ଓଡିଶା ଖବର

ସପ୍ତପୁରି ଅମାବାସ୍ୟା

  • ******ସପ୍ତପୁରି ଅମାବାସ୍ୟା ****
    ଆମ ପଶ୍ଚିମ ଓଡ଼ିଶାରେ ପୁରାଉଆଁସ କୁହନ୍ତି।
    *****ଶୁଦ୍ଧ ସାହିତ୍ୟିକ ଭାଷାରେ ଆଜି ସପ୍ତପୁରି ଅମାବାସ୍ୟା। ମଠ ମନ୍ଦିର ଘରେ ଘରେ ପିତୃତର୍ପଣ ବିଶେଷତ ଆଜି ପିତୃକର୍ମ ପୂଜାପାଠ ପାଇଁ କୂଶ ସଂଗ୍ରହ ର ଦିନ।
    ଏହିଦିନ ପଶ୍ଚିମ ଓଡ଼ିଶାର ଏକ ମୂଖ୍ୟ ପର୍ବ। ପୁରାଉଆଁସ।ପୁରା ଉଆଁସ ଶୁଭେଚ୍ଛା ଜଣାଇ ପୁତୁରା କିଛି ଫୋଟୋ ଛାଡିଚି। ଫଟୋ ଗୁଡିକ ଦେଖି ମନ ଟା ଫେରିଗଲା ଅତୀତ କୁ। ମନେ ପଡିଗଲେ ବୋଉ, ନନା ,ଭାଇନା, ଭାଉଜ ,ମାନେ ଯାହାକୁ ନେଇ ଆମ ପିଲାଦିନ ଅଳି, ଅର୍ଦଳି,କରି ଆନନ୍ଦ ରେ ସବୁ ପୁରଣ କରି ପାରୁଥିଲୁ ଏବଂ ହେଉଥିଲା ମଧ୍ୟ *****
    ************ପୁରା ଉଆଁସ ପାଇଁ ପ୍ରସ୍ତୁତି ଆରମ୍ଭ ହୁଏ କିଣା କିଣି ରୁ ମାଟିରେ ତିଆରି ହାଣ୍ଡି, କଢେଇ ,କୁନି କୁନି ଚୁଲି,ଚଟୁ ,ଥାଳି ,ଗିନା ,ଛୋଟ ବଡ଼ ଅନେକ।**ଘର କରଣା ସାମଗ୍ରୀ ପେଶଣା, ଘୋରଣା ,ଶିଳ ,ଶିଳପୁଆ ଏମିତି କି ଢେଂକି ମଧ୍ୟ। । ଝିଅ ଟିଏ ଖେଳରେ ଖେଳରେ ବୁଝିଯିବ କେଉଁ ଜିନିଷର କି ବ୍ୟବହାର।


ସବୁଠୁ ମଜା ମକର ମିତ ସଂଗାତ ଘରକୁ ଭାର(ଯୋଗାଡ)ପଠାହେବ।ତାକଂ ଘରୁ ମୋପାଇଁ ଆସିବ ଆମଘରୁ ତାଙ୍କ ପାଇଁ।
ବୋଉକୁ ଧିରେ ଧିରେ ସବୁ ଫୁସୁଲା ଫୁସୁଲି କରି ପ୍ରତିଦିନ ସ୍କୁଲ ରୁ ଫେରିବା ବାଟରେ ଏହି କୁଣ୍ଡିକାଚି ମାନେ ଥାଳି ଗିନା କିଛି କିଛି କିଣା ଆରମ୍ଭ ହେବ ଖୁବ ଯତ୍ନ ରେ ସାଇତା ହେବ ଭାଡି ତଳେ ନଚେତ୍ ଆମ ସାନ ଘରେ। ପହଂଚି ଯିବ ଅପେକ୍ଷା ର ଦିନ *
ଖାଲି କଣ ସେତିକି? ଭାଉଜ ମାନେ ନିଜ ନିଜ ଯୋଗାଡ ରେ ଲାଗିଯିବେ। କିଏ କୋଉ ପିଠା ରେ ପାରଗଂମ । ମୁଁ ସେମାନଙ୍କ ପାଖରେ ଟିକେ ଲସର ପସର ହେଉ ହେଉ ସବୁ ରାଜି ହେଇଯିବେ ପ୍ରତିଶ୍ରୁତି ଦେବେ ହଁ ହଁ ତୁମ ପାଇଁ ତିଆରି ହେବ। ସେତକ ଶୁଣିଲେ ଡିଆଁ ମାରି ଦେଇ ଛୁ। କାକରା, ଆରିସା ,ମୁଗୁଡି ,ପାଗ ଲିଆ, ଗଜା ଖଜା ,କେତେ କଣ।
ବାକି ରହିଲା ବୋଉ।
ସେ କହିଲେ ବଡ ଭାଇନା ମୋ ପାଇଁ ମୋ ମିତ ପାଇଁ ମକର ପାଇଁ ଫ୍ରକ ଆଣିବ। ବୋଉ କିଛି ଠୁଳଠାଳ କରିଥିଲେ ତ? ନଚେତ ନନାକୁଂ ।ମୋର ସବୁ ପ୍ରକାର ବ୍ୟବସ୍ଥା ସରିଥିବ ।ସକାଳୁ ଗୋଟିଏ ବଡ ନୂଆ ତାଟ ରେ ସବୁ ସଜା ହେବ ।ଆମ ଘରେ କାମ କରୁଥିବା ଜନକ ର ମାଆ କୁ ସାଂଗରେ ଧରି ମିତ ଘରକୁ ଯୋଗଡ ଯିବ। ତାକଂଘରୁ ଆମ ଘରକୁ ଆସିବ।ଘରେ ବୋଉ ପୂଜା କାମ ସାରିବ ।ଅନେକ ପିଠା ଖେଳ ସରଂଜାମ ନୂଆ ଜାମା ପିନ୍ଧି ବଡ ମାନଂକୁ ମୁଣ୍ଡିଆ ମାରି ଖେଳନା ଖଜା ,ପିଠା ,ଧରି ଆଗରୁ ସ୍ଥିର ହୋଇଥିବା ସାଂଗ ଘରକୁ ଯାଇ ଖେଳ ଆରମ୍ଭ ହେବ।
ଆମେ ପ୍ରାୟତଃ ମୋ ପିଲାଦିନ ସାଂଗ ପୁଷ୍ପ ଘରକୁ ଯାଉଥିଲି। ସବୁ ସାଂଗମାନେ ଗୋଟିଏ ଗୋଟିଏ ସ୍ଥାନ ଅଧିକାର କରି ସାଂଗରେ ନେଇଥିବା ସବୁ ତକ ସଜଡା ହେବ । ମିଛି ମିଛିକା ରନ୍ଧା ବଢା ମୋ ପାଖରେ ମୋ ସାନ ଭଉଣୀ, ଝିଆରୀ ,ଘର ପାଖରେ ଥିବା ତନ୍ମୟୀ, ତଟିନୀ,ଶୋଭା,ପ୍ରଭା ନାନୀ ଆମେ ତମ ସହିତ ଖେଳିବୁ ବୋଲି ବସିଯିବେ। ଅନ୍ୟ ମାନଙ୍କ ପାଖରେ ମଧ୍ୟ ଛୋଟ ଛୋଟ ଝିଅ ଜଣେ ଦିଜଣ ଥିବେ। ସେମିତି ଆଉ କିଏ କାହା ଭ ଉଣୀ କୁ ନେଇ ଆସିଥିବେ। ବିରାଟ ଲମ୍ବା ପିଣ୍ଡା ଟିଏ। ଆମେ ଖେଳିବୁ ବୋଲି ଆମ କଲୁ ଭାଇନା କଂ ସ୍ତ୍ରୀ ସୁନ୍ଦର କରି ଲିପା ପୋଛା କରି ରଖିଥିବେ ବାରଣ୍ଡା।
ଏମିତି ଚାରି ପାଞ୍ଚ ଟି ଘର।ଯେ ଯାହା ଘରେ ସେ ମିଛିକା ରନ୍ଧା ନେଇଥିବା ପିଠା ବଣ୍ଟା ବଣ୍ଟି ହେବ ।ଯେମିତି ଆମେ ପର୍ବ ପର୍ବାଣୀ ରେ ସାହି ପଡିଶା କୁଂ ଆପ୍ୟାୟିତ କରୁ। ମଝି ମଝିରେ କେତେ ଖେଳ ପ୍ରଦର୍ଶନ ମଧ୍ୟ ମନକୁ ଛୁଇଁ ଯାଉଥିବ। ଖେଳୁ ଖେଳୁ ସମୟ ଗଡିଯିବ ଖଜା ପିଠା ସରିଗଲେ ଯେ ଯାହା ଘରକୁ ଫେରିବୁ । ଟିକିଏ ଡେରି ହେଲେ ବୋଉ ଆସି ଠିଆ ହୋଇଥିବ ନନା ଆସିଲେଣି ଚା ଘରକୁ।
ସେମିତି ପୁଅ ପିଲାମାନେ ମଧ୍ୟ ହାତୀ ଘୋଡା ବଳଦ ମାଟିର ହେଉ କିମ୍ବା କାଠର ହେଉ। ଖଜା ପିଠା ଲିଆ ଉଖୁଡା ବୁଜୁଳା ବାନ୍ଧି ଖେଳନା ଉପରେ ବୋଝେଇ ରାସ୍ତାରେ ଟାଣୁଥିବେ। ଖେଳରେ ଖେଳରେ ବଣିଜ ବେପାର ଶିକ୍ଷା ଜାଣୁଥିଲେ। ସାଂଗ ସାଥୀ କଂ ସହ ସୁସମ୍ପର୍କ ଯୋଡିବା ଉପଲବ୍ଧି କରୁଥିଲେ ।ଆଜି କାର ପିଲାଏ ଏସବୁ ବୁଝିବା କାଠିକର ପାଠ। ସମୟ କାହିଁ? ପାଠ ବୋଝରେ ବୋଝେଇ ନଇଁ ଗଲାଣି ପିଠି। ଏବେବି ସେହି ସାଂଗ ସାଥୀ ଅଛନ୍ତି କିନ୍ତୁ ଭେଟ ହୁଏନି। ସେମାନେ ବି ମନେ ପକାଉ ଥିବେ ଆଜି ର ଏହି ଦିନକୁ।
***ଶାଶୁ କଂ ଠାରୁ ଶୁଣିଥିଲି ପାରଳାଖେମୁଣ୍ଡି ଅଞ୍ଚଳରେ।ଏହାକୁ କୁଣ୍ଢାକୁଣ୍ଢି ଅମାବାସ୍ୟା ମଧ୍ୟ କୁହନ୍ତି। ଝିଅ ବୋହୁ ମାନେ ନିଜ ନିଜର ଆୟ ଅଳଂକାର ପାଟ ପତନୀ ପିନ୍ଧି ସାଂଗ ମାନକଂ ସହ ମିଶିବା ପରମ୍ପରା ଥିଲା। ବଖାଣି ବସନ୍ତି ତାଂକ ହଜିଲା ଦିନର ସ୍ମୃତି। ଏବେ କିନ୍ତୁ ସେସବୁ ନାହିଁ। ପୁରୁଣା ସବୁ ପୁରାଣ ପୃଷ୍ଠାରେ ଲିପିବଦ୍ଧ ହୋଇ ରହିଛି ନିଶ୍ଚୟ। ***********
ଶ୍ରୀମତୀ ନିବେଦିତା ରଥ ।ବୃନ୍ଦାବନ। ପାରଳାଖେମୁଣ୍ଡି ।

ବ୍ୟୁରୋ ରିପୋର୍ଟ ଏକେଏନ୍ ନ୍ଯୁଜ। 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!