ଓଡିଶା ଖବର

ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ

(AKN NEWS): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଜୟନ୍ତପୁର ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହେଇଯାଇଛି। ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଅସୀମା ଦୋରାଙ୍କ ଅଧ୍ୟକ୍ଷତାରେ ମୁଖ୍ଯ ଅତିଥି ବ୍ଲକ ମଙ୍ଗଳ ଅଧିକାରୀ ଶିବାନୀ ନାଏକ ଯୋଗଦେଇଥିଲେ। ବିଚାରପତି ଭାବେ ବେହେରା ଦନ୍ତେଶ୍ବରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ରୂପେନ୍ଦ୍ର ବାଣୁଆ, ବିଜ୍ଞାନ ଶିକ୍ଷକ ଜିତେନ୍ଦ୍ର ନାଏକ, ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସାନକେନ୍ଦୁଗୁଡା ବିଜ୍ଞାନ ଶିକ୍ଷକ ଚୈତନ୍ୟ ମେହେର ଯୋଗଦେଇ ମୂଲ୍ୟାୟନ କରିଥିଲେ।

ଉକ୍ତ ବିଜ୍ଞାନ ପ୍ରଦର୍ଶନୀରେ ଛାତ୍ରୀମାନଙ୍କ ଦ୍ବାରା ଉଭୟ ଗଣିତ ଓ ବିଜ୍ଞାନ ମିଶି ୩୨ଗୋଟି ପ୍ରକଳ୍ପ ପ୍ରଦର୍ଶିତ ହେଇଥିଲା। ପରେ କୃତୀ କୁନି ବୈଜ୍ଞାନିକମାନଙ୍କୁ ପୁରସ୍କୃତ କରାଯାଇଥିଲା। ବିଜ୍ଞାନ ଶିକ୍ଷକ ସୁବାସ ଚନ୍ଦ୍ର ବାଗ ଓ ଶିକ୍ଷୟତ୍ରୀ ପରିମିତା ପାଢ଼ୀ ପ୍ରଦର୍ଶନୀ ପରିଚାଳନା କରିଥିବା ବେଳେ ଶିକ୍ଷକ ହିମାଂଶୁ ଶେଖର ମାଝୀ, ସୁଧାଂଶୁ ବାଗ, ତରୁଣ ଦଳାଇ, ବିକାଶ ରଞ୍ଜନ ପ୍ରଧାନ, ଦୀପକ ରଞ୍ଜନ ପଣ୍ଡା, ଲକ୍ଷ୍ମୀଧର ବାଗ, ଶର୍ମିଷ୍ଠା ଗୋପାଳ, ମୀନା ସାହୁ ପ୍ରମୁଖ ସହଯୋଗ କରିଥିଲେ।

ରଜତ ବଂଶଲ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!