦେବେନ୍ଦ୍ର ରଣା, ସାନ୍ତୁନୁ ବାଗ, ରିଙ୍କୁ ଖମାରୀ, ସୁମନ ସିନ୍ଦୁର, ଭାସ୍କର ଗୋପାଳ ସମେତ ଦ୍ୱିତୀୟ ବର୍ଷର ଛାତ୍ର ଛାତ୍ରୀ ମାନେ କାର୍ଯକ୍ରମ ପରିଚାଳନାରେ ବିଶେଷ ସହଯୋଗ କରିଥିଲେ।

ବ୍ୟୁରୋ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!