ଅଂଶପୂର୍ଣ୍ଣ କେନାଲ ଉପେରରାସ୍ତା ନିର୍ମାଣ ସ୍ଥାନୀୟ ପ୍ରଶ୍ନ ବାଚୀ ଜିଲ୍ଲା ବହୁମୁଖି ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ଡାହାଣ କେନାଲ ପୁର୍ନରୁଦ୍ଧାର କାର୍ଯ୍ୟ ପ୍ରାୟ ୩ଶହ କୋଟି ଟଙ୍କାରେ କରାଯାଇ ଆସୁଛି

(AKN NEWS): ଅଂଶପୂର୍ଣ୍ଣ କେନାଲ ଉପେରରାସ୍ତା ନିର୍ମାଣ ସ୍ଥାନୀୟ ପ୍ରଶ୍ନ ବାଚୀ ଜିଲ୍ଲା ବହୁମୁଖି ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ଡାହାଣ କେନାଲ ପୁର୍ନରୁଦ୍ଧାର କାର୍ଯ୍ୟ ପ୍ରାୟ ୩ଶହ କୋଟି ଟଙ୍କାରେ କରାଯାଇ ଆସୁଛି, ପ୍ରାୟ ୭୦ପ୍ରତିଶତ ମରାମତି କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିବା ବେଳେ ଚାଷୀମାନେ ଦାବି କରିବାରୁ ଅସଂପୁର୍ଣ୍ଣ କେନାଲରେ ଜଳ ଛଡାଗଲା, ଫଳରେ ମରାମତି କାର୍ଯ୍ୟ ଅଟକି ରହିଲା, ଏପଟେ ସେହି କେନାଲ ଉପରେ ବିଭାଗ ପିଚୁ ରାସ୍ତା ନିର୍ମାଣ କାମ କରି ଚାଲିଛି, ବିଭାଗୀୟ ସୂଚନା ଅନୁସାରେ ଏହି ରାସ୍ତା ଶୂନ୍ୟ କିଲୋମିଟର ଠାରୁ ୪୧କିଲୋମିଟର ପର୍ଯ୍ୟନ୍ତ ଅର୍ଥାତ୍ ମଙ୍ଗଳପୁର ଡ଼୍ୟାମ ଠାରୁ ଦେପୁର ପର୍ଯ୍ୟନ୍ତ ୨୫ କୋଟି ବ୍ୟୟ ଅଟକଳରେ ନିର୍ମାଣ ହେଉଥିବା ବେଳେ ଓସିସି କମ୍ପାନୀ ଟେଣ୍ଡର ପାଇଥିବା ଜଣାପଡ଼ିଛି, ହେଲେ ଏହି ଅସଂପୁର୍ଣ୍ଣ କେନାଲ ଉପରେ କାହା ସ୍ୱାର୍ଥରେ ତରବରିଆ ଭାବେ ରାସ୍ତା ନିର୍ମାଣ ଚାଲିଛି ତାହା ବୁଝା ପଡୁନାହିଁ, ଏଥିପାଇଁ ରାସ୍ତାର ସ୍ଥାୟୀତ୍ବ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି,କେନାଲ ମରାମତି ଯୋଗୁଁ ମାଟି ହାଲୁକା ରହିଥିବା କେତେକ ସ୍ଥାନରେ କେନାଲ ମରାମତି କାର୍ଯ୍ୟ ମଧ୍ୟ ବାକି ରହିଛି, ସେହି ସ୍ଥାନରେ ରାସ୍ତା ନିର୍ମାଣ ହେଲାପରେ ଆଗାମୀ ମରାମତି ସମୟରେ ରାସ୍ତା ଅବସ୍ଥା କ’ଣ ହେବ ତାହା ହେଉଛି ବଡପ୍ରଶ୍ନ, ଏଠାରେ ଭାଗ ମାପ ଉପରେ ଲୋକ ଅସନ୍ତୋଷ ପ୍ରକାଶ କରୁଥିବା ବେଳେ ନବ ନିର୍ମିତ ରାସ୍ତାରେ ଭାରି ଯାନ ଥରେଧେ ଚଳପ୍ରଚଳ କଲେ ଜଣାପଡିବ ଏହାର ସ୍ଥାୟୀତ୍ବ କେତେ ବୋଲି ଲୋକେ ପାଳଟା ପ୍ରଶ୍ନ ଉଠାଇଛନ୍ତି, ଅନ୍ୟପକ୍ଷେ ଓସିସି ଟେଣ୍ଡର ପାଇ ଅନ୍ୟଏକ ପେଟି ଠିକାଦାରଙ୍କୁ କାମ ବିକି ଦେଇଥିବା ବେଳେ ସଂପୃକ୍ତ ପେଟି ଠିକାଦାର ପୂର୍ବତନ ଶାସକ ଦଳର ବାହୁବଳୀ ବୋଲି ଆଲୋଚନା ହେଉଛି, ଏଥିପାଇଁ ବାବୁଙ୍କ ଦବଦବା ପାଖରେ ବିଭାଗୀୟ କର୍ମଚାରୀ ମାନେ ଉଁକିଚୁଁ କରିପାରୁ ନାହାନ୍ତି, ସଂପୃକ୍ତ ବାବୁ ଜଣକ ବିଭାଗୀୟ ଯନ୍ତ୍ରୀ ମାନଙ୍କୁ ନ ପଚାରି ମନୋମୁଖୀ ଓ ନିଜସ୍ବ ଯନ୍ତ୍ରୀ ମାନଙ୍କ ଦ୍ଵାରା କାମ କରି ଚାଲିଥିବା ଅଭିଯୋଗ ହେଉଛି, କେତେକ ସ୍ଥାନରେ ରାସ୍ତା ଫାଟି ଆଁ କଲାଣି ତୋ କେତେକ ସ୍ଥାନରେ ଜଳ ନିଷ୍କାସନ ବ୍ୟବସ୍ଥା ନ ଥିବାରୁ ରାସ୍ତା ଧୋଇ ଯିବା ସମ୍ଭାବନା ଦେଖା ଦେଲାଣି, ଯେଉଁଠି ଅତ୍ୟନ୍ତ ଆବଶ୍ୟକ ସେଠାରେ ରାସ୍ତା ନିର୍ମାଣ ନ କରି ଭଳ ଥିବା ସ୍ଥାନ ମାନଙ୍କରେ ରାସ୍ତା ନିର୍ମାଣ ସାରି ଦିଆଯାଇଛି, ବିଭାଗୀୟ ଯନ୍ତ୍ରୀ ମାନେ ମଧ୍ୟ ଭିତରେ ଭିତରେ ଅସନ୍ତୋଷ ବ୍ୟକ୍ତ କରୁଥିଲେ ମଧ୍ୟ ବିଭିନ୍ନ ଗଣ ମାଧ୍ୟମରେ ଚର୍ଚ୍ଚିତ ଚେହେରା ପାଲଟିଥିବା ଏହି କରିତକର୍ମା ପେଟି ଠିକାଦାର ବାବୁଙ୍କୁ ସମ୍ମୁଖରେ କହିବାକୁ ସାହାସ କୁଲେଇ ପାରୁ ନାହାନ୍ତି, ଏନେଇ ମୂଖିଗୁଡା ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ଅଧିକ୍ଷଣ ଯନ୍ତ୍ରୀ ରାଜ କୁମାର ବେହେରାଙ୍କୁ ପଚାରିବାରୁ କଲମପୁର କାର୍ଯ୍ୟ ନିର୍ବାହୀ ସହକାରୀ ଯନ୍ତ୍ରୀଙ୍କୁ ପଚାରିବାକୁ କହିଥିଲେ, କାର୍ଯ୍ୟ ନିର୍ବାହୀ ସହକାରୀ ଯନ୍ତ୍ରୀ ଶ୍ୟାମସୁନ୍ଦର ମାରାଣ୍ଡିଙ୍କ ସହିତ ଯୋଗାଯୋଗ ସମ୍ଭବ ହୋଇ ପାରି ନ ଥିବା ବେଳେ ସହକାରୀ ଯନ୍ତ୍ରୀ ପିସି ବେହେରା ମୋ ଜାଣିବାରେ ଓସିସି ଏହାର ଟେଣ୍ଡର ପାଇଛି,୨୫କୋଟି ଅଟକଳ ମୂଲ୍ୟ ରହିଛି, ଏବଂ ଶୂନ୍ୟରୁ ୪୧ କିଲୋମିଟର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହେବ ତାହାଠାରୁ ଅଧିକ ସୂଚନା ମୋ ପାଖରେ ନାହିଁ ବୋଲି ମତପୋଷଣ କରିଥିଲେ,
କଳାହାଣ୍ଡି ଜିଲ୍ଲା ରୁ ଟଙ୍କଧର ବିହାରୀ ଙ୍କ ରିପୋର୍ଟ akn news


