ଓଡିଶା ଖବର
ଗୋଲାମୁଣ୍ଡା ବ୍ଲକ ରେ ଆଭାସୀ ମାଧ୍ୟମରେ ସିଏମ କିଷାନ ଟଙ୍କା ର ଶୁଭାରମ୍ଭ

(AKN NEWS): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସଭାଗୃହ ରେ ରବିବାର ଅପରାହ୍ନ ୪ ଟା ରୁ ଚାଷୀ ଙ୍କୁ ଆଭାସୀ ମାଧ୍ୟମରେ ସିଏମ କିଷାନ ଟଙ୍କା ର ଶୁଭାରମ୍ଭ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ। ପଶ୍ଚିମ ଓଡିଶା ର କୃଷି ଭିତ୍ତିକ ଗଣ ପର୍ବ ନୁଆଁଖାଇ ଅବସରରେ ସମ୍ବଲପୁର ଠାରେ ଏକ ସ୍ୱତନ୍ତ୍ର ସଭା ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗ ଦେଇ ସିଏମ କିଷାନ ଯୋଜନା ର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଗୋଲାମୁଣ୍ଡା ବ୍ଲକ ସଭାଗୃହ ଠାରେ ଏକ ବୈଠକ ଅନୁଷ୍ଠିତ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକ ରେ
ବ୍ଲକ କୃଷି ଅଧିକାରୀ ନୌକେଶ୍ୱର ନାଗ , ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ,ଜଳନ୍ଧର ନାଏକ, ସୁବ୍ରତ ରାଉତ, ସୋମନାଥ ମାଝୀ, ସୁରେନ୍ଦ୍ର ରାଉତ୍, , କୃଷକ ସାଥି ଏବଂ ଚାଷୀ ଉପସ୍ଥିତ ଥିଲେ।
dhramgarh upa khanda ru shyam sundar agrawal akn news


