ଓଡିଶା ଖବର
କେସିଙ୍ଗା ଅବକାରୀ ବିଭାଗର ସଫଳତା

କେସିଙ୍ଗା, ୫/୯(AKN NEWS): କେସିଙ୍ଗା ଅବକାରୀ ବିଭାଗ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଅବକାରୀ ଅଧିକାରୀ ବିଶ୍ୱଜିତ୍ ଆରୁଖ ଙ୍କ ନେତୃତ୍ୱରେ ବିଭାଗୀୟ କର୍ମଚାରୀ ଓ ରେଳବାଇ ପୋଲିସ ଙ୍କ ମିଳିତ ସହଯୋଗରେ ଚଢଉ କରି ଏକ ହୋଣ୍ଡା କମ୍ପାନୀ ଚାରିଚକିଆ ଗାଡ଼ି (ନମ୍ୱର od 02at 2081) କୁ ଯାଞ୍ଚ କରିବାରୁ ସେଥିରୁ ୧୮କେଜି ୪୦୦ଗ୍ରାମ ର ଗଞ୍ଜେଇ ଜବତ ହୋଇଥିଲା। ଏହି ଚୋରାଚାଲାଣ ରେ ଦିଲୀପ ସେନାପତି (୩୮) ଅର୍ଜୁନ ନାଏକ(୨୮) , ମନୋଜ କୁମାର ବାଗ (୩୮) ଏମାନେ ସମସ୍ତେ ମଦନପୁର ରାମପୁର ବ୍ଲକ୍ ଅନ୍ତର୍ଗତ ଭାଟେଲ ଗ୍ରାମର ହୋଇଥିବା ବେଳେ, ଉର୍ଲାଦନି ପଞ୍ଚାୟତ ମୁଡସିଂଗ ଗ୍ରାମର ବିମଳ ନାଏକ (୩୦) ଶୁଭଙ୍କର ମହାକୁଡ (୧୯ ) ଙ୍କୁ ଗିରଫ କରି ପି, ଏସ, ନମ୍ୱର ୬୮/୨୦୨୪/୨୫ ଓଏଫ କେସିଙ୍ଗା ଅବକାରୀ ନିୟମରେ କେସ ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି।
ବିଷ୍ଣ ଚରଣ ସ୍ୱାଇଁ ଙ୍କ ରିପୋର୍ଟ AKN NEWS


