ଓଡିଶା ଖବର

ମହୁଲପାଲି ହାଇ ସ୍କୁଲ ରା ମେହେର ଜୟନ୍ତୀ ଓ ମେଗା ବୃକ୍ଷ ରୋପଣ 

ବାମରା :30/8(AKN NEWS): ବାମରା ବ୍ଲକ ମହୁଲପାଲି ସ୍ଥିତ ହାଇ ସ୍କୁଲ ସଭା କାଶରେ ଆଜି ସ୍ୱଭାବ କଵି ଗଙ୍ଗାଧର ମେହେର ଙ୍କ ଜୟନ୍ତୀ ଓ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକ କିରଣ ପ୍ରକାଶ ନାୟକ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ବିଶିଷ୍ଟ ପରିବେଶ ବିତ୍ତ ଓ ସୁସାହିତ୍ୟିକ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମେହେର ସାହିତ୍ୟରେ ପ୍ରକୃତି ଚିତ୍ରଣ ବେଶ ଜୀବନ୍ତ ବୋଲି ମତା ପ୍ରକାଶ କରିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ପଣ୍ଡିତ ଅଲେଖ କୁମାର ପତି ମୁଖ୍ୟ ବକ୍ତା ଓ ଭାତପୁରା ହାଇ ସ୍କୁଲ ର ପ୍ରଧାନ ଶିକ୍ଷକ ରତନ ଲାଲ ସିଂ ଓ ଉଦ୍ୟାନବିତ ରବୀନ୍ଦ୍ର ଦାସ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ମାତୃ ଭୂମି, ମାତୃଭାଷା ର ସେବା ସହ ପ୍ରକୃତି ର ସଂରକ୍ଷଣ ପାଇଁ ଆହ୍ୱାନ ଦେଇଥିଲେ . ଏହା ପରେ ମେଗା ବୃକ୍ଷ ରୋପଣ ଅନୁଷ୍ଠିତ ହୋଇ ଯାଇଛି . କାର୍ଯ୍ୟକ୍ରମ କୁ ସହକାରୀ ଶିକ୍ଷକ ମନୋଜ ସାହୁ ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶିବ କିସାନ, ତୁଳସୀ ଲାକଡା, ଶିବାଞ୍ଜଳି ଅଟ୍ଟୀ, ସୁପ୍ରିୟା ପଟେଲ ପ୍ରମୁଖ ମଂଚାସୀନ ଥିବା ବେଳେ ଆଲୋକ ପଟେଲ ଅତିଥି ପରିଚୟ ଓ ସଂଜୀବ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ. ବୃକ୍ଷ ରୋପଣ କାର୍ଯ୍ୟକ୍ରମ କୁ ରାଜେନ୍ଦ୍ର ବେହେରା ଓ ବର୍ଷା ସୁନାନୀ ପରିଚାଳନା କରିଥିଲେ ।

ବ୍ୟୁରୋ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!