ଅନନ୍ୟ

ସରକାରୀ ସାମାଜିକ ସୁରକ୍ଷା ଯୋଜନା ଉପରେ ଦକ୍ଷତା ବୃଦ୍ଧି

(AKN NEWS): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ନକଟି କାନୀ ଗ୍ରାମ ପଞ୍ଚାୟତ ସଭା ଗୃହ ଠାରେ ଆର୍ ସି ଡ଼ି ସି, ଭୁବନେଶ୍ୱର ଓ ବି ଏମ ଜେଡ୍ ଜର୍ମାନ ସହାୟତାରେ ସରକାରୀ ସାମାଜିକ ସୁରକ୍ଷା ଯୋଜନା ଉପରେ ଦକ୍ଷତା ବୃଦ୍ଧି ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ରଥୁ ରାମ୍ ବାଗ, ପ୍ରକଳ୍ପ ସଂଯୋଜକ ଗୋଲାମୁଣ୍ଡା ସମସ୍ତଙ୍କୁ ସ୍ବାଗତ ଜଣେଇ କାର୍ଯ୍ୟକ୍ରମ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ବିସ୍ତୃତ ଭାବରେ ଅବଗତ କରିଥିଲେ। ତାପରେ ଶ୍ରୀ କ୍ଷେତ୍ର ମୋହନ ମାଝି, ଏ ପି ଓ, ଗୋଲାମୁଣ୍ଡା ହିତାଧିକାରୀ ମାନେ କେମିତି ଯୋଜନାର ଲାଭ ନେଇପାରିବେ ଓ ଆବେଦନ ର ପ୍ରକ୍ରିୟା ବିଷୟରେ ଆଲୋଚନା କରିଥିଲେ। ସୁଶ୍ରୀ ସାବିତ୍ରୀ ମାଝି, ସରପଞ୍ଚ ନକ୍ତୀ କାନି, ପଞ୍ଚାୟତ ତରଫରୁ ସରକାରୀ ସାମାଜିକ ସୁରକ୍ଷା ଯୋଜନା ବିଷୟରେ ଆଲୋଚନା କରିଥିଲେ। ଏଥିରେ ବାର୍ଦ୍ଧକ୍ୟ ଭତା, ଦିବ୍ୟଙ୍ଗ ଭତ୍ତା, ବାଣୀ ଶ୍ରୀ ର 25 ଜଣ ହିତାଧୀକାରୀଙ୍କୁ ଚିହ୍ନଟ କରାଯାଇଥିଲା। ତେଜି ପଡ଼ା, ବାହାଦୁର ପଡ଼ା, ନକଟି କାନି, କଠୁଲ ପଦର , ପତିଆଲ ପଡ଼ା ଗ୍ରାମରୁ 50 ରୁ ଉର୍ଦ୍ଧ ହିତାଧୀକାରୀ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମ କୁ ସଞ୍ଜୟ, ସରିତା, ସଞ୍ଜୀବ, ଲଛମନି ଓ କପିଳାସ ସହଯୋଗ କରି ଥିଲେ

Dhramgarh upa khanda ru shyam sundar agrawal akn news

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!