ସତକମା ଭି ଏସ ଏସ କ୍ଲବ ପକ୍ଷରୁ ନୂଆ ଖାଇ ଭେଟ ଘାଟ

କୁଚିଣ୍ଡା :8/9(AKN NEWS): କୁଚିଣ୍ଡା ସହର ଉପକଣ୍ଠ ସତକମା ଗ୍ରାମର ଗଣ୍ଡପଡା ଖେଳ ପଡିଆରେ ବନ ସୁରକ୍ଷା ସମିତି ପରିଚାଳିତ ଭି ଏସ ଏସ କ୍ଲବ ପକ୍ଷରୁ ପଶ୍ଚିମ ଓଡିଶା ର ମୁଖ୍ୟ ପର୍ବ ନୁଆଁ ଖାଇ ଭେଟ ଘାଟ ଉତ୍ସବ ପାଳିତ ହୋଇ ଯାଇଛି । ଗ୍ରାମର ସମସ୍ତେ ଘରେ, ଘରେ, ପୁରେ, ପୁରେ ସପରିବାର ନୁଆଁ ଖାଇ ସରିବ ପରେ ଗାଁ ଦାଣ୍ଡରେ ଛୋଟ ମନେ ବଡ ମନକୁ ନୂଆଖାଇ ଜୁହାର ଭେଟ କରିଥିଲେ . ଏହା ପରେ କ୍ଲବ ପକ୍ଷରୁ ମିଉଜିକ ଚେୟାର, ହାଣ୍ଡି ପିଟା, ସୁଜି ସୁତା, ବସ୍ତା ଡିଆଁ, ତିନି ଗୋଡ଼ିଆ ଦୌଡ,ପୁଚି ଖେଳ, ଏକାନ୍ ଗୁଡ଼ି, ବୟସ୍କ ମାନଙ୍କ ମୁଢି ଖିଆ ଆଦି ପ୍ରତିଯୋଗିତା ବେଶ ମାନ ମୁଗ୍ଧକର ହୋଇ ଥିଲା। ଏହି ଉତ୍ସବରେ ଦୁଇ ପ୍ରକୃତି ବନ୍ଧୁ ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ ଓ ସାମାଜିକ କର୍ମୀ ସରୋଜ ମେହେର ଯୋଗ ଦେଇ ପ୍ରତିଯୋଗୀ ଓ ଗରମବାସୀଙ୍କୁ ଉତ୍ସାହିତ କରିଥିଲେ ।
ସନ୍ଧ୍ୟାରେ ରଙ୍ଗରଙ୍ଗ କାଟନ୍ୟକ୍ରମ ସହ ପୁରସ୍କାର ବିତରଣ କରାଯାଇଥିଲା. ଏହି କାର୍ଯ୍ୟକ୍ରମ ମୁଁ ସମିତି ର ସଭ୍ୟ ରୂପାନନ୍ଦ ବାଘ, ସୁଜିତ ବାଘ, ରାତ୍ନେଶ୍ୱର ମା କର,ଔଷଧୀ ସେଠୀ, ସୁପ୍ରଭାତ ସାହୁ, ନରେନ୍ଦ୍ର ପଳେଇ, ଲଳିତା ପ୍ରଧାନ, ମମିତ ଭଇଁସା, ବିପିନ କିସାନ, ଦିଲୁ ପଳେଇ, ରୋଶନ ଚିଲ, ରାହୁଲ ଦାସ, ଭୋଲେଶ୍ୱର ଖିଚିଡି ଆଦି ପରି ଚଣା କରିଥିଲେ । ପୂର୍ବ ଦିନ ଗ୍ରାମରେ ଗଣେଶ ପୂଜା ସହ ବୈଠକି ପ୍ରତିଯୋଗିତା ମଧ୍ୟ ହୋଇଥିଲା।
ବ୍ୟୁରୋ ରିପୋର୍ଟ AKN NEWS


