ଓଡିଶା ଖବର

ମରୁଆଁ ସରପଞ୍ଚ ଙ୍କ ସ୍ୱାମୀ ତଥା ଯୋଗିମୁଣ୍ଡା ମଣ୍ଡଳ ବିଜେପି ସଭାପତି ଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା ବ୍ଳକ ଅଧ୍ୟକ୍ଷ ଙ୍କ ସହ ୨ ସହଯୋଗୀ ଙ୍କୁ କୋର୍ଟ ଚାଲାଣ।

(AKN NEWS): ପାଟଣାଗଡ଼ ଶନିବାର ଅପରାହ୍ନ ସମୟରେ ପାଟଣାଗଡ଼ ବିଡ଼ିଓଙ୍କ କାର୍ଯ୍ୟାଳୟରେ ତାଙ୍କ ଉପସ୍ଥିତିରେ ପାଟଣାଗଡ଼ ବ୍ଲକ ଅଧ୍ୟକ୍ଷ ନୀଳକାନ୍ତ ବାଗ ଙ୍କ ସହ ତାଙ୍କ ଚାରିଜଣ ସହଯୋଗୀ ମରୁଆଁ ସରପଞ୍ଚ ଙ୍କ ସ୍ୱାମୀ ତଥା ଯୋଗିମୁଣ୍ଡା ମଣ୍ଡଳ ବିଜେପି ସଭାପତି ସ୍ୱରୂପା ପରୁଆଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ନେଇ ପାଟଣାଗଡ଼ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି। ଅପରପକ୍ଷରେ ଜୟଚନ୍ଦ୍ର ବାଗ ମଧ୍ୟ ତାଙ୍କୁ ମରଣାନ୍ତକ ଆକ୍ରମଣ ସହିତ ଗାଳିଗୁଲଜ ହୋଇଥିବା ନେଇ ଥାନାରେ ପାଲଟା ଅଭିଯୋଗ ଆଣିଛନ୍ତି । ଥାନାରେ ହୋଇଥିବା ଲିଖିତ ଅଭିଯୋଗ ଅନୁସାରେ ଆଜି ଅପରାହ୍ନ ୪ ଟା ୧୫ ରେ ମରୁଆଁ ସରପଞ୍ଚ ଙ୍କ ସ୍ୱାମୀ ତଥା ବିଜେପି ମଣ୍ଡଳ ସଭାପତି ସ୍ୱରୂପା ପରୁଆ ଓ ତାଙ୍କ ସହ ଯାଇଥିବା ରଞ୍ଜିତ କୁମ୍ଭାର ଓ ଶିଶୁଦେବ ପଟେଲ କୌଣସି କାମକୁ ନେଇ ବିଡ଼ିଓ ଙ୍କ ସହ ବସି ଆଲୋଚନା କରୁଥିଲେ ଠିକ ଏହି ସମୟରେ ବ୍ଲକ ଅଧ୍ୟକ୍ଷ ନୀଳାକାନ୍ତ ବାଗ, ରିଙ୍କୁ ମେହେର, ଜୟଚନ୍ଦ୍ର ନାଗ, ମାଧବ ବାଗ ଓ ଜୟନ୍ତ କୁମ୍ଭାର କାର୍ଯ୍ୟାଳୟ କୁ ଆସି ସ୍ୱରୂପା କୁ ମରଣାନ୍ତାକ ଆକ୍ରମଣ କରିବା ସହ ଅଫିସ ବାହାରକୁ ଘୋଷାଡ଼ି ଘୋଷାଡ଼ି ନେଇଯାଇଥିଲେ। ପରେ ସେଠାରେ ମଧ୍ୟ ଲୁହା ରଡ଼ ଓ ଅନ୍ୟାନ୍ୟ ମରଣାସ୍ତ୍ର ରେ ଆକ୍ରମଣ କରିଚାଲିଥିଲେ। ସ୍ୱରୂପା ଜୀବନ ବିକଳରେ ବଞ୍ଚାଇବାକୁ ଚିତ୍କାର କରୁଥିଲେ। ତାଙ୍କ ସହ ଯାଇଥିବା ରଞ୍ଜିତ କୁମ୍ଭାର ଓ ଶିଶୁଦେବ ପଟେଲ ଙ୍କୁ ମଧ୍ୟ ମାଡ଼ ମାରିବା ସହ ରଞ୍ଜିତ କୁ ଜାତିଆଣ ଆକ୍ଷେପ କରି ଅଫିସ ଭିତରକୁ କାହିଁକି ଆସିଛୁ କହି ଚପଲରେ ମାଡ଼ ମାରିଥିଲେ ଓ ସ୍ୱରୂପା ଠାରୁ ତାଙ୍କ ମୋବାଇଲ ଓ ପଇସା ପତ୍ର ଛଡାଇ ନେଇଥିଲେ । ଅପରପକ୍ଷରେ ଜୟଚନ୍ଦ୍ର ନାଗଙ୍କ ଅଭିଯୋଗ ଅନୁସାରେ ମରୁଆଁ ସରପଞ୍ଚ ଙ୍କ ସ୍ୱାମୀ ସ୍ୱରୂପା ପରୁଆ ଅନେକ ସମୟରେ ବ୍ଲକ କାର୍ଯ୍ୟାଳୟ କୁ ଆସି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଗୁଡିକରେ ହସ୍ତକ୍ଷେପ କରୁଥିବା ସହ ବିଡ଼ିଓଙ୍କୁ ଖରାପ ଉପଦେଶ ଦେଉଛନ୍ତି ଏହାକୁ ବାରଣ କରିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ପରେ ଏକ ଧରୁଆ ଅସ୍ତ୍ର ରେ ସ୍ୱରୂପା ତାଙ୍କୁ ଆକ୍ରମଣ କରିବା ସହ ଜାତିଆଣ ଆକ୍ଷେପ ମଧ୍ୟ କରିଛନ୍ତି। ଉଭୟ ପକ୍ଷରୁ ପାଟଣାଗଡ଼ ଥାନାରେ ଲିଖିତ ଅଭିଯୋଗ ପରେ ଥାନା ପରିସରରେ ବିଜେପି ଓ ବିଜେଡି କର୍ମୀ ପହଂଚି ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାକୁ ଦୃଷ୍ଟି ରେ ରଖି ଥାନା ପରିସରରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।ଉଭୟ ପକ୍ଷରୁ ମାମଲା ରୁଜୁ କରାଯାଇଥିବାବେଳେ ବ୍ଲକ ଅଧ୍ୟକ୍ଷ ନୀଳକାନ୍ତ ବାଗ ଓ ମାଧବ ବାଗ , ଜୟ ଚନ୍ଦ୍ର ନାଗ ଙ୍କୁ ଥାନାରେ ଅଟକ ରଖି ପୁଲିସ ଅଧିକ ତଦନ୍ତ କରିଥିବା ବେଳେ ପୁଲିସ ଉଭୟ ପକ୍ଷରୁ ମାମଲା ରୁଜ୍ଜୁ କରିଯାଇଥିବା ବେଳେ ଏକ୍ଟ୍ରୋସିଟି ଆକ୍ଟ ଅନୁଯାୟୀ ଆଜି ବ୍ଳକ ଅଧ୍ୟକ୍ଷ ନିଳକାନ୍ତ ବାଗ,ମାଧବ ବାଗ , ଜୟ ଚନ୍ଦ୍ର ନାଗ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେଠାରେ ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତ କୁ ପଠାଇ ଦିଆଯାଇଥିବା ଏସଡିପିଓ ସଦାନନ୍ଦ ପୂଝାରୀ ସୂଚନା ଦେଇଛନ୍ତି।

ପାଟଣାଗଡ ରୁ ଦୁର୍ଯ୍ୟୋଧନ ବର୍ଗେ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!