ଓଡିଶା ଖବର

ରାଜ୍ୟ ସରକାରଙ୍କ ବିକାଶ ‌‌ ‌ ‌ଯାତ୍ରା କାର୍ଯ୍ୟକ୍ରମ ।

ଖୋର୍ଦ୍ଧା :(AKN NEWS): ଆଜି ଅପରାହ୍ନ ୪.୩୦ ମିନିଟ ସମୟରେ ଖୋର୍ଦ୍ଧା ଓସ୍ବାନ କକ୍ଷରେ ରାଜ୍ୟ ସରକାରଙ୍କ ଫଳପ୍ରସୂ ଯୋଜନା ସମ୍ପର୍କରେ ଜନସଚେତନତା ସୃଷ୍ଟି ସମାବେଶ ଆୟୋଜନ ସମ୍ପର୍କରେ ଆଭାସି ଯୋଗେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।

ରାଜ୍ୟ ସରକାରଙ୍କୁ ଲୋକଙ୍କ ନିକଟତର କରିବା ଉଦ୍ଦେଶ୍ୟରେ ସୂଚନା -ଶିକ୍ଷା–ସଚାର କାର୍ଯ୍ୟକ୍ରମ ମାଧ୍ୟମରେ ତା୨୦.୦୯.୨୦୨୪ ରୁ୨୨.୦୯.୨୦୨୪ ପର୍ଯ୍ୟନ୍ତ ସମାବେଶ, ପ୍ରଦର୍ଶନୀ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲାସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେବ।ଅନୁସୁଚିତ ଜନଜାତିଓ ଜାତି ଉନ୍ନୟନ ବିଭାଗ/ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ /ମିଶନ ଶକ୍ତି/ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ/ ପୂର୍ତ୍ତ ବିଭାଗ /ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ସୂଚନା ଓ ଲୋକସଂପର୍କ ବିଭାଗର ସମନ୍ଵିତ ସହଯୋଗ ରେ ଏହି କାର୍ଯ୍ୟଗୁଡ଼ିକ ସମାହିତ ହେଵ। ଏହି କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିବାକୁ ସବୁ ଜିଲ୍ଲାର ଜିଲ୍ଲାପାଳମାନେ ଯୋଡି ହୋଇଥିଲେ।

ଏହି ବୈଠକରେ ଖୋର୍ଦ୍ଧା ଜିଲ୍ଲା ଓସ୍ବାନ କକ୍ଷରେ ଜିଲ୍ଲାପାଳ ଚଞ୍ଚଳ ରାଣା/ଅତିରିକ୍ତ ଜିଲ୍ଲାପାଳ, ରାଜସ୍ଵ,ସାଫଲ୍ୟ ମଣ୍ଡିତ ପ୍ରଧାନ/

ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ , ପ୍ରତାପ ଚନ୍ଦ୍ର ବେଉରା/ ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ କସ୍ତୁରୀବାଳା ଜେନା/ ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ବନାଥ ତରାଇ / ଜିଲ୍ଲା ସଂସ୍କୃତି ଅଧିକାରୀ,

ଚଉଧୁରି ଅରବିନ୍ଦ ଦାସ /ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ, ଜ୍ୟୋସ୍ନାମୟୀ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ଥିଲେ।

ସମୀର ରଞ୍ଜନ ନାୟକଙ୍କ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!