ସାହାଜବାହାଲ ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ବନ୍ୟ ପ୍ରାଣୀ ଦିବସ ଓ ବୃକ୍ଷ ରୋପଣ

ଦେବଗଡ :4/9(AKN NEWS): ତିଳେଇ ବନି ବ୍ଲକ ରେ ଅବସ୍ଥିତ ସାହାଜବାହାଲ ଆବାସିକ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଆଜି ପ୍ରଧାନ ଶିକ୍ଷକ ସୁଦର୍ଶନ ପାଣି ଙ୍କ ସଭାପତିତ୍ୱରେ ବିଶ୍ୱ ବନ୍ୟ ପ୍ରାଣୀ ଦିବସ ପାଳିତ ହୋଇ ଯାଇଛି ।ଏଥିରେ ବିଶିଷ୍ଟ ପରିବେଷବିତ ତଥା ସମ୍ବଲପୁର ଜିଲ୍ଲାର ବନ୍ୟ ପ୍ରାଣୀ ସଂରକ୍ଷକ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବନ୍ୟ ପ୍ରାଣୀ ର ସୁରକ୍ଷା ପାଇଁ ଆମେ ବନ ସୁରକ୍ଷା କରିବାକୁ ପଡିବ ବୋଲି କହିଥିଲେ । ଏଥି ପାଇଁ ସେ ଉପସ୍ଥିତ ସମସ୍ତଙ୍କୁ ଶପଥ ପାଠ ମଧ୍ୟ କରିଥିଲେ। ଏଥିରେ ବରିଷ୍ଠ ସହକାରୀ ଶିକ୍ଷୟିତ୍ରୀ ଲୁସି ଗ୍ରାଉ ଟେଟେ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ହିନ୍ଦୀ ଶିକ୍ଷକ ଫକୀର ସା ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଉତ୍ସବ ସ୍ଥଳରେ ବନ୍ୟ ପ୍ରାଣୀ ସୁରକ୍ଷା ସମ୍ନାନ୍ଧୀୟ ପାଠ ପ୍ରାନ୍ତ ନାଟକ ପରିବେଷଣ କରା ଯାଇଥିଲା । ପୂର୍ବରୁ ଆୟୋଜିତ ଚିତ୍ରାଙ୍କନ ପ୍ରତିଯୋଗିତା ରା କୃତି ପ୍ରତିଯୋଗୀ ଆନନ୍ଦ କିଣ୍ଡୋ, ତରଣୀ କିସାନ, ମାଥି ଆସ ଭାନ୍ଦ୍ର ଏବଂଗା ନାଟକରେ ଅଂଶ ଗ୍ରହଣ କରିଥିବା ସୁକେଶ ମୁଣ୍ଡୁ, ପ୍ରିନ୍ସ ଟେଟେ, ସଚିନ ତିରକୀ ଓ ରୋଶନ ତିରକୀ ଙ୍କୁ ପୁରସ୍କୃତ କରାଯାଇଥିଲା । ବନ୍ୟ ପ୍ରାଣୀ ସୁରକ୍ଷା ଓ ବୃଷ ରୋପଣ ପାଇଁ ମୁଖ୍ୟ ଅତିଥି ଙ୍କୁ ସମ୍ମାନିତ କରା ଯାଇଥିଲା। ଏହା ପରେ ଅତିଥି ଙ୍କ ସହ ଛାତ୍ର ମାନେ ବୃକ୍ଷ ରୋପଣ କରିଥିଲେ. ପ୍ରାୟ ବାଉନ ତି ଚାରା ଲଗା ଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ପ୍ରସିଏସ ଡୁଙ୍ଗୁରିପାଲି ଡୁଙ୍ଗ ଡୁଙ୍ଗ, ଵାବୁଲୁ ସାହୁ,ସୁବ୍ରତ ନନ୍ଦ ପ୍ରମୁଖ ପରିଚାଳନା କରିଥିଲେ।
ବ୍ୟୁରୋ ରିପୋର୍ଟ AKN NEWS


