ଓଡିଶା ଖବର

ପୁନଃ ନିଯୁକ୍ତି ପାଇଁ ଛଟେଇ NRBC RP ମାନଙ୍କ ରାଜ୍ୟ ସ୍ତରୀୟ ବୈଠକ ଅନୁଷ୍ଠିତ

(AKN NEWS): ୦୧/୦୯/୨୪/ନବରଙ୍ଗପୁର ଜିଲ୍ଲା, ଡାବୁଗାଁ, ଗରୁଡ ଗୁଡ଼ା ସ୍ଥିତ ଶ୍ରୀ ରାମକୃଷ୍ଣ ମନ୍ଦିର ପରିସରରେ ସାଧନ କର୍ମୀ ମନୋଜ ନେତାମଙ୍କ ସଭାପତିତ୍ବରେ ଓଡ଼ିଶା ଶିକ୍ଷା ସାଧନ କର୍ମୀ RP ମାନଙ୍କ ରାଜ୍ୟ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ୨୦୦୭ ମସିହାରେ ଛଟେଇ ହୋଇଥିବା ଅଣ ଆବାସିକ ସଂଯୋଗୀ ପାଠ୍ୟ କେନ୍ଦ୍ର NRBC/RBC ର ସାଧନ କର୍ମୀ RP ମାନଙ୍କ ପୁନଃ ନିଯୁକ୍ତି ପାଇଁ ଆଲୋଚନା କରାଯିବା ସହିତ ନୂତନ ରାଜ୍ୟ ସ୍ତରୀୟ ସଂଘ କମିଟି ଗଠନ କରାଯାଇଥିଲା। ସଭାପତି ଭାବରେ ମନୋଜ ନେତମ, ଉପ ସଭାପତି ଭାବରେ ରୁପେନ୍ଦ୍ର ସୁନାନୀ,ସମ୍ପାଦକ ଭାବରେ କରୁଣା କର ତନ୍ତୀ, ସହ ସମ୍ପାଦକ ଭାବରେ ପ୍ରଫୁଲ୍ଲ ହଂସ, କୋଷାଧ୍ୟକ୍ଷ ଭାବେ ସୁଖ ନାଥ ଗଣ୍ଡଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଥିଲା।ପ୍ରକାଶ ଥାଉ କି ୨୦୦୭ ମସିହାରେ ସର୍ବଶିକ୍ଷା ଅଭିଯାନରେ ଛଟେଇ ହୋଇଥିବା EGS ସ୍ବେଛାସେବୀ EV ମାନେ ଗଣ ଶିକ୍ଷକ ଭାବରେ ପୁନଃ ନିଯୁକ୍ତି ପାଇଥିବା ବେଳେ NRBC ଶିକ୍ଷା ସାଧନ କର୍ମୀ RP ମାନଙ୍କ କ୍ଷେତ୍ରରେ ବର୍ତ୍ତମାନ ସୁଦ୍ଧା ସରକାରଙ୍କ ପକ୍ଷରୁ କୌଣସି ପୁନଃ ନିଯୁକ୍ତିର ବ୍ୟବସ୍ଥା କରା ଯାଇ ନାହିଁ। ଆଗାମୀ ଦିନରେ ରାଜ୍ୟ ସ୍ତରୀୟ ସଂଘ ପକ୍ଷରୁ ନୂତନ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ବୈଠକରେ ଆଲୋଚନା କରା ଯାଇଥିଲା।ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ନବରଙ୍ଗପୁର ସମେତ କଳାହାଣ୍ଡି,କୋରାପୁଟ,ମାଲକାନଗିରି,ନୂଆପଡ଼ା ଜିଲ୍ଲାର ଶତାଧିକ ଶିକ୍ଷା ସାଧନ କର୍ମୀ ଯୋଗଦାନ କରିଥିଲେ।

ନବରଙ୍ଗପୁର ରୁ ସଞ୍ଜୀବ ଖୁରାଙ୍କ ସହ ଘାସିରାମ ହରିଜନଙ୍କ ରିପୋର୍ଟ AKN News

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!